ତାମିଲନାଡୁ ପୋଲିସ ଅଫିସର୍‌ ହତ୍ୟା: ସିସିଟିଭି କ୍ୟାମେରାରୁ ୨ ଜଣ ସନ୍ଦିଗ୍ଧ ଚ଼ିହ୍ନଟ, ଫଟୋ ଜାରି ହେଲା

ତାମିଲନାଡୁ ପୋଲିସ ଏସ୍ଆଇ ଭିନ୍ସେଣ୍ଟଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କ ଟେର୍ ପାଇଲା ପୋଲିସ । ସିସିଟିଭି ଆଧାରରେ ଉଭୟଙ୍କ ଫୋଟ ଜାରି କଲା । ଆତଙ୍କବାଦୀ ଲିଙ୍କ୍ ଥିବା ନେଇ ପୋଲିସ ତଦନ୍ତ ଚଳାଇଛି ।

ଦୁଇ ସନ୍ଦିଗ୍ଧ ତୌଫିକ ଓ ଅବ୍‌ଦୁଲ୍‌ ଶମୀମ

ଦୁଇ ସନ୍ଦିଗ୍ଧ ତୌଫିକ ଓ ଅବ୍‌ଦୁଲ୍‌ ଶମୀମ

  • Share this:
News18 Odia Digital

ଥିରୁବନ୍ତପୁରମ: ବୁଧବାର ବିଳମ୍ବିତ ରାତିରେ କେରଳ-ତାମିଲନାଡୁ ସୀମାରେ ସ୍ପେସାଲ ସବ୍‌ ଇନ୍ସିପେକ୍ଟରଙ୍କୁ ଗୁଳି କରିଥିବା ଅଭିଯୋଗରେ ପୋଲିସ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ କରି ଉଭୟଙ୍କ ଫୋଟ ଜାରିକରିଛି । ଘଟଣାରେ ବ୍ୟବହୃତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି ।

ଜଣେ ହେଲା ଅବ୍‌ଦୁଲ ସମିମ୍‌ ଏବଂ ଅନ୍ୟ ଜଣକ ନାଁ ତଫିକ୍‌ । ତମିମ୍‌ ୨୦୧୪ରେ ଏକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ଏବଂ ତଫିକ୍‌ କନ୍ୟାକୁମାରୀ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ଉଭୟ ଅଭିଯୁକ୍ତଙ୍କ ଘର କନ୍ୟାକୁମାରୀ ଜିଲ୍ଲାରେ ।

ତେବେ ଏସ୍‌ଆଇଙ୍କୁ ଗୁଳିକାଣ୍ଡ ଘଟଣାରେ ବ୍ୟବହୃତ ୨ଟି ଗାଡ଼ିକୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଉକ୍ତ କାରକୁ ଜବତ କରିଛି ।

ନିହତ ତାମିଲନାଡ଼ୁ ପୋଲିସ ଏସ୍‌ଆଇ ଭିନ୍‌ସେଣ୍ଟ


ପୋଲିସ ଘଟଣାର ତଦନ୍ତ କରିବା ସହ ୨ ଅଭିଯୁକ୍ତଙ୍କ ସହ ଆତଙ୍କବାଦୀ ଲିଙ୍କ୍‌ ଥିବା ନେଇ ଖୋଳତାଡ଼ କରୁଛି ।

ବୁଧବାର କେରଳ-ତାମିଲନାଡୁ ସୀମାନ୍ତ କଲିକାଭିଲ୍ଲା ଷ୍ଟେସନ ନିକଟସ୍ଥ ଏକ ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ଥିଲେ । ସେ TN 57 AW-1559 ନମ୍ବର ଥିବା ଏକ ସ୍କର୍ପିଓ ଏସୟୁଭି ଗାଡ଼ିର ତନଖି ନେଉଥିବା ବେଳେ ଗାଡ଼ିରେ ଥିବା ୨ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଏସ୍‌ଆଇ ଭିନ୍‌ସେଣ୍ଟଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
Published by:Sibanava Panda
First published: