Jharkhand: ତ୍ରିରଙ୍ଗା ଉତ୍ତୋଳନ ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

ବୋକାରୋ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ପୋଲିସ ଲାଇନ୍‌ ପରିସରରେ ଜାତୀୟ ପତାକା ଉତ୍ତୋଳନ ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

  • Share this:
News 18 Odia Digital

ରାଞ୍ଚି: ବୋକାରୋ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ପୋଲିସ ଲାଇନ୍‌ ପରିସରରେ ଜାତୀୟ ପତାକା ଉତ୍ତୋଳନ ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ପୋଲିସ କର୍ମୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସ୍ୱାଧୀନତା ଦିବସ ସମାରୋହ ବି ଫିକା ପଡ଼ି ଯାଇଥିଲା।

ସୂଚନା ଅନୁଯାୟୀ, ପୋଲିସ ମେନ୍ସ ଆସୋସିଏସନ କାର୍ଯ୍ୟାଳୟ ବାହାରେ ଜାତୀୟ ପତାକାଉତ୍ତୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଜଣେ ସଫେଇ କର୍ମୀ ପତାକା ବାଉଁଶକୁ ଯେତେବେଳେ ଉପରକୁ ଉଠାଇଥିଲେ, ତାହା ଉପର ଦେଇ ଯାଇଥିବା ୧୧,୦୦୦ ଭୋଲ୍ଟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା।

ଫଳରେ ସଫେଇ କର୍ମୀଙ୍କ   ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଥି ସହିତ, ବୋକାରୋ ପୋଲିସ ଲାଇନ୍ସରେ ଘଟିଥିବା ଘଟଣାରେ ବିଦ୍ୟୁତ୍ ସଂଯୋଗ ହେତୁ ୪୦ ବର୍ଷୀୟ ସ୍ୱିପରଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ପୋଲିସ ଆସୋସିଏସନର ଜଣେ କନଷ୍ଟେବଳ ସାମାନ୍ୟ ଆହତ ହୋଇଥିଲେ।
Published by:Soumyashree Mishra
First published: