ଥାନାକୁ ଫୋନ କରି କହ୍ନେୟାଲାଲ ଅଭିଯୁକ୍ତକୁ ଛାଡ଼ିବାକୁ କହିଥିଲେ ବିଜେପି ନେତା: ଗେହେଲଟ

ଅଭିଯୁକ୍ତ ରିୟାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଜେପି ନେତାମାନେ ପୋଲିସ ଷ୍ଟେସନ ଫୋନ କରି କହିଥିଲେ ଯେ ସେ ସେମାନଙ୍କର କର୍ମୀ ତେଣୁ ତାଙ୍କୁ ହଇରାଣ ନକରାଯାଉ । 

ରାଜସ୍ଥାନ ସିଏମ (ପ୍ରତୀକାତ୍ମକ ଛବି)

ରାଜସ୍ଥାନ ସିଏମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏନଆଇଏ ଓ ପୋଲିସ କ୍ରମାଗତ ଭାବେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ସୋମବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହ୍ନେୟାଲାଲ ହତ୍ୟା ମାମଲାରେ ମୁହଁ ଖୋଲି କହିଛନ୍ତି ଯେ ବିଜେପି ନେତାଙ୍କ ଅଭିଯୁକ୍ତଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଉପରେ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।

ପ୍ରକୃତରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରିୟାଜ ଅଟାରୀ ବୋଲି ଜଣାପଡିଛି। ରିୟାଜ ଗିରଫ ହେବା ପରେ କଂଗ୍ରେସ ନେତାମାନେ ତାଙ୍କର କିଛି ଫଟୋଗ୍ରାଫକୁ ଆଧାର କରି ବିଜେପି ସହ ତାଙ୍କର ସମ୍ପର୍କ ଥିବା ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଖବର ସାମ୍ନାକୁ ଆସିଥିଲା ​​ଯେ ଅଭିଯୁକ୍ତ ରିୟାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଜେପି ନେତାମାନେ ପୋଲିସ ଷ୍ଟେସନ ଫୋନ କରି କହିଥିଲେ ଯେ ସେ ସେମାନଙ୍କର କର୍ମୀ, ତେଣୁ ତାଙ୍କୁ ହଇରାଣ ନକରାଯାଉ ।  ଏଥି ସହ ବର୍ତ୍ତମାନ ସିଏମ ଅଶୋକ ଗେହେଲଟ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କେଉଁ ସ୍ତରରେ ବିଜେପି ସହ ଜଡିତ ତାହା ସମସ୍ତଙ୍କୁ ଜଣା।

ସିଏମ୍ ଅଶୋକ ଗେହେଲଟ କହିଛନ୍ତି ଯେ କାହାର ନାମ ନ ରଖି ବିଜେପି ନେତାମାନେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ନିଜର ଉତ୍ତର ଦେବା ଉଚିତ୍।

ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଜୁନ୍ ୨୮ ରେ ଉଦୟପୁରରେ ଥିବା ତାଙ୍କ ଦୋକାନରେ ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣାର କିଛି ଘଣ୍ଟା ପରେ ଅଭିଯୁକ୍ତ ରିୟାଜ ଅଖତାରୀ ଓ ମହମ୍ମଦଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ସମୁଦାୟ ୭ ଜଣଙ୍କୁ ଗିରଫ କରାଯାଇଛି ଓ ବର୍ତ୍ତମାନ ସମସ୍ତ ୭ ଜଣ ଅଭିଯୁକ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଙ୍କ ଅଧୀନରେ ଅଛନ୍ତି।

ବିରୋଧୀଦଳର ନେତା ଗୁଲାବ ଚାନ୍ଦ କାଟାରିଆଙ୍କ ସମେତ କିଛି ବିଜେପି ନେତାଙ୍କ ସହ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଖତାରୀଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ ଅଭିଯୁକ୍ତ (ରିୟାଜ) ଜଣେ ବିଜେପି କର୍ମୀ। ଏହି ଅଭିଯୋଗକୁ ବିଜେପି ଅସ୍ୱୀକାର କରିଛି।
Published by:Soumya Das
First published: