ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ସୈନିକ ଶହୀଦ

ଆତଙ୍କବାଦୀମାନେ ଲୁଚିଥିବାର ଖବର ସେନାର ଜବାନମାନଙ୍କୁ ମିଳିବା ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ସେଠାରେ ଛପି ପହଥିବା ଆତଙ୍କବାଦୀମାନେ ଦୁଇ ଜଣ ଜବାନଙ୍କ ଉପରେ ଆକ୍ରମଣ କରିଥିଲେ ।

ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ସୈନିକ ଶହୀଦ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 1, 2020, 7:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୌସେରା: ନୂଆବର୍ଷ ଅବସରରେ ଜାମୁ ଓ କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ସେକ୍ଟରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇଜଣ ଭାରତୀୟ ଜବାନ ଶହୀଦ ହୋଇଛନ୍ତି । ଆତଙ୍କବାଦୀମାନେ ଜବାନମାନଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିବା ନେଇ ଜଣାପଡ଼ିଥିବାବେଳେ ସେନା ଦ୍ବାରା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେହି ସ୍ଥାନରେ ଆତଙ୍କବାଦୀମାନେ ଲୁଚିଥିବା ନେଇ ସେନାକୁ ଖବର ମିଳିବା ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବାବେଳେ ଲୁଚିଥିବା ଆତଙ୍କବାଦୀମାନେ ୨ ଜବାନଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଏଲଓସିର କଲାଲ ପାଖରେ ଦରାଟ ଏବଂ ମଙ୍ଗଲାଦେଇ କ୍ଷେତ୍ରରେ ତିନିଜଣ ଆତଙ୍କବାଦୀଙ୍କୁ ଦେଖାଯିବା ପରେ ଭାରତୀୟ ସେନା ଏବଂ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇ ଜଙ୍ଗଲର କୋଣ ଅନୁକୋଣ ଖୋଜିଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ କିଛି ସଫଳତା ମିଳି ନଥିଲା । ପରେ ବିଳମ୍ବିତ ରାତିରେ ଫାଇରିଙ୍ଗ ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ଚାଲିଥିଲା ।

ଏହା ପୂର୍ବରୁ ଡିସେମ୍ବର ୩୧ରେ ଜାମୁ ଓ କାଶ୍ମୀରର ପୁଞ୍ଚ ଜିଲାର ଏଲଓସି ପାଖରେ ଲ୍ୟାଣ୍ଡମାଇନ ବ୍ଲାଷ୍ଟ ହୋଇଯାଇଥିଲା । ଏଥିରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେନା ବ୍ଲାଷ୍ଟର କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି ।

ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଜାମୁ ଓ କାଶ୍ମୀରରେ ୨୦୧୯ରେ ୧୬୦ଜଣ ଆତଙ୍କବାଦୀଙ୍କୁ ମରାଯାଇଥିବାବେଳେ ୧୦୨ଜଣଙ୍କୁ ଗିରଫ କରାଯାଇଛି ଫଳରେ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଥିବା ଯୁବକଙ୍କ ସଂଖ୍ୟା କମିଛି । ଖବରଦାତାମାନଙ୍କୁ ସମ୍ବୋଧିତ କରି ‘‘ ୨୦୧୮ରେ ୨୧୮ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୩୯କୁ ଖସି ଆସିଛି । ଏହା ସହିତ ଆତଙ୍କବାଦୀ ଗତିବିଧି ୩୦ ପ୍ରତିଶତ କମ୍ ହେବା ସହ ପୂର୍ବ ବର୍ଷ ତୁଳନାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସହ ଜଡ଼ିତ ଘଟଣା ୩୬ ପ୍ରତିଶତ କମ୍ ହୋଇଯାଇଛି ।

For more Solutions from CBSE Board, please Click here:

Published by: Anand Shankar Thankur Das
First published: January 1, 2020, 7:23 AM IST
corona virus btn
corona virus btn
Loading