VIDEO: ଦୁଇ ପ୍ରେମୀ ଯୁଗଳ ସାଙ୍ଗରେ ବୁଲୁଥିଲେ, ଲୋକେ ଜବରଦସ୍ତି ବାହା କରାଇଦେଲେ

କଲେଜକୁ ନ ଯାଇ ଦୁଇ ଯୁବତୀ ନିଜ ନିଜ ବୟଫ୍ରେଣ୍ଡଙ୍କ ସହ ଏକ ବଗିଚାରେ ବୁଲାବୁଲି କରୁଥିଲେ । ତା’ପରେ ସେମାନେ ପାଖାପାଖି ବସିଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ସନ୍ଦେହଜନକ ସ୍ଥିତିରେ ଦେଖିଥିଲେ ଓ ଜବରଦସ୍ତି ବାହା କରାଇ ଦେଇଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପଟନା: ପ୍ରେମ କରିବା ଆରମ୍ଭ କରିବା ପରେ ବିବାହ କରିବା ନିଷ୍ପତ୍ତିରେ ଅନେକ ପ୍ରେମୀ ଯୁଗଳ କିଛି ସମୟ ନେଇଥା’ନ୍ତି । ଅନେକ କଥା ବିଚାର କରିବା ପରେ ଦୁହେଁ ପରସ୍ପରର ଜୀବନ ସାଥୀ ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥା’ନ୍ତି । ହେଲେ ପ୍ରେମୀ ଯୁଗଳଙ୍କୁ (lover couple) ଧରି ଜବରଦସ୍ତି ବାହା କରାଇଦେଲେ ସେମାନେ ଖୁସିରେ ରହିବେ ତ? ମାତ୍ର ଏମିତି ଘଟଣା ବିହାରରେ ଘଟିଛି ।

ନିକଟରେ ଦୁଇ ପ୍ରେମୀ ଯୁଗଳ, ଅର୍ଥାତ ଦୁଇ ଜଣ ଯୁବକ ଓ ଦୁଇ ଜଣ ଯୁବତୀଙ୍କୁ ଧରି ଜବରଦସ୍ତି ବାହା କରାଇଦେଇଛନ୍ତି ସ୍ଥାନୀୟ ଲୋକେ । ଏହି ଅଜବ ବିବାହର ଭିଡିଓ ଭାଇରାଲ (Video viral) ହେଉଛି । ଏହି ଘଟଣା ଘଟିଛି ବୈଶାଳୀ ଜିଲ୍ଲାର ମହୁଆ ଥାନା ଅଞ୍ଚଳର ସିଙ୍ଘାଡ଼ାରେ ।

ଏହା ବି ପଢ଼ନ୍ତୁ | ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ, ‘’୧୪ ବର୍ଷ ବୟସରେ ମୋ ଯୌନ ଶୋଷଣ ହୋଇଥିଲା’’

ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ଏକ ବଗିଚାରେ ଏହି ଦୁଇ ପ୍ରେମୀ ଯୁଗଳ ବୁଲାବୁଲି କରୁଥିଲେ । ସେମାନଙ୍କୁ ସେଠି ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ନିକଟରେ ଥିବା ଏକ ମନ୍ଦିରକୁ ନେଇ ଜବରଦସ୍ତ ବିବାହ କରାଇଦେଇଥିଲେ । ଏକାସାଙ୍ଗରେ ମନ୍ଦିର ନିକଟରେ ଥିବା ଏକ ତୁଳସୀ ଚଉରା ଚାରି ପାଖରେ ଦୁଇ ପ୍ରେମୀ ଯୁଗଳଙ୍କୁ ଜବରଦସ୍ତି ସାତ ଫେରା ଲଗାଇଥିଲେ ଗ୍ରାମବାସୀମାନେ ।



ବିନା ବିବାହ ମୁହୂର୍ତ୍ତ ନିର୍ଘଣ୍ଟ କରି ଓ ବିନା ବାଜା ଓ ପୁରୋହିତରେ ଜବରଦସ୍ତି କରାଯାଇଥିବା ଏହି ଦୁଇଟି ବିବାହ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ପ୍ରେମୀଯୁଗଳ ସ୍ଥାନୀୟ ଲୋକଙ୍କ କଥାରେ ଏତେ ଡରିଯାଇଥିଲେ ଯେ ସେମାନେ ପ୍ରତିବାଦ କରି ନ ଥିଲେ । ଲୋକଙ୍କ କଥା ମାନି ସେମାନେ ବିବାହ କରିଥିଲେ ।

କୁହାଯାଉଛି ଯେ ପାଟପୁର ଗ୍ରାମର ବାସିନ୍ଦା ଦୁଇ ଯୁବତୀ ପରସ୍ପରର କଜିନ୍‌ ଭଉଣୀ – ଦାଦା ଝିଅ ଭଉଣୀ । ଗୋଟିଏ  ଯୁବକ ଜଣେ ଯୁବତୀର ଭଣୋଇଙ୍କ ସାନ ଭାଇ ହୋଇଥିବା ବେଳଏ ଅନ୍ୟ ଯୁବକ ତା’ ବନ୍ଧୁ । ଦୁଇ ଜଣ ଯାକ ଯୁବତୀ ଘରୁ ସ୍ଥାନୀୟ କଲେଜକୁ ଆସିଥିଲେ । ସେମାନେ ଇଣ୍ଟରମିଡିଏଟର ଛାତ୍ରୀ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

କଲେଜକୁ ନ ଯାଇ ଦୁଇ ଯୁବତୀ ନିଜ ନିଜ ବୟଫ୍ରେଣ୍ଡଙ୍କ ସହ ବଗିଚାରେ ବୁଲାବୁଲି କରୁଥିଲେ । ତା’ପରେ ସେମାନେ ସେହି ବଗିଚାରେ ଏକାକୀ ବସିଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ସନ୍ଦେହଜନକ ସ୍ଥିତିରେ ଦେଖିବାକୁ ପାଇବା ପରେ ଧରିପକାଇଥିଲେ ଓ ଜବରଦସ୍ତି ବାହା କରାଇଦେଇଥିଲେ ।



ଉଭୟ ପ୍ରେମୀ ଯୁଗଳଙ୍କ ଜବରଦସ୍ତି ବିବାହ କରାଇବା ପରେ ଗ୍ରାମବାସୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ । ତା’ପରେ ଗ୍ରାମବାସୀମାନେ ସେମାନଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ । Sହି ଅଜବ ବିବାହର ଭିଡିଓ ଭାଇରାଲ୍ ହେବା ପରେ ଯାଇ ଏହି ଘଟଣା ବିଷୟରେ ଜଣାପଡ଼ିଥିଲା ।
Published by:Anand ST Das
First published: