ଜାମ୍ମୁ କାଶ୍ମୀରର ଏକ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ସ୍ବାମୀ-ସ୍ତ୍ରୀ ଆହତ

Jammu Kashmir: ଜାମ୍ମୁ କାଶ୍ମୀରର କୁପୱାରାର ଲାଇନ ଅଫ୍ କଣ୍ଟ୍ରୋଲ ନିକଟରେ ଥିବା ଏକ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଜାମ୍ମୁ କାଶ୍ମୀରର ଏକ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

ଜାମ୍ମୁ କାଶ୍ମୀରର ଏକ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

  • News18 Odia
  • Last Updated :
  • Share this:
News18 Odia Digital

Jammu Kashmir: ଜାମ୍ମୁ କାଶ୍ମୀରର କୁପୱାରାର ଲାଇନ ଅଫ୍ କଣ୍ଟ୍ରୋଲ ନିକଟରେ ଥିବା ଏକ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଆହତ ହୋଇଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଲା ୟାଖିଆ ଆୱାନ ଓ ୫୫ ବର୍ଷୀୟା ଜୁଲେଖାନ ବେଗମ ବୋଲି ଜଣାପଡ଼ିଛି। ଉଭୟ ସ୍ୱାମୀ-ସ୍ତ୍ରୀ। ଟାଙ୍ଗଡାରର କୁଟନାର୍ଡ ବେକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି।

ଆହତ ମହିଳା ଓ ପୁରୁଷଙ୍କୁ ତୁରନ୍ତ SDH ଟାଙ୍ଗଡରକୁ ନିଆଯାଇଥିଲା, ଯେଉଁଠାରୁ ସେମାନଙ୍କୁ ଶ୍ରୀନଗରକୁ ପଠାଯାଇଛି।

ଡିଜିପି ଦିଲବାଗ ସିଂ କ’ଣ କହିଛନ୍ତି?

ଡିଜିପି ଦିଲବାଗ ସିଂ କହିଛନ୍ତି ଯେ ସମ୍ପ୍ରତି ଅନୁପ୍ରବେଶ ଉଦ୍ୟମକୁ ସେନା ଓ CRPFର ବରିଷ୍ଠ ଅଧିକାରୀମାନେ ଖଣ୍ଡନ କରିଛନ୍ତି। ଏଥିସହିତ ସେ କୁପୱାରାର ଯୁବକମାନଙ୍କୁ ଶାନ୍ତିର ରାସ୍ତା ବାଛିବା ଓ ସୀମା ପାର କରି ଆତଙ୍କବାଦୀ ଉଦ୍ୟମରୁ ଦୂରେଇ ରହିବାକୁ ଉତ୍ସାହିତ କରିଥିଲେ। ସୀମା ଆରପାରିରୁ ନିଶା କାରବାର କରି ପାକିସ୍ତାନ ଆତଙ୍କବାଦକୁ ଅର୍ଥ ପ୍ରଦାନ କରୁଛି ଓ ଏଠାରେ ଯୁବକମାନଙ୍କୁ ବିଭ୍ରାନ୍ତ କରୁଛି। AK-47 ଓ ଅନ୍ୟାନ୍ୟ ଅସ୍ତ୍ର ସମେତ ପାକିସ୍ତାନରୁ ଆଣିଥିବା ବହୁ ଗୁଳି ଜବତ କରାଯାଇଛି।
Published by:Lipina Das
First published: