ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ୨୩ ଜଣ ନେତାଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ କଲା ଟ୍ବିଟର ଇଣ୍ଡିଆ

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ୨୩ ଜଣ ନେତାଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ କଲା ଟ୍ବିଟର ଇଣ୍ଡିଆ

ଟ୍ୱିଟର ମୁଖପାତ୍ରଙ୍କ ଅନୁଯାୟୀ, ଏହି ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କାରଣ ସେମାନେ ଟ୍ୱିଟରର ନିୟମ ଉଲ୍ଲଂଘନ କରିଛନ୍ତି। ଆପତ୍ତିଜନକ ବିଷୟବସ୍ତୁ ହଟାଇବା ପରେ ଏହି ଆକାଉଣ୍ଟଗୁଡ଼ିକ ପୁନଃ ଚାଲୁ କରାଯିବ ।

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ୨୩ ଜଣ ନେତାଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ କଲା ଟ୍ବିଟର ଇଣ୍ଡିଆ
କଂଗ୍ରେସର ୨୩ ଜଣ ନେତାଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ
  • News18 Odia
  • Last Updated: August 13, 2021, 10:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ କହିଥିଲା ଯେ ସେମାନଙ୍କ ଦଳର ୨୩ ଜଣ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି । ଏଥିରେ ରାହୁଲ ଗାନ୍ଧିଙ୍କ ଟ୍ୱିଟର ହ୍ୟାଣ୍ଡେଲ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କଂଗ୍ରେସ ଦଳ ସହ ଜଡ଼ିତ ୭ ଟି ଆକାଉଣ୍ଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଯେଉଁ ନେତାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ ରଖାଯାଇଛି ସେମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା କେ.ସି. ଭେଣୁଗୋପାଲ, ରଣଦୀପ ସୁରଜେୱାଲା ଓ ଦଳର ସୋସିଆଲ ମିଡ଼ିଆ ମୁଖ୍ୟ ରୋହନ ଗୁପ୍ତା ସାମିଲ ଅଛନ୍ତି। ଏହା ବ୍ୟତୀତ ଦଳର ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଓ ତାମିଲନାଡୁ ୟୁନିଟର ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଟ୍ୱିଟର ମୁଖପାତ୍ରଙ୍କ ଅନୁଯାୟୀ, ଏହି ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କାରଣ ସେମାନେ ଟ୍ୱିଟରର ନିୟମ ଉଲ୍ଲଂଘନ କରିଛନ୍ତି। ଆପତ୍ତିଜନକ ବିଷୟବସ୍ତୁ ହଟାଇବା ପରେ ଏହି ଆକାଉଣ୍ଟଗୁଡ଼ିକ ପୁନଃ ଚାଲୁ କରାଯିବ । ସସ୍‌ପେଣ୍ଡ ହୋଇଥିବା ଟ୍ୱିଟର ହ୍ୟାଣ୍ଡେଲରେ ଦୁଷ୍କର୍ମ ହୋଇଥିବା ପୀଡ଼ିତାଙ୍କ ପରିବାରର ଫଟୋ ସେୟାର କରାଯାଇଥିଲା । ଗତ ସପ୍ତାହରେ ଜାତୀୟ ରାଜଧାନୀରେ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଜଣେ ନଅ ବର୍ଷର ଦଲିତ ଝିଅକୁ ହତ୍ୟା କରିଥିଲେ । ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଯାଉଥିବା ରାହୁଲ ଗାନ୍ଧି ପରିବାରର ଫଟୋ ଟ୍ବିଟରରେ ଶେୟାର କରିଥିଲେ, ଯାହା ପରେ ତାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦେଇଥିଲା ଟ୍ବିଟର ଇଣ୍ଡିଆ ।

ପ୍ରିୟଙ୍କା ଗାନ୍ଧି BJP ଉପରେ ଅଭିଯୋଗ କରିଛନ୍ତି

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଗଣତନ୍ତ୍ରକୁ ହଟାଇବାରେ ଟ୍ୱିଟର ଭାରତରେ ବିଜେପି ସରକାରକୁ ସମର୍ଥନ କରୁଛି। ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ପ୍ରକୃତ ପ୍ରସଙ୍ଗ ହେଉଛି ଦେଶର ରାଜଧାନୀରେ ଜଣେ ନଅ ବର୍ଷର ବାଳିକା ସହ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇ ଶବଦାହ କରିବା। ପ୍ରକୃତ ପ୍ରସଙ୍ଗ ହେଉଛି ଦିଲ୍ଲୀ ପୋଲିସ ୧୫ ଘଣ୍ଟା ପାଇଁ ଏଫ.ଆଇ.ଆର. ରୁଜୁ କରିବାକୁ କରିବାକୁ ମନା କରିଦେଇଥିଲା । ଏହି ନିରୀହ ଝିଅ ବିରୁଦ୍ଧରେ ହୋଇଥିବା ଜଘନ୍ୟ ଅପରାଧ ବିଷୟରେ କାହିଁକି ଏକ ଶବ୍ଦ ବାହାରିଲା ନାହିଁ?

ପ୍ରତିବାଦରେ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ କଂଗ୍ରେସର ଅନେକ ନେତା

ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡକୁ ବିରୋଧ କରି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଅନ୍ୟାନ୍ୟ ଦଳର ନେତା ସେମାନଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରୋଫାଇଲ ଫଟୋରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ଫଟୋ ରଖିଥିଲେ। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି. ଓ ଅନ୍ୟ ଅନେକ ନେତା ଓ କର୍ମକର୍ତ୍ତା ସେମାନଙ୍କ ଆକାଉଣ୍ଟକୁ 'ରାହୁଲ ଗାନ୍ଧି' ନାମରେ ନାମିତ କରିଛନ୍ତି ।

ଫେସବୁକ ପୋଷ୍ଟରେ ଏହାର ଟ୍ୱିଟର ଆକାଉଣ୍ଟ ବନ୍ଦ ସମ୍ପର୍କରେ ବାର୍ତ୍ତାର ସ୍କ୍ରିନସଟ ସେୟାର କରିଛି କଂଗ୍ରେସ। ଦଳ କହିଛି, ‘‘ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଗଲା, ସେତେବେଳେ ଆମେ ଭୟଭୀତ ନଥିଲୁ ତେବେ ବର୍ତ୍ତମାନ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ କାହିଁକି ଭୟ କରିବୁ? ଆମେ କଂଗ୍ରେସ, ଏହା ହେଉଛି ଲୋକଙ୍କ ବାର୍ତ୍ତା, ଆମେ ଲଢ଼ିବୁ ଓ ଯୁଦ୍ଧ ଜାରି ରଖିବୁ ।’’
Published by: Lipina Das
First published: August 13, 2021, 9:59 AM IST