କହ୍ନେୟା ଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା
News18 Odia Digital
Udaipur Tailor Killing: ମଙ୍ଗଳବାର ଉଦୟପୁରରେ ଦର୍ଜୀ କହ୍ନେୟା ଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ ଦଳ ଦ୍ୱାରା ଏହା ପ୍ରକାଶ ପାଇଛି। ପୋଷ୍ଟମର୍ଟମ ଟିମର ସୂତ୍ର ଅନୁଯାୟୀ, ଦର୍ଜୀ କହ୍ନେୟା ଲାଲଙ୍କ ଦେହରେ ୨୬ଟି କ୍ଷତ ଚିହ୍ନ ଦେଖିବାକୁ ମିଳିଛି, ସେଥିମଧ୍ୟରୁ ୮ ରୁ ୧୦ଟି ବେକ ପାଖରେ ଥିବାବେଳେ ଅବଶିଷ୍ଟ ଅଂଶ ଶରୀରର ଅନ୍ୟ ଅଂଶରେ ଅଛି।
ଅନ୍ୟପକ୍ଷରେ, କହ୍ନେୟା ଲାଲଙ୍କ ହତ୍ୟାକୁ ଆତଙ୍କବାଦୀ ଘଟଣା ବୋଲି ବିଚାର କରି କେନ୍ଦ୍ର ସରକାର ଏହାର ଅନୁସନ୍ଧାନକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ଦେଇଛନ୍ତି। ଏହା ସହିତ କୌଣସି ସଂସ୍ଥା କିମ୍ବା ଆନ୍ତର୍ଜାତୀୟ ସଂଯୋଗ ଖୋଜିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
କହ୍ନେୟା ଲାଲଙ୍କ ହତ୍ୟାକାଣ୍ଡର ଯାଞ୍ଚ କରିବ NIA
ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲଙ୍କ ନିର୍ଦ୍ଦୟ ହତ୍ୟା ଘଟଣାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ଏନଆଇଏକୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଏହି ଘଟଣାର ପ୍ରାରମ୍ଭିକ ଅନୁସନ୍ଧାନରେ ରାଜସ୍ଥାନ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ ଦ୍ୱାରା ପ୍ରଭାବିତ ହେବା ପରେ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ରାତିରେ ଉଦୟପୁରକୁ ଏକ ଅନୁସନ୍ଧାନକାରୀ ଦଳ ପଠାଇଛି।
ମଙ୍ଗଳବାର ଉଦୟପୁର ସହରରେ ରିୟାଜ ଅଖତାରୀ ଏକ ତୀକ୍ଷ୍ଣ ଅସ୍ତ୍ରରେ ଦର୍ଜୀଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହେବା ପରେ ଆଉ ଜଣେ ବ୍ୟକ୍ତି ଗୋସ୍ ମହମ୍ମଦ ମୋବାଇଲ୍ ଫୋନରେ ଏହି ଭିଡିଓ କରିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।