କଂଗ୍ରେସ ମୁଖପାତ୍ର (ପ୍ରତୀକାତ୍ମକ ଛବି)
News18 Odia Digital
ଉଦୟପୁରରେ ଟେଲର କହ୍ନେୟାଲାଲଙ୍କ ନିର୍ମମ ହତ୍ୟା ମାମଲାରେ ବିଜେପି ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା ଅଭିଯୋଗ କରିଛନ୍ତି ଯେ କହ୍ନେୟାଲାଲଙ୍କ ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀର ବିଜେପି ନେତାଙ୍କ ସହ ସମ୍ପର୍କ ରହିଛି ଓ ଅଟାରୀ ନିଜେ ମଧ୍ୟ ଜଣେ ବିଜେପି କର୍ମୀ।
କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ ରାଜସ୍ଥାନରେ ବିଜେପିର ବଳିଷ୍ଠ ତଥା ପୂର୍ବତନ ଗୃହମନ୍ତ୍ରୀ ଗୁଲାବ ଚନ୍ଦ୍ର କାଟରିଆଙ୍କ ବହୁ କାର୍ଯ୍ୟକ୍ରମରେ ରିୟାଜ ଅଟାରୀ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ ଫେସବୁକରେ ବିଜେପିର ସଂଖ୍ୟାଲଘୁ ଦଳର ନେତା ଇରଶାଦ ଚେନୱାଲା ୩୦ ନଭେମ୍ବର ୨୦୧୮ ରେ ପୋଷ୍ଟ କରିଛନ୍ତି ଓ ରିୟାଜଙ୍କୁ ଦଳର କର୍ମୀ ବୋଲି କହିଛନ୍ତି।
ପୱନ ଖେଡ଼ା କହିଛନ୍ତି ଯେ କେବଳ ଇରଶାଦ ନୁହେଁ, ବିଜେପି ନେତା ମହମ୍ମଦ ତାହିରଙ୍କ ସଂଖ୍ୟା ମଧ୍ୟ ଆସୁଛି। ପୱନ ବିଜେପି ନେତା ମହମ୍ମଦ ତାହିରଙ୍କ ଫେସବୁକ ପୋଷ୍ଟ ମଧ୍ୟ ପଢିଥିଲେ। ଯେଉଁଥିରେ ଲେଖାଥିଲା, ରାଜସ୍ଥାନର ଉଦୟପୁରର ଆମର ବିଜେପି କର୍ମୀ ରିୟାଜ ଅଟାରୀ ଭାଇଜାନ ଆମ ଦେଶ ହିନ୍ଦୁସ୍ତାନରେ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଆଲ୍ଲା ଆମ ଦେଶକୁ ସୁରକ୍ଷିତ ରଖନ୍ତୁ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।