ସୁପର ଟାଇଫୁନ୍‌ ହିନ୍ନାମନୋର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ

କୋରିଆ ମେଟେରୋଲଜିକାଲ୍ ଅନୁଯାୟୀ ଘଣ୍ଟା ପ୍ରତି ୨୦୪ କିଲୋମିଟର ବେଗରେ ବହୁଥିଲା ପବନ। ସ୍ଥଳଭାଗ ବିଶେଷରେ ଏହାର ବେଗ ବଢ଼ି ୨୪୯ କିଲୋମିଟର ଛୁଇଁଥିଲା।

ସୁପର ଟାଇଫୁନ୍‌ ହିନ୍ନାମନୋର

ସୁପର ଟାଇଫୁନ୍‌ ହିନ୍ନାମନୋର

  • News18 Odia
  • Last Updated :
  • Share this:
News 18 Odia Digital

ଦକ୍ଷିଣ କୋରିଆ: ଲ୍ୟାଣ୍ଡଫଲ ସମୟରେ ସ୍ଥଳଭାଗ ଅତିକ୍ରମ ବେଳକୁ ହିନ୍ନାମନୋରର ଘଣ୍ଟାପ୍ରତି ବେଗ ଥିଲା ୧୨୭ ମାଇଲ୍ସ। ଏହାର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ ଜାରି ରହିଛି। କୋରିଆ ମେଟେରୋଲଜିକାଲ୍ ଅନୁଯାୟୀ ଘଣ୍ଟା ପ୍ରତି ୨୦୪ କିଲୋମିଟର ବେଗରେ ବହୁଥିଲା ପବନ।

ସ୍ଥଳଭାଗ ବିଶେଷରେ ଏହାର ବେଗ ବଢ଼ି ୨୪୯ କିଲୋମିଟର ଛୁଇଁଥିଲା। ଅନ୍ଧାରରେ ଅଛି ଦକ୍ଷିଣ କୋରିଆର ୨୦ ହଜାରରୁ ଅଧିକ ଘର। ଦକ୍ଷିଣ କୋରିଆ ଇତିହାସରେ ସବୁଠୁ ବଡ଼ ଟାଇଫୁନ୍‌ ଦେଶକୁ ହିଟ୍‌ କରିଛି। ଦକ୍ଷିଣ କୋରିଆରେ ୧୯୫୯ରେ ଟାଇଫୁନ୍‌ ସରାହ ଓ ୨୦୦୩ରେ ଟାଉଇପୁନ୍‌ ମାଇମୀ ହିଟ୍‌ କରିଥିଲା।

ପୁରାତନ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ଜେଜୁ ରିସର୍ଟ ଦ୍ୱୀପ ତଥା ଉଲସାନର ପ୍ରମୁଖ ଶିଳ୍ପ ସହର ଟାଇଫୁନ୍ ଦ୍ୱାରା ସତର୍କତା ଅବଲମ୍ବନ କରିବା ଆରମ୍ଭ କରି ଦେଇଛି। କୋରିଆ ପାଣିପାଗ ବିଭାଗର ମୁଖ୍ୟ ପୂର୍ବାନୁମାନ ହାନ ସାଙ୍ଗ ଉନ୍ ସୋମବାର ରାତିରେ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି।
Published by:Soumyashree Mishra
First published: