News18 Odia Digital
Love Story : ପ୍ରଥମ ଦେଖାରେ ପ୍ରେମରେ ପଡ଼ିଲେ ଦୁଇ ଆଇଏଏସ୍ ଓ ଆଇପିଏସ୍ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସରକାରୀ କର୍ମଚାରୀଙ୍କ ମଧ୍ୟରେ ପ୍ରେମ ବିବାହ କରିବା ସାରା ଦେଶରେ ସାଧାରଣ ଅଟେ । କିନ୍ତୁ କେନ୍ଦ୍ରୀୟ ଜନସେବା ଆୟୋଗର କଷ୍ଟ ଦାୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଓ କାର୍ଯ୍ୟ ଆରମ୍ଭ କରିବା ପରେ, ଏହି ଅଧିକାରୀମାନେ ପରସ୍ପରର ମନ ସହ ହୃଦୟ ମିଶିବା ଘଟଣା ନୂଆ ନୁହେଁ । କଥାରେ ଅଛି ପ୍ରେମରେ ଜାତି,ଧର୍ମ କିଛି ଦେଖା ଯାଏ ନାହିଁ । ଏହାର ଏକ ଚର୍ଚ୍ଚିତ ଉଦାହରଣ ହେଉଛନ୍ତି ଟିନା ଡାବି । ଯିଏ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ପ୍ରେମ ବିବାହ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଥିଲେ । ଏହି ସମୟରେ ମଧ୍ୟ ଅନେକ IAS ଓ ଆଇପିଏସ୍ ଅଧିକାରୀ ପରସ୍ପରକୁ ଭଲପାଇ ବିବାହ କରିଥିଲେ ଓ ସେମାନଙ୍କର ଜୀବନ ଖୁସିରେ ବି ଚାଲିଛି । ସୋଲାପୁର ମ୍ୟୁନିସିପାଲିଟି କମିଶନର ଶୀତଲ ତେଲି ଉଗଲେଙ୍କ ପ୍ରେମ କାହାଣୀ ମଧ୍ୟ ସମାନ ।
ଶୀତଲ ଓ ଡଃ ବାସଭାରାଜଙ୍କ ପ୍ରଥମ ସାକ୍ଷାତ ମୁମ୍ବାଇରେ ହୋଇଥିଲା । ପ୍ରଥମ ଦେଖାରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ । ପ୍ରଶାସନିକ ଭାବରେ କହିବାକୁ ଗଲେ, ସେମାନେ ପରସ୍ପର ସହିତ ସେମାନଙ୍କର ବାର୍ତ୍ତାଆଳାପ ଆରମ୍ଭ କରିଥିଲେ । ଭାଷା ଓ ସଂସ୍କୃତିର ଅନେକ ପ୍ରତିବନ୍ଧକ ସତ୍ତ୍ୱେ ପରସ୍ପର ପ୍ରତି ସେମାନଙ୍କର ପ୍ରେମ ବଢି ଚାଲିଥିଲା । ପରେ ପ୍ରେମରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ପଢନ୍ତୁ ଏହି ଖବର :
http://ଅନ୍ତିମ ସଂସ୍କାର ପାଇଁ ଶେଷ ସ୍ନାନ ବେଳେ ଉଠି ପଡ଼ିଲା ଶବ; ସବୁ ତାଟକା !ଶୀତଲ କହିଛନ୍ତି ଯେ, ‘ଆମେ ପ୍ରଶାସନିକ କ୍ଷେତ୍ରରେ କଦାପି ପରସ୍ପରର କାର୍ଯ୍ୟରେ ହସ୍ତକ୍ଷେପ କରୁନାହୁଁ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଆମେ ପରସ୍ପରକୁ ସମର୍ଥନ କରୁ ଓ ଏହାରି ଭିତରେ ଆମ ବିବାହର ଦଶନ୍ଧି ପୂରଣ ମଧ୍ୟ ପୂରଣ ହୋଇଛି । ଖୁସିରେ ମଧ୍ୟ ଅଛୁ ।’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।