News18 Odia Digital
ନୂଆ ଦିଲ୍ଲୀ: IPL ଖେଳିବା ପାଇଁ ୟୁଏଇ ପହଞ୍ଚିବା ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା (Suresh Raina) ପାରିବାରିକ କାରଣରୁ ଦେଶକୁ ଫେରିଛନ୍ତି । ସେ ପୂରା ସିଜିନ ପାଇଁ ଦଳରୁ ବାହାରି ଯାଇଛନ୍ତି । CSK ସିଇଓ କେ ବିଶ୍ୱନାଥନ ସୋସିଆଲ ମିଡ଼ିଆରେ ଏହାର ସୂଚନା ଦେଇ କହିଛନ୍ତି ଯେ ଦଳ ଏହି ସମୟରେ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।
CSK ର ସିଇଓ ଟ୍ୱିଟରରେ ଲେଖିଛନ୍ତି, 'ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି । ସେ ପୂରା ସିଜିନ ପାଇଁ ଦଳରୁ ବାହାରି ଯାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ଏହି ସମୟରେ ସୁରେଶ ଓ ତାଙ୍କ ପରିବାରକୁ ପୂର୍ଣ୍ଣ ସମର୍ଥନ ଦେଉଛି । ଚଳିତ ବର୍ଷ ମାର୍ଚ୍ଚରେ ରାଇନା ପୁନର୍ବାର ପିତା ହୋଇଥିଲେ । ତାଙ୍କ ପତ୍ନୀ ପ୍ରିୟଙ୍କା ଚୌଧୁରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଉଭୟ ପୁଅର ନାମ ରିଓ ରଖିଥିଲେ ।
କ୍ୱାରାଣ୍ଟିନରେ ଥିଲା ଚେନ୍ନାଇ ସୁପର କିଙ୍ଗ୍ସCSK ସଦସ୍ୟ କେବଳ ଦୁବାଇରେ ପହଞ୍ଚିବା ପରେ କରୋନାରେ ଶିକାର ହୋଇଥିଲା । ଯାହା ଫଳରେ ଶୁକ୍ରବାର ଦିନ ସମଗ୍ର ଦଳକୁ ସଙ୍ଗରୋଧ କରାଯାଇଥିଲା । ଖବର ଅନୁସାରେ ଚେନ୍ନାଇ ସୁପର କିଙ୍ଗ୍ସର ମୋଟ ୧୧ ଜଣ ସଦସ୍ୟ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଭାରତୀୟ ଖେଳାଳି ଅଛନ୍ତି। ଚେନ୍ନାଇ ଦଳ ଅଗଷ୍ଟ ୨୧ ରେ ଚେପୁକ ଠାରେ ପାଞ୍ଚ ଦିନିଆ ଶିବିର କରିଥିଲେ ଓ ପରେ ଦୁବାଇରେ ପହଞ୍ଚି ଥିଲେ । ସେମାନେ ଦୁବାଇରେ 6 ଦିନିଆ ସଙ୍ଗରୋଧ ଅବଧିରେ ଥିଲେ ଓ ସୁରେଶ ରାଇନା ମଧ୍ୟ ଏହି ଦଳ ସହିତ ୟୁଏଇରେ ପହଞ୍ଚିଥିଲେ । ସେ ଚେନ୍ନାଇରେ ଥିବା ଶିବିରର ଏକ ଅଂଶ ମଧ୍ୟ ଥିଲେ । ବାକି ଟିମ୍ ହୋଟେଲରେ ସଙ୍ଗରୋଧରେ ଥିବା ବେଳେ ରାଇନା ଦେଶକୁ ଫେରି ଆସିଛନ୍ତି ।
ଅବସର ଘୋଷଣା କରି ସାରିଛନ୍ତିସୁରେଶ ରାଇନା ଇନଷ୍ଟାଗ୍ରାମରେ ଅଗଷ୍ଟ ୧୫ ରେ ପୋଷ୍ଟ କରିଥିଲେ ଯେ ସେ ଜାତୀୟ କ୍ରିକେଟରୁ ଅବସର ନେଉଛନ୍ତି। ସୁରେଶ ରାଇନା ୧୮ ଟି ଟେଷ୍ଟ ମ୍ୟାଚ ଓ ୨୨୬ ଟି ODI ବ୍ୟତୀତ ଭାରତ ପାଇଁ ମୋଟ ୭୮ ଟି -୨୦ ମ୍ୟାଚ ଖେଳିଥିଲେ । ୨୨୬ ଟି ODI ରେ, ରାଇନା ପାଞ୍ଚଟି ଶତକ ସହ ୫୬୧୫ ରନ୍ ସଂଗ୍ରହ କରିଥିଲେ । ଟି -୨୦ କ୍ରିକେଟ୍ ରେ ସେ ଗୋଟିଏ ଶତକ ସହ ୧୬୦୫ ରନ୍ ସ୍କୋର କରିଥିଲେ । ସେ ଟେଷ୍ଟ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିନଥିଲେ । ସେ ୧୮ ଟି ଟେଷ୍ଟ ମ୍ୟାଚ୍ ଖେଳି କେବଳ ୭୬୮ ରନ୍ ସ୍କୋର କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।