ଏକା ସଙ୍ଗେ ଉଠିଲା ୨ ଭାଇଙ୍କ କୋକେଇ; ଅଧଘଣ୍ଟାରେ ଟଳିପଡିଲେ ସାନ ଭାଇ

ଏପଟେ ହସ୍ପିଟାଲରୁ ଆସୁଥିଲା ବଡ ଭାଇର ମୃତଦେହ । ସେପଟେ ଚାଲିଗଲା ସାନ ଭାଇ ଜୀବନ ।

ଉଠିଲା ୨ ଭାଇଙ୍କ କୋକେଇ

ଉଠିଲା ୨ ଭାଇଙ୍କ କୋକେଇ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା : ବଡ଼ ଭାଇର ମୃତ୍ଯୁକୁ ସହଜରେ ଗ୍ରହଣ କରିପାରିଲେନି ସାନ ଭାଇ । ମାତ୍ର ଅଧଘଣ୍ଟା ଭିତରେ ଚାଲିଗଲା ସାନ ଭାଇର ଜୀବନ । ପାଟଣାରୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା ।

ପାଟଣାରେ ଲୋଟେଶ୍ୱରରେ ରହୁଥିବା ପଟେଲ ପରିବାରରେ ଦୁଇ ପୁଅଙ୍କର ଏକା ସାଙ୍ଗରେ ମୃତ୍ଯୁ ହୋଇଛି । ପ୍ରଥମେ ଘରର ବଡ ପୁଅର ହୃଦଘାତରେ ମୃତ୍ଯୁ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସାନ ଭାଇର ପ୍ରାଣବାୟୁ ଉଡିଯାଇଥିଲା । ୩୦ ମିନିଟ ଭିତରେ ପରିବାର ଉପରେ ଘୋଟିଆସିଥିଲା କଳା ବାଦଲ ।

ଲୋଟେଶ୍ୱର ନିବାସୀ ଅରବିନ୍ଦ ପଟେଲ ଚେକ ଜମା ପାଇଁ ବ୍ଯାଙ୍କ ଯାଇଥିଲେ । ସେହି ସମୟରେ ତାଙ୍କୁ ଅସୁସ୍ଥ ଅନୁଭବ ହେଉଥିଲା । ସେ ବ୍ଯାଙ୍କରେ ପଡିଥିବା ଏକ ଚେୟାର ଉପରେ ବସିଯାଇଥିଲେ । ଟିକେ ସୁସ୍ଥ ଲାଗିବାରୁ ସେ ଘରକୁ ଯିବାକୁ ବାହାରିଲେ । ବ୍ଯାଙ୍କରୁ ବାହାରକୁ ଆସିବା ପରେ ହଠାତ ରାସ୍ତାରେ ଟଳିପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଯାଇଥିଲା ବୋଲି ଡାକ୍ତର କହିଥିଲେ।  ଯାହାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।

ସେପଟେ ବଡ଼ଭାଇ ଅରବିନ୍ଦଙ୍କ ମୃତ୍ଯୁ ଖବର ଶୁଣି ସାନ ଭାଇ ଦିନେଶ ପଟେଲ ଦିନେଶଭାଇ ପଟେଲ ଦୋକାନରୁ ଘରକୁ ଆସିଥିଲେ । ସବୁକିଛି ଠିକ ହୋଇଯିବ ବୋଲି ଘରଲୋକଙ୍କୁ ଭରସା ଦେଇଥିଲେ । ସେହି ସମୟରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କର ମଧ୍ଯ ଜୀବନ ଚାଲିଯାଇଥିଲା ।

OPS: ସରକାରୀ କର୍ମଚାରୀ ଏବେ ଟେନସନ ଫ୍ରି; ଲାଗୁ ହେବ ପୁରୁଣା ପେନସନ ସ୍କିମ!

ଦିନେଶ ପଟେଲଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଗୋଟେ ପଟେ ଘରର ବଡ ପୁଅର ମୃତଦେହ ଘରକୁ ଆସୁଥିବା ବେଳେ ହସ୍ପିଟାଲରେ ସାନ ପୁଅର ଜୀବନ ଚାଲିଯାଇଥିଲା ।

ସୂଚନାଯୋଗ୍ଯ, ବଡ ପୁଅ ଅରବିନ୍ଦଙ୍କ ବୟସ ୪୯ ବର୍ଷ । ତାଙ୍କର ଏକ ୨୫ ବର୍ଷର ଝିଅ ଅଛି, ଯାହାଙ୍କର ଦେଢ ବର୍ଷ ପୂର୍ବେ ବାହାଘର ହୋଇଥିଲା । ଅରବିନ୍ଦଙ୍କର ଜଣେ ୨୧ ବର୍ଷର ପୁଅ ଅଛନ୍ତି । ଦିନେଶଭାଇଙ୍କ ବୟସ ୪୫ ବର୍ଷ । ତାଙ୍କର ଗୋଟିଏ ୧୯ ବର୍ଷର ପୁଅ ଅଛି । ଦୁଇଜଣଙ୍କର ଅଚାନକ ମୃତ୍ଯୁରେ ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି ।
Published by:Soumya Das
First published: