ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଦୁହିଁଙ୍କ ପରିବାର ବାରମ୍ବାର ମନା କରିବା ସତ୍ତ୍ୱେ ଦୁଇ ଯୁବତୀ କୋର୍ଟରେ ପହଞ୍ଚି ପରସ୍ପରକୁ ବିବାହ କରିଛନ୍ତି । ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କ ପରିବାର ସବୁ ସମ୍ପର୍କ ତୁଟାଇ ଦେଇଛି, ହେଲେ ଅନ୍ୟ ଜଣଙ୍କ ପରିବାର ଏହି ବିବାହକୁ ସାଦରେ ଗ୍ରହଣ କରିଛି ।

ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 11, 2020, 2:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: ସମଲିଙ୍ଗୀ ବିବାହର ପରମ୍ପରା ଏବେ ବଡ଼ ସହରରୁ ଛୋଟ ସହର ପର୍ଯ୍ୟନ୍ତ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଏମିତି ଏକ ସମଲିଙ୍ଗୀ ବିବାହ ମାମଲା ବିହାରର ବେତିଆରୁ ଆସିଛି, ଯେଉଁଠି ଦୁଇ ଜଣ ଯୁବତୀ ପରସ୍ପରକୁ ବିବାହ କରିଛନ୍ତି ।

ଉଭୟ ଯୁବତୀ ପଞ୍ଜାବର ଜଳନ୍ଧରରେ ଏକ କୋର୍ଟରେ ପହଞ୍ଚି ସେଠାରେ ବିବାହ କରିଛନ୍ତି । ଏହି କାରଣରୁ ଜଣେ ଯୁବତୀଙ୍କ କ୍ରୋଧିତ ପରିବାର ସଦସ୍ୟମାନେ ତା’ ସହିତ ସମସ୍ତ ସମ୍ପର୍କ ଭାଙ୍ଗିଦେଇଛନ୍ତି । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ପ୍ରେମୀ ଯୁଗଳ ସେମାନଙ୍କ ଅଭିଯୋଗ ନେଇ ନଗର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହା ପରେ ପୋଲିସ ଉଭୟ ଯୁବତୀଙ୍କୁ ସେମାନଙ୍କ ଘରକୁ ପଠେଇଦେଇଛି ।

ବାସ୍ତବରେ ଉଭୟ ଯୁବତୀ ନିଜ ପରିବାର ସହିତ ପଞ୍ଜାବର ଜଲନ୍ଧରରେ ରହୁଥିଲେ। ସେଇଠି ଇସରତ ନାମ୍ନୀ ଯୁବତୀ ତାଙ୍କ ଘର ପାଖରେ ରହୁଥିବା ନଗମା ନାମ୍ନୀ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା । ଏହି ଘଟଣା ବିଷୟରେ ଉଭୟଙ୍କ ପରିବାର ଜାଣିପାରିଥିଲେ। ପରିବାରର ମନା ସତ୍ତ୍ୱେ ଦୁହେଁ ଗୁପ୍ତରେ ଜଳନ୍ଧର ଏକ କୋର୍ଟରେ ବିବାହ କରିଥିଲେ । କିନ୍ତୁ ଉଭୟ ଯୁବତୀଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ଯେତେବେଳେ ଇସରତ ନିଜ ‘‘ପତି’’ ନଗମାଙ୍କ ସହ ନିଜ ବାପଘରକୁ ଆସିଥିଲେ, ପରିବାର ସଦସ୍ୟ ତାଙ୍କୁ ଘରେ ରଖିବାକୁ ମନା କରିଦେଇଥିଲେ । ଇସରତ ଏଥିରେ କ୍ରୋଧିତ ହୋଇ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ତା’ପରେ ପୋଲିସ ଉଭୟଙ୍କୁ ନଗମାଙ୍କ ଘରକୁ ନେଇ ଯାଇଥିଲା। ନଗମାଙ୍କ ପରିବାର ଦୁହିଁଙ୍କ ସମ୍ପର୍କକୁ ଗ୍ରହଣ କରିଥିଲେ । ମିଠା ବାଣ୍ଟି ସ୍ୱାମୀଙ୍କ ପରିବାର ଏହି ବିବାହକୁ ସାଦରେ ଗ୍ରହଣ କରିଥିଲେ ।

‘‘ଆମେ ଜଳନ୍ଧରରେ ରହୁଥିଲୁ । କାରଖାନାରେ କାମ କରୁଥିଲୁ । ଏହି ଝିଅଟି ପାଖରେ ରହୁଥିଲା । କ’ଣ ହେଲା ଜଣା ନାହିଁ । ଆମେ କିଛି ଜାଣି ନ ଥିଲୁ । ବହୁତ ବୁଝେଇଲୁ, ହେଲେ ସେମାନେ ଶୁଣିଲେ ନାହିଁ । ଏବେ ଏହା ମାମଲା ବିଷୟରେ ଆମେ ଆଉ ମୁଣ୍ଡ ଖେଳାଉ ନାହୁଁ,’’ କହିଛନ୍ତି ଇସରତଙ୍କ ପିତା ହଜରତ ।

ନଗମାଙ୍କ ପିତା ଫର୍ଦେ ହୁସେନ୍ କୁହିଛନ୍ତି, ‘‘ଆମେ ପ୍ରାୟ ଦେଢ଼ ମାସ ପୂର୍ବରୁ ଜାଣିବାକୁ ପାଇଥିଲୁ ଯେ ଦୁହେଁ ବିବାହ କରିଛନ୍ତି । ସେମାନଙ୍କ ନିଷ୍ପତ୍ତିରେ ଆମର କୌଣସି ଅସୁବିଧା ନାହିଁ ।’’

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା

ଇସରତ କହିଛନ୍ତି ଯେ ସେମାନେ ଚାରି ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି । ସେମାନେ ଯେକୌଣସି ସ୍ଥାନକୁ ଗଲେ ସାଙ୍ଗରେ ରହନ୍ତି ।



‘‘ମୁଁ ନଗମା ବିନା ବଞ୍ଚି ପାରିବି ନାହିଁ । ତାଙ୍କ ସହିତ ବଞ୍ଚିବି ଓ ମରିବି । ଦୁଇ ମାସ ପୂର୍ବେ ନଗମା ଓ ମୁଁ ଜଳନ୍ଧରର ଏକ କୋର୍ଟରେ ବିବାହ କରିଛୁ । ମୁଁ ଯେତେବେଳେ ମୋ’ ମାଆବାପାଙ୍କ ଘରକୁ ଆସିଲି, ମୋ’ ପରିବାର ସଦସ୍ୟମାନେ ମୋତେ ଘରେ ପ୍ରବେଶ କରିବାକୁ ମନା କରିଦେଲେ । ଘରର ଲୋକେ ଏବେ ମୋ’ ସହ କୌଣସି ସମ୍ପର୍କ ନ ଥିବା କହୁଛନ୍ତି । ଏବେ ଆମେ ବି ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିବୁ ନାହିଁ,’’ କହିଛନ୍ତି ଇସରତ ।
Published by: Anand Shankar Thankur Das
First published: September 11, 2020, 2:57 PM IST
corona virus btn
corona virus btn
Loading