ଜାମୁ ଓ କାଶ୍ମୀରର କୁଲଗାମରେ ହିଜବୁଲ ଏବଂ ଲସ୍କରର ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ିଲେ ପୋଲିସ ଡିଏସପି

ଜାମୁ ଓ କାଶ୍ମୀରର କୁଲଗାମରେ ଚେକିଂ ସମୟରେ ଦୁଇଜଣ ଆତଙ୍କବାଦୀଙ୍କ ସହିତ ଜଣେ ପୋଲିସ ଡିଏସପି ପାହ୍ୟାର ଅଧିକାରୀ ଦେବିନ୍ଦରଙ୍କୁ ଗିରଫ କରିଛି । ଯିଏ ଆତଙ୍କବାଦୀଙ୍କ ସହିତ ତାଙ୍କ କାରରେ ବସିଥିଲା ।

ଜାମୁ ଓ କାଶ୍ମୀରର କୁଲଗାମରେ ହିଜବୁଲ ଏବଂ ଲସ୍କରର ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ିଲେ ପୋଲିସ ଡିଏସପି
ଶ୍ରୀନଗର ଠାରେ ସୁରକ୍ଷାବଳର ଜବାନମାନେ ଯାଞ୍ଚ କରୁଛନ୍ତି
  • News18 Odia
  • Last Updated: January 12, 2020, 9:04 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଜାମୁ ଓ କାଶ୍ମୀରର କୁଲଗାମରେ ଚେକିଂ ସମୟରେ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ସହିତ ଥିବା ଜାମୁ ଓ କାଶ୍ମୀର ପୋଲିସର ଜଣେ ଡିଏସପି ପାହ୍ୟାର ଅଧିକାରୀ ଦେବିନ୍ଦର ସିଂଙ୍କୁ ମଧ୍ୟ ଗିରଫ କରାଯାଇଛି । ଦେବିନ୍ଦର ଆତଙ୍କବାଦୀଙ୍କ ସହ କାରରେ ବସିଥିଲେ । ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଛି ।

ଧରାପଡ଼ିଥିବା ଆତଙ୍କବାଦୀମାନେ ଲସ୍କର-ଇ-ତୋଇବାର ଟପ କମାଣ୍ଡର ନବୀଦ ବାବୁ ଏବଂ ହିଜବୁଲ ମୁଜାହିଦ୍ଦିନର ଅଲତାଫ ବୋଲି ଜଣାପଡ଼ିଛି । ଦୁଇଜଣ ଆତଙ୍କବାଦୀ ଗୋଟିଏ ଭିଡିଓରେ ନଜର ଆସିଥିବାବେଳେ ସେମାନେ ସେଠାକାର ବ୍ୟବସାୟୀଙ୍କୁ ଧମକାଉଥିବା ଦେଖାଯାଇଥିଲା । ନ୍ୟୁଜ ୧୮ ଖବରଦାତାଙ୍କ ସୂଚନା ଅନୁସାରେ ଏହି ଆତଙ୍କବାଦୀମାନେ ଅନୁଚ୍ଛେଦ ୩୭୦ ହଟାଇବା ନେଇ ରାଗିଯାଇଥିଲେ ।

ସୁରକ୍ଷା ବଳ ଯେଉଁ ହିଜବୁଲ କମାଣ୍ଡରଙ୍କୁ ଗିରଫ କରିଛନ୍ତି ସେ ପୂର୍ବରୁ ଜଣେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିଲା ଏବଂ ଏକେ-୪୭ ରାଇଫଲ ଚୋରି କରି ଫେରାର ହୋଇଯାଇଥିଲା । ପରେ ସେ ଆତଙ୍କବାଦୀ ସଂଗଠନ ହିଜବୁଲ ଗୃପରେ ସାମିଲ ହୋଇଥିଲେ । ସେହିପରି ଗିରଫ ହୋଇଥିବା ଡିଏସପିଙ୍କ ଶ୍ରୀନଗରସ୍ଥିତ ଘରେ ଚଢ଼ାଉ କରାଯାଇ ଏକ ଏକେ-୪୭ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ସେଠାରେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଗିରଫ କରାଯାଇ ସାରିଛି । ବର୍ତ୍ତମାନ ଏହି ୩ଜଣଙ୍କୁ ପଚାର ଉଚରା କରାଯାଉଛି । ସେହିପରି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ମଧ୍ୟ ୧୧ ତାରିଖରେ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି କି ଆତଙ୍କବାଦ ବିରୋଧୀ ଅଭିଯାନ ଅନୁଯାୟୀ ବିଜବେହରା କ୍ଷେତ୍ରରୁ ଏହି ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀଙ୍କ ପରିଚୟ ସେମାନଙ୍କର ସଂଗଠନରୁ ଜଣାପଡ଼ିଛି ।
Published by: Durgamadhab Rath
First published: January 12, 2020, 9:04 AM IST
corona virus btn
corona virus btn
Loading