News18 Odia Digital
H3N2 Virus: ଦେଶରେ ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ଚିନ୍ତାର ବିଷୟ ଏହା ଯେ ଏଚ୩ଏନ୨ (H3N2 Virus) ଭୂତାଣୁ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହରିୟାଣାରେ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି। ସାରା ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭୂତାଣୁ ଯୋଗୁ ୯୦ଟି ମାମଲା ସାମ୍ନାକୁ ଆସିଛି।
ସେହିଭଳି ଏଚ୧ଏନ୧ର ୮ଟି ମାମଲା ସାମ୍ନାକୁ ଆସିଛି। ଇନଫ୍ଲ୍ୟୁଏଞ୍ଜା ତିନି ପ୍ରକାରର ହୋଇଥାଏ। ଏଗୁଡିକ ହେଉଛି ଏଚ୧ଏନ୧, ଏଚ୩ଏନ୨, ଇନଫ୍ଲ୍ୟୁଏନଞ୍ଜା ବି।
ଭାରତରେ ବର୍ତ୍ତମାନ ଦୁଇ ପ୍ରକାରର ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ଏଚ୧ଏନ୧, ଏଚ୩ଏନ୨ ଭୂତାଣୁ ଦେଖିବାକୁ ମିଳିଛି। ସାରା ଦେଶରେ ଇନଫ୍ଲ୍ୟୁଏଞ୍ଜାର ମାମଲା ଦିନକୁ ଦିନ ବଢିବାରେ ଲାଗିଛି।
ଏଥିରେ ଅଧିକ ମାମଲା ଏଚ୩ଏନ୨ର ଥିବା ଦେଖିବାକୁ ମିଳିଛି। ଏହି ଭୂତାଣୁ ହଙ୍ଗକଙ୍ଗ ଫ୍ଲୁ ଭାବେ ମଧ୍ୟ ବେଶ ପରିଚିତ। ସାଧାରଣ ଭାବେ ଇନଫ୍ଲ୍ୟୁଏଞ୍ଜାରେ କାଶ, ଥଣ୍ଡା, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ।
କଫର ମଧ୍ୟ ସାମ୍ନା କରିଥାନ୍ତି ସାଧାରଣ ଲୋକେ। ରୋଗୀର ଗଳାର ମଧ୍ୟ କଷ୍ଟ ହୋଇଥାଏ, ମୁଣ୍ଡ ବିନ୍ଧା ହୋଇଥାଏ। ଏହା ଛଡ଼ା ଡାଇରିଆର ମଧ୍ୟ ଶିକାର ହୋଇଥାଏ ରୋଗୀ।
ହରିୟାଣାରେ ଏହି ଭୂତାଣୁର ମାମଲା ବଢ଼ି ଚାଲିଛି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ହୋଇଛି। ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ହାଇ-ଆଲର୍ଟ ଜାରି କରାଯାଇଛି।
ମାମଲା ଆହୁରି ବଢ଼ିପାରେଏକ୍ସପର୍ଟଙ୍କ ଅନୁଯାୟୀ H3A2 ଆହୁରି ଶୀଘ୍ର ବିସ୍ତାର ହୋଇପାରେ। ଏହାର କାରଣ ହେଉଛି ଏହି ସମୟରେ ପାଗ ବଦଳୁଛି। ଏଭଳି ପରିସ୍ଥିତିରେ ଜୀବାଣୁ ବୃଦ୍ଧି ହେବାର ସୁଯୋଗ ପାଇଥାନ୍ତି। ଲୋକ ସ୍ୱଚ୍ଛତା ଉପରେ ମଧ୍ୟ ଯତ୍ନ ନେଉନାହାଁନ୍ତି। ଯେଉଁ କାରଣରୁ ଭାଇରସର ପରିସର ବଢୁଛି।
ପଢ଼ନ୍ତୁ ପୂରା ଖବର: କରୋନା ପରି ବ୍ୟାପି ଚାଲିଛି H3N2 ଭାଇରସ; ସଚେତନ ପାଇଁ ଚେତାବନୀAIIMS ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ସମେତ ଅନେକ ବିଶେଷଜ୍ଞ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।