Udaipur beheading: ରାଜସ୍ଥାନରେ ୧୪୪ ଧାରା ଜାରି; ବନ୍ଦ ରହିବ ଇଣ୍ଟରନେଟ

ରାଜସ୍ଥାନର ଉଦୟପୁରର ଦର୍ଜି କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜକ ପରିସ୍ଥିତି ଦେଖାଦେଇଛି। ଏଥିପାଇଁ ରାଜସ୍ଥାନ ସରକାର ରାଜ୍ୟରେ ୧୪୪ ଧାରା ଜାରି କରିଛନ୍ତି।

ଉଦୟପୁର ଦରଜି ହତ୍ୟା ମାମଲା (ପ୍ରତୀକାତ୍ମକ ଛବି)

ଉଦୟପୁର ଦରଜି ହତ୍ୟା ମାମଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାଜସ୍ଥାନର ଉଦୟପୁରର ମାଲଦାସ ଅଞ୍ଚଳରେ ଜନୈକ ଦର୍ଜି କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜକ ପରିସ୍ଥିତି ଦେଖାଦେଇଛି। ଏଥିପାଇଁ ରାଜସ୍ଥାନ ସରକାର ରାଜ୍ୟରେ  ୧୪୪ ଧାରା ଜାରି କରିଛନ୍ତି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ରିଆଜ ଓ ଗୋସ ମହମ୍ମଦ ବୋଲି ପୁଲିସ କହିଛି। ଏଥି ସହିତ ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି।

ଉଦୟପୁର ଡିଭିଜନାଲ କମିଶନର ରାଜେନ୍ଦ୍ର ଭଟ୍ଟ ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଉଦୟପୁର ନଗର ବିକାଶ ନିଗମ (ୟୁଆଇଟି)ରେ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ଓ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏହି ପରିପ୍ରେକ୍ଷୀରେ ଆଜମେର ଜିଲ୍ଲା ଏସପି ବିକାଶ ଶର୍ମା କହିଛନ୍ତି ଯେ, ଜିଲ୍ଲା ସମେତ ସାରା ରାଜ୍ୟରେ ୧୪୪ ଧାରା ଲାଗିଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ହେବାକୁ ଥିବା ଶାନ୍ତି ପଦଯାତ୍ରାକୁ ବାତିଲ କରାଯାଇଛି। ସମସ୍ତ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସେମାନେ ପ୍ରତି ମୁହୂର୍ତ୍ତରେ ଆଇନଶୃଙ୍ଖଳା ସଂକ୍ରାନ୍ତରେ ରିପୋର୍ଟ ଦେବେ। ଇତି ଅବସରରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଘଟଣାର ତଦନ୍ତ ଦାୟିତ୍ବ ନେଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ ଦର୍ଜିଙ୍କ ଗଳାକାଟି ହତ୍ୟା କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ଦେଇଥିବାରୁ ଘଟଣାକୁ ଗୁରୁତ୍ବର ସହ ବିଚାର କରୁଛି ଏନଆଇଏ।

ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଏହି ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡ଼ିଓ କରିଛନ୍ତି। ଭିଡ଼ିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ୱୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡ଼ିଓ ଜାରି କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧମକ ଦେଇଥିଲେ।
Published by:Soumya Das
First published: