ଭଲ ଖବର! UAE ରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ମିଳିବ ନାଗରିକତ୍ୱ

ୟୁଏଇରେ କାମ କରୁଥିବା ଭାରତୀୟମାନେ ନାଗରିକତ୍ୱ (Citizenship) ପାଇପାରିବେ । ୟୁଏଇ ବିଦେଶୀ ବୃତ୍ତିଗତ ତଥା ସେମାନଙ୍କ ପରିବାରକୁ ନାଗରିକତ୍ୱ ପ୍ରଦାନ କରିବାକୁ ଘୋଷଣା କରିଛି ।

ଭଲ ଖବର! UAE ରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ମିଳିବ ନାଗରିକତ୍ୱ
UAE ରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ମିଳିବ ନାଗରିକତ୍ୱ
  • News18 Odia
  • Last Updated: January 31, 2021, 1:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସରେ (UAE) କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ (Indians) ପାଇଁ ଏକ ଖୁସି ଖବର ଅଛି । ୟୁଏଇ ଶନିବାର ଘୋଷଣା କରିଛି ଯେ ସେ ବୃତ୍ତିଗତ ବିଦେଶୀ ନାଗରିକଙ୍କୁ ଏହାର ନାଗରିକତ୍ୱ (Citizenship) ପ୍ରଦାନ କରିବ । କୋଭିଡ -19 ମହାମାରୀ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବିଶେଷ କଥା ହେଉଛି କେବଳ ଏଠାରେ କାମ କରୁଥିବା ଲୋକଙ୍କୁ ନୁହେଁ ବରଂ ସେମାନଙ୍କ ପରିବାରକୁ ମଧ୍ୟ ନାଗରିକତ୍ୱ ଦିଆଯିବ ।

ଦୁବାଇର ଶାସକ, ଦେଶର ପ୍ରଧାନ ମନ୍ତ୍ରୀ ତଥା ଉପରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଅଲ ମାକ୍ଥୁମ୍ ଘୋଷଣା କରିଛନ୍ତି ଯେ କଳାକାର, ଲେଖକ, ଡାକ୍ତର, ଇଞ୍ଜିନିୟର୍ ଓ ବୈଜ୍ଞନିକ ତଥା ସେମାନଙ୍କ ପରିବାର ନାଗରିକତ୍ୱ ପାଇଁ ଆବେଦନ କରିପାରିବେ । ୟୁଏଇର ନାଗରିକ ହେବା ପରେ ମଧ୍ୟ ସେମାନେ ସେମାନଙ୍କର ପୁରୁଣା ନାଗରିକତା ମଧ୍ୟ ବଜାୟ ରଖିପାରିବେ ।

କେଉଁ ଅଧିକାର ଉପଲବ୍ଧ ହେବ
ତେବେ ନାଗରିକତା ପାଇଥିବା ବିଦେଶୀ ନାଗରିକଙ୍କୁ ମଧ୍ୟ ଏଠାରେ ମୂଳ ନାଗରିକଙ୍କ ପରି ସମାନ ଅଧିକାର ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନେ କେବଳ ଚାକିରି କିମ୍ବା କାର୍ଯ୍ୟ ସମୟରେ ଭିସା ପାଆନ୍ତି, ଯାହା ନବୀକରଣ ହୁଏ । ଅବଶ୍ୟ ନିକଟ ଅତୀତରେ ଭିସା ନିୟମାବଳୀକୁ ଆରାମ ଦିଆଯାଇଛି ଯେଉଁଥିପାଇଁ ସ୍ୱତନ୍ତ୍ର ନିବେଶକ, ଛାତ୍ର ଓ ବୃତ୍ତିଗତମାନେ ଅଧିକ ସମୟ ଏହି ଦେଶରେ ରହିପାରିବେ ।
Published by: Jagdish Barik
First published: January 31, 2021, 1:17 PM IST