ନାଗାଲାଣ୍ଡ ମୁଠଭେଡରେ ଏନକାଉଣ୍ଟର ବେଳେ ୨ ଆସାମ ରାଇଫଲ୍ସ ଯବାନ ଆହତ; କିଛି ଆତଙ୍କବାଦୀ ମୃତାହତ ଆଶଙ୍କା

ନାଗାଲାଣ୍ଡର ମୋନ ଜିଲ୍ଲାରେ NSCN-KYA ର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇ ଆସାମ ରାଇଫଲ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜୋରହାଟ ବାୟୁସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନାଗାଲାଣ୍ଡ ମୁଠଭେଡରେ ଏନକାଉଣ୍ଟର ବେଳେ ୨ ଆସାମ ରାଇଫଲ୍ସ ଯବାନ ଆହତ; କିଛି ଆତଙ୍କବାଦୀ ମୃତାହତ ଆଶଙ୍କା

ନାଗାଲାଣ୍ଡ ମୁଠଭେଡରେ ଏନକାଉଣ୍ଟର ବେଳେ ୨ ଆସାମ ରାଇଫଲ୍ସ ଯବାନ ଆହତ; କିଛି ଆତଙ୍କବାଦୀ ମୃତାହତ ଆଶଙ୍କା

  • Share this:
News 18 Odia Digital

ଗୌହାଟି; ଆଜି ନାଗାଲାଣ୍ଡର ମୋନ ଜିଲ୍ଲାରେ NSCN-KYA ର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇ ଆସାମ ରାଇଫଲ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜୋରହାଟ ବାୟୁସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସାମ ରାଇଫଲ୍ସ ଏକ ବିବୃତ୍ତିରେ କହିଛି ଯେ ଏହି ଏନକାଉଣ୍ଟରରେ କିଛି ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏହାପୂର୍ବରୁ ଅଗଷ୍ଟ ୯ ରେ, NSCN-KYA ଏବଂ ULFA-I ର ସନ୍ଦିଗ୍ଧ ଆତଙ୍କବାଦୀମାନେ ପ୍ରାୟ ଏକ ସମୟରେ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ଆସାମ ରାଇଫଲ୍ସ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତ-ମିଆଁମାର ସୀମାରେ ଥିବା ନାଗାଲାଣ୍ଡର ନୋକଲାକ ଜିଲ୍ଲାର ଡାନ ପାଙ୍ଗଶା ଅଞ୍ଚଳରେ ଆସାମ ରାଇଫଲ୍ସ ଯବାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହା ପରେ ଆସାମ ରାଇଫଲ୍ସ ସେନା ଓ ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଉଭୟ ପକ୍ଷରୁ କୌଣସି କ୍ଷୟକ୍ଷତି ହୋଇନଥିଲା ।

ସେହି ଦିନ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଭାରତ-ମିଆଁମାର ସୀମାରେ ଥିବା ପାଙ୍ଗସାଉ ପାସରେ ଆତଙ୍କବାଦୀମାନେ ଆସାମ ରାଇଫଲ୍ସ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଆସାମ ରାଇଫଲ୍ସର ପାଟ୍ରୋଲିଂ ଦଳ ଉପରକୁ ମାଓବାଦୀମାନେ ଗୁଳି ଚଳାଇଥିଲେ। ତେଜପୁର ସ୍ଥିତ ପ୍ରତିରକ୍ଷା ମୁଖପାତ୍ର ଲେ.ଟି. ୱାଲିଆ କହିଛନ୍ତି ଯେ ଭାରତ-ମିଆଁମାର ସୀମାରୁ ଆତଙ୍କବାଦୀଙ୍କ ଦ୍ୱାରା ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବା ଘଟଣା ତିରପ ଏବଂ ଚାଙ୍ଗଲାଙ୍ଗ ଜିଲ୍ଲାର ସାଧାରଣ ଅଞ୍ଚଳରେ ଘଟିଛି ।

ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ଜଣେ ଜୁନିଅର କମିଶନ ଅଧିକାରୀଙ୍କ ହାତରେ ଆଘାତ ଲାଗିଛି । ଚାଙ୍ଗଲାଙ୍ଗ ଏସପି ମିହିନ ଗାମ୍ବୋ କହିଛନ୍ତି ଯେ ଏହି ଆକ୍ରମଣରେ କେଉଁ ବିଦ୍ରୋହୀ ଗୋଷ୍ଠୀ ସମ୍ପୃକ୍ତ ଅଛନ୍ତି ତାହା ତୁରନ୍ତ ଜଣା ପଡି ନାହିଁ । ଏହାରି ମଧ୍ୟରେ ସୁରକ୍ଷା ବାହିନୀ ଚାଙ୍ଗଲାଙ୍ଗ ଜିଲ୍ଲାର ଭାରତ-ମିଆଁମାର ସୀମାରେ ଅପରେସନକୁ ଜୋରଦାର କରିଛନ୍ତି ।
Published by:Soubhagya Mishra
First published: