ମଶାଣିରେ ବଳାତ୍କାର: ଦୁଇ ଭଉଣୀଙ୍କ ସହ ମଶାଣି ଭିତରେ ଦୁଷ୍କର୍ମ କରି ସେନାର ୨ ଯବାନ ଗିରଫ ହେଲେ

Two sisters raped in crematorium, 2 accused Army personnel arrested in Delhi | ୨୦ରୁ ୨୨ ବର୍ଷ ବୟସ୍କା ଦୁଇ ଭଉଣୀ କହିଛନ୍ତି ଯେ ଶବଦାହ ଗହରେ ଯେଉଁଠି କାଠ ରଖାଯାଇଛି ସେଠାରେ ହିଁ ସେମାନଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ପୋଲିସ CCTV ଫୁଟେଜ୍ ଖୋଜୁଛି ଓ ତଦନ୍ତ ଚଳାଇଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ମଶାଣିକୁ ମନ୍ଦିର ପରି ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଏ । ମଣିଷର ଶେଷ ଯାତ୍ରା ଆରମ୍ଭ ହେଉଥିବା ଏହି ପବିତ୍ର ସ୍ଥାନରେ ଘଟିଛି ଦୁଷ୍କର୍ମ ପରି ଘୃଣ୍ୟ କାର୍ଯ୍ୟ । ଦୁଇ ଭଉଣୀଙ୍କୁ ଏକ ମଶାଣିକୁ ନେଇ ବଳାତ୍କାର କରାଯାଇଛି । ପରେ ସେମାନେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସେନାର ଦୁଇ ଜଣ ଯବାନଙ୍କୁ ଗିରଫ କରାଯାଇଛି ।

ଏହି ଜଘନ୍ୟ କାଣ୍ଡ ଘଟିଛି ଦିଲ୍ଲୀ କ୍ୟାଣ୍ଟ୍‌ (Delhi Cantt) ଅଞ୍ଚଳରେ । ମଙ୍ଗଳବାର ଦିନ ପୋଲିସ ସୂଚନା ଦେଇଛି ଯେ ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିଲା ଓ ଉଭୟ ଅଭିଯୁକ୍ତ ସନ୍ଦୀପ ଏବଂ ନୀରଜଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନା ଅନୁସାରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି । ପୀଡିତା ଦୁଇ ଯୁବତୀଙ୍କ ବିବୃତ୍ତି ସି.ଆର୍‌.ପି.ସି.ର ଦଫା ୧୬୪ ଅନୁସାରେ ରେକର୍ଡ଼ କରାଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ।

ଏହା ବି ପଢ଼ନ୍ତୁ | ନୟାଗଡ଼: ବର୍ଷର ଝିଅକୁ ମୋବାଇଲ୍ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍କରିବା ପରେ ହତ୍ୟା କଲା

ଦୁଇ ପୀଡି଼ତା ଯୁବତୀ ପରସ୍ପରର ଭଉଣୀ । ସେମାନଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ । ସେମାନେ ଥାନାରେ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ଭୟଭୀତ କରି ଦୁଇ ଜଣ ସେନାର ଯବାନ ଦିଲ୍ଲୀ କାଣ୍ଟ୍‌ (Delhi Cantonment) ଅଞ୍ଚଳରେ ଥିବା ଏକ ଶବଦାହ ଗୃହ ଭିତରକୁ ନେଇଥିଲେ ଓ ସେଠାରେ ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀ

ଦୁଇ ଯୁବତୀ କହିଛନ୍ତି ଯେ ଶବଦାହ ଗହରେ ଯେଉଁଠି କାଠ ରଖାଯାଇଛି ସେଠାରେ ହିଁ ସେମାନଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଏହି ମାମଲା ଉପରେ ପୋଲିସ ଖୋଲି କିଛି କହୁ ନ ଥିଲେ ବି ଜଣେ ଅଧିକାରୀ କହିଛନ୍ତି ଯେ ଘଟଣାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ଚାଲିଛି । ସେହି ଶବଦାହ ଗୃହରେ କୌଣସି ସି.ସି.ଟି.ଭି. କ୍ୟାମେରା ଲାଗିଛି କି ନାହିଁ ଓ ଯଦି ଲାଗିଛି ସେଥିରୁ କୌଣସି ଫୁଟେଜ୍‌ ମିଳିବ କି ନାହିଁ ଏହା ଉପରେ ବି ପୋଲିସ କାମ କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଲା ପରିବାରକୁ; ଘଣ୍ଟାର ଅପରେସନ୍ପରେ ଧରାପଡ଼ିଲା

ସୂତ୍ରଙ୍କ ଅନୁସାରେ ଯଦିଓ ଶବଦାହ ଗୃହ ଭିତରେ ଏହି କୁକୃତ୍ୟ ଘଟିଛି ବୋଲି ଦୁଇ ଭଉଣୀ କହିଛନ୍ତି, ପୋଲିସ ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିନି ଯେ ଘଟଣା ସେହି ଶବଦାହ ଗୃହ ଭିତରେ ନା ବାହାରେ ଘଟିଥିଲା । ପୀଡିତା ଯୁବତୀ ଦ୍ୱୟ ଯେଉଁ ଶବଦାହ ଗୃହ ବିଷୟରେ କହିଛନ୍ତି ତାହା ଦିଲ୍ଲୀ କ୍ୟାଣ୍ଟ ଥାନା ଅଧୀନରେ ଥିବା ସାଗରପୁର ନିକଟରେ ଅଛି ।



ଦୁଇ ଭଉଣୀ ନିଜ ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତମାନେ ସେମାନଙ୍କୁ ଭୟଭୀତ କରି ଶବଦାହ ଗୃହ ପରିସରକୁ ନେଇଥିଲେ ଓ ଯେଉଁଠି କାଠ ରଖାଯାଇଛି ସେଇଠି ସେମାନଙ୍କ ସହ ବଳାତ୍କାର କରିଥିଲେ । ସେମାନେ ଅଭିଯୋଗରେ ଏହା ବି କହିଛନ୍ତି ଯେ ଦୁଷ୍କର୍ମ ସମୟରେ ସେମାନେ ବଡ଼ ପାଟିରେ ଚିତ୍କାର କରିବାରୁ ଅଭିଯୁକ୍ତମାନଙ୍କର ଦୁଇ ଜଣ ବନ୍ଧୁ ସେଠାକୁ ଆସିଥିଲେ ଓ ଦୁଇ ଅଭିଯୁକ୍ତ ସେଠୁ ଦୌଡ଼ି ପଳାଇଯାଇଥିଲେ ।
Published by:Anand S.T. Das
First published: