ଉଦ୍ଧବ ଠାକରେ (ପ୍ରତୀକାତ୍ମକ ଛବି)
News18 Odia Digital
ଦଳର ସାଂସଦମାନଙ୍କ ଦାବି ଆଗରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସାଂସଦମାନଙ୍କ ଦାବି ପରେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଠାକ୍ରେ ରାଜି ହୋଇଛନ୍ତି। ସୋମବାର ଠାକ୍ରେଙ୍କ ବାସଭବନରେ ସାଂସଦମାନେ ତାଙ୍କୁ ଭେଟି ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ମହାରାଷ୍ଟ୍ରର ଶିବଶେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ଏକ ପ୍ରମୁଖ ବୈଠକରେ ୧୨ ଜଣ ସାଂସଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ରାଷ୍ଟ୍ରପତି ପଦବୀ ପାଇଁ ଏନ୍ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଜଣାଇଥିଲେ। ତେବେ ବୈଠକରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କିନ୍ତୁ ତାଙ୍କର ସମର୍ଥନ ଯଶୋବନ୍ତ ସିହ୍ନାଙ୍କୁ ଦେଇଥିଲେ।
ଅଧିକାଂଶ ସାଂସଦ ମାନେ ଦ୍ରୌପଦୀ ମୁର୍ମୁଙ୍କ ସର୍ମଥନରେ ବାହାରିଥିବା ବେଳେ କିନ୍ତୁ ସଞ୍ଜୟ ରାଉତ ଏଥିରେ ହୋଇନଥିଲେ । ଯାହା ସୋମବାର ଦିନ ଉଦ୍ଧବ ଠାକରେ ଡାକିଥିବା ବୈଠକରୁ ଜଣା ପଡିଥିଲା । ସଞ୍ଜୟ ରାଉତ କିନ୍ତୁ ସାଂସଦମାନଙ୍କୁ କହିଛନ୍ତି ଯେ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରାଯିବା ଉଚିତ। କିନ୍ତୁ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତିକୁ ସାଂସଦମାନେ ଅପେକ୍ଷା କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।