ଏଇ ହସମୁହାଁ ପିଲା ଦୁଇଟି ଆଉ ନାହାନ୍ତି: ତାଙ୍କ ଘରେ ନିଆଁ ଲାଗିଯିବାରୁ ଦୁହେଁ ଜଳି ମଲେ

ପିଲା ଦୁଇ ଜଣଙ୍କ ମାଆ ସେମାନଙ୍କୁ ଗୋଟେ ରୁମରେ ପୂରେଇ ବାହାରୁ କବାଟ ବନ୍ଦ କରିଦେଇଥିଲେ । ସେ ଆଖପାଖରେ ରହୁଥିବା ସମ୍ପର୍କୀୟ ଓ ପଡ଼ୋଶୀମାନଙ୍କୁ ସାନ ପୁଅର ଜନ୍ମ ଦିନର ପାର୍ଟିକୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ।

ଏଇ ହସମୁହାଁ ପିଲା ଦୁଇଟି ଆଉ ନାହାନ୍ତି: ତାଙ୍କ ଘରେ ନିଆଁ ଲାଗିଯିବାରୁ ଦୁହେଁ ଜଳି ମଲେ
ନିୟତିର ନିଷ୍ଠୁର ପରିହାସ: ଏଇ ଦୁଇ ଭାଇ ଆଉ ନାହାନ୍ତି
  • News18 Odia
  • Last Updated: January 24, 2020, 1:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି: ବାପା ମାଆଙ୍କ ସହିତ ହସଖୁସିରେ ସମୟ ବିତେଇ ଭବିଷ୍ୟତର ସ୍ୱପ୍ନ ଦେଖିବା ଶିଖୁଥିବା ଦୁଇଟି ନିଷ୍ପାପ ବାଳକ ନିଜ ଘରେ ନିଆଁ ଲାଗିଯିବାରୁ ପ୍ରାଣ ହରେଇଛନ୍ତି । ଏଇ ଦୁଃଖଦ ଘଟଣା ଘଟିଛି ଆସାମର ରାଜଧାନୀ ଗୁଆହାଟିର ବେଲଟୋଲା ଅଞ୍ଚଳରେ ।

ପିଲା ଦୁଇଟି – ଆଠ ବର୍ଷର ଇସାନ୍‌ ଓ ତା’ର ତିନି ବର୍ଷର ଭାଇ ଇଭାନ୍‌ – ଘରର ପ୍ରଥମ ମହଲାରେ ଖେଳୁଥିବା ବେଳେ ସେହି ମହଲାରେ ନିଆଁ ଲାଗିଯାଇଥିଲା । ସେମାନେ ଜାଣିବା ବେଳକୁ ତାଙ୍କ ଚ଼ାରି ପାଖରେ ନିଆଁର ଶିଖାସବୁ ଘେରି ସାରିଥିଲେ । ସେତେବେଳେ ସେମାନଙ୍କ ମାଆ ଓ ଜେଜିମା’ ତଳ ମହଲାରେ ଥିଲେ । ଘଟଣାଟି ଗୁରୁବାର (ଜାନୁଆରୀ ୨୩) ଦିନ ଅପରାହ୍‌ଣରେ ଘଟିଛି । ସେଦିନ ସାନ ଭାଇ ଇଭାନର ଜନ୍ମ ଦିନ ଥିଲା ।

ନିଆଁ ଲାଗିବାର କାରଣ ଯଦିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, ସର୍ଟ ସର୍କିଟ ଯୋଗୁଁ ଏ ଅଘଟଣ ଘଟିଥିଲା ବୋଲି ସନ୍ଦେହ କରାଯାଉଛି । ସର୍ଟ ସର୍କିଟରୁ ନିଆଁ ଲାଗିବା ପରେ ସେ ଘରେ ଥିବା ଗୋଟେ ଗ୍ୟାସ୍‌ ସିଲିଣ୍ଡରରେ ବିସ୍ଫୋଟ (ବ୍ଲାଷ୍ଟ) ହୋଇଥିଲା ଓ ନିଆଁ ଅଧିକ ସ୍ଥାନକୁ ମାଡ଼ିଯାଇଥିଲା ।

କିଛି ଦିନ ତଳେ ପରିବାରଟି ହସଖୁସିରେ ଉଛୁଳୁଥିଲା ।


ଖବର ପାଇ ଅଗ୍ନିଶମ ଟିମ୍‌ ସେଠି ପହଞ୍ଚିଥିଲେ ଓ ନିଆଁ ଉପରେ କାବୁ ପାଇଥିଲେ, ମାତ୍ର ଏଇ କୁନି ପିଲା ଦୁଇ ଜଣଙ୍କୁ ବଞ୍ଚାଇ ପାରି ନ ଥିଲେ ।

ଚ଼ାରି ଆଡ଼ୁ ମାଡ଼ିଆସୁଥିବା ନିଆଁର ଶିଖାରୁ ରକ୍ଷା ପାଇବା ପାଇଁ ପିଲା ଦୁଇ ଜଣ ଗୋଟେ ଖଟ ତଳେ ଲୁଚ଼ି ରହିଥିଲେ । ହେଲେ ସେମାନଙ୍କ ଭାଗ୍ୟରେ ମୃତ୍ୟୁ ହିଁ ଲେଖାଥିଲା ।

ଯାହା ଜଣା ପଡ଼ୁଛି ପିଲା ଦୁଇ ଜଣଙ୍କ ମାଆ ସେମାନଙ୍କୁ ଗୋଟେ ରୁମରେ ପୂରେଇ ବାହାରୁ କବାଟ ବନ୍ଦ କରିଦେଇଥିଲେ । ସେ ଆଖପାଖରେ ରହୁଥିବା ସମ୍ପର୍କୀୟ ଓ ପଡ଼ୋଶୀମାନଙ୍କୁ ସାନ ପୁଅର ଜନ୍ମ ଦିନର ପାର୍ଟିକୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ।

ଇସାନ ଓ ଇଭାନ ସହ ସେମାନଙ୍କ ବାପାମାଆ


ପିଲା ଦୁଇ ଜଣଙ୍କ ଜେଜିମା’ ତଳ ମହଲାରେ ଥିଲେ । ସେ ଅସୁସ୍ଥ ଥିବାରୁ ଚ଼ଲାବୁଲା କରି ପାରୁ ନ ଥିଲେ ।

ଗୋଟେ ବିଜିନେସ୍‌ ଟ୍ରିପରେ ଦୂର ସହର ଶିବସାଗରକୁ ଯାଇଥିବା ଏଇ ପିଲା ଦୁଇ ଜଣଙ୍କ ବାପା ସେଠାରୁ ଘରକୁ ଫେରୁଥିଲେ । ନିଜ ସାନ ପୁଅର ଜନ୍ମ ଦିନ ପାର୍ଟିରେ ସେ ଯୋଗ ଦେଇଥାଆନ୍ତେ । ହେଲେ ବିଧିର ବିଧାନ ଏମିତି ଥିଲା ଯେ ସେ ଘରେ ପହଁଚ଼ିବା ପୂର୍ବରୁ ତାଙ୍କର ଦୁଇଟି ଯାକ ସନ୍ତାନ ଚ଼ିର ଦିନ ପାଇଁ ଦୁନିଆରୁ ଯାଇ ସାରିଥିଲେ ।
First published: January 24, 2020, 1:23 AM IST