ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରାହୁଲ ଗାନ୍ଧିଙ୍କ ଟ୍ବିଟର ଆକାଉଣ୍ଟ ଅନଲକ୍ କଲା ଟ୍ବିଟର ଇଣ୍ଡିଆ; ପାର୍ଟିର ଅନ୍ୟ ନେତାମାନଙ୍କୁ ମିଳିଲା ଆଶ୍ବସ୍ତି

ରାହୁଲ ଗାନ୍ଧିଙ୍କ ଟ୍ବିଟର ଆକାଉଣ୍ଟ ଅନଲକ୍ କଲା ଟ୍ବିଟର ଇଣ୍ଡିଆ; ପାର୍ଟିର ଅନ୍ୟ ନେତାମାନଙ୍କୁ ମିଳିଲା ଆଶ୍ବସ୍ତି

କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ ଟ୍ୱିଟର ପୁଣି ଥରେ ସମସ୍ତ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ଯେ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ଅନଲକ୍ ହେବା ସହିତ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଆକାଉଣ୍ଟ ମଧ୍ୟ ଅନଲକ୍ କରାଯାଇଛି ।

ରାହୁଲ ଗାନ୍ଧିଙ୍କ ଟ୍ବିଟର ଆକାଉଣ୍ଟ ଅନଲକ୍ କଲା ଟ୍ବିଟର ଇଣ୍ଡିଆ; ପାର୍ଟିର ଅନ୍ୟ ନେତାମାନଙ୍କୁ ମିଳିଲା ଆଶ୍ବସ୍ତି
ରାହୁଲ ଗାନ୍ଧିଙ୍କ ଟ୍ବିଟର ଆକାଉଣ୍ଟ ଅନଲକ୍ କଲା ଟ୍ବିଟର ଇଣ୍ଡିଆ
  • News18 Odia
  • Last Updated: August 14, 2021, 4:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ପୁଣି ଥରେ ଅନଲକ୍ କରିଛି ଟ୍ବିଟର ଇଣ୍ଡିଆ। ପ୍ରାୟ ଏକ ସପ୍ତାହ ପାଇଁ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ସସ୍‌ପେଣ୍ଡ କରାଯାଇଥିଲା । ରାହୁଲ ଗାନ୍ଧିଙ୍କୁ ସହ କଂଗ୍ରେସର ଅନ୍ୟ ନେତାମାନଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛି ଟ୍ବିଟର ଇଣ୍ଡିଆ । ସମସ୍ତଙ୍କ ଆକାଉଣ୍ଟକୁ ପୁନଃ ଆରମ୍ଭ କରାଯାଇଛି।

ଦିଲ୍ଲୀରେ ଦୁଷ୍କର୍ମ ଓ ହତ୍ୟା ମାମଲାର ନଅ ବର୍ଷର ପୀଡିତାଙ୍କ ପିତାମାତାଙ୍କ ଫଟୋ ଟ୍ୱିଟରରେ ଶେୟାର କରିଥିବାରୁ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଥିଲା ।

ନ୍ୟୁଜ୍ ଏଜେନ୍ସି ପି.ଟି.ଆଇ. ଅନୁଯାୟୀ, କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ ଟ୍ୱିଟର ପୁଣି ଥରେ ସମସ୍ତ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ଯେ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ଅନଲକ୍ ହେବା ସହିତ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଆକାଉଣ୍ଟ ମଧ୍ୟ ଅନଲକ୍ କରାଯାଇଛି ।

ରାହୁଲ ଗାନ୍ଧି ଗତ କାଲି ଟ୍ୱିଟରକୁ ଟାର୍ଗେଟ କରି ଅନେକ କଥା କହିଥିଲେ । ସେ କହିଥିଲେ, ‘‘କମ୍ପାନୀ ଭାରତରେ ବ୍ୟବସାୟ କରୁନାହିଁ, ଏହା ଦେଶର ରାଜନୀତିର ଦିଗ ସ୍ଥିର କରିବାକୁ କାର୍ଯ୍ୟ କରୁଛି। ଜଣେ ରାଜନେତା ଭାବରେ ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ। କମ୍ପାନୀ ଦ୍ୱାରା ଏଭଳି ପଦକ୍ଷେପ ନିଆଯିବା ହେଉଛି ଦେଶର ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ କରିବା ଭଳି।’’

ସେ ଆହୁରି କହିଥିଲେ, ‘‘ଟ୍ୱିଟରରେ ମୋର ୧୯ ରୁ ୨୦ ନିୟୁତ ଅନୁସରଣକାରୀ ଅଛନ୍ତି। ଆପଣ ସେମାନଙ୍କୁ ଏକ ମତ ରଖିବାକୁ ବାରଣ କରୁଛନ୍ତି । ଏହା କେବଳ ଅନ୍ୟାୟ ନୁହେଁ, ଏହା ମଧ୍ୟ ଦର୍ଶାଏ ଯେ ଟ୍ୱିଟର ଆପଣଙ୍କ ମତ ପ୍ରକାଶ କରିବା ପାଇଁ ଆଉ ଏକ ମାଧ୍ୟମ ନୁହେଁ। କେନ୍ଦ୍ର ସରକାର କ’ଣ କହୁଛନ୍ତି ତାହା ମଧ୍ୟ ଟ୍ୱିଟରରେ ଶୁଣୁଛି। ସାଧାରଣ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ବିଷୟ । ଯଦି ଟ୍ୱିଟର ରାଜନୈତିକ ପକ୍ଷ ନେବା ଆରମ୍ଭ କରେ ତେବେ ଏହା ସେମାନଙ୍କ ପାଇଁ ଭଲ ନୁହେଁ।’’
Published by: Lipina Das
First published: August 14, 2021, 4:30 PM IST