News 18 Odia Digital
PM Modi and Amit Shah; ଟୁଇଟର ଏହି କିଛି ଦିନ ହେବ ନୂଆ ନୂଆ ନିୟମ ଆଣୁଛି । ଆଜି ଅନ୍ୟ ଏକ ପରିବର୍ତ୍ତନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ ହଟାଇ ଦେଇଛି । ଏହି ଦୁଇ ଭେଟେରାନ୍ ନେତାଙ୍କ ନାମରେ ନୀଳ ବଦଳରେ ଧୂସର ଟିକ୍ ଥିବା ଦେଖିବାକୁ ମିଳିଛି । ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ଏଥିରେ ଅନେକ ପରିବର୍ତ୍ତନ କରିଆସୁଛନ୍ତି । ସେ ବ୍ଲୁ ସବସ୍କ୍ରିପସନ୍ ଫିଚର ଜାରି କରିଥିଲେ । ଏହା ବ୍ୟତୀତ ଲୋକଙ୍କ ନାମ ଆଗରେ ଦେଖାଯାଉଥିବା ଟିକ୍ ମଧ୍ୟ ତିନୋଟି ରଙ୍ଗରେ ଦିଆଯାଉଛି । ପୂର୍ବରୁ କେବଳ ନୀଳ ଟିକ୍ ଦିଆଯାଇଥିଲା । ଏହି ପରିବର୍ତ୍ତନ ଅଧୀନରେ ପିଏମ ମୋଦୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯାଇଥିଲା ଏବଂ ଧୂସର ଟିକ୍ ଦିଆଯାଇଥିଲା ।
କମ୍ପାନୀ ନିକଟରେ ଏକ ବିବୃତ୍ତିରେ କହିଛି, ଆମେ ବ୍ୟବସାୟ ପାଇଁ ଅଧିକାରୀ ସ୍ତରରେ ଗୋଲ୍ଡ ଲେବଲ୍ ଏବଂ ସପ୍ତାହ ପରେ ସରକାରୀ ଏବଂ ବହୁପକ୍ଷୀୟ ଆକାଉଣ୍ଟ ପାଇଁ ଧୂସର ଟିକ ମାର୍କ ସହିତ ପରିବର୍ତ୍ତନ ଆରମ୍ଭ କରିବୁ।
'ବ୍ୟବସାୟ ସେବା ପାଇଁ ନୀଳ' ଟିକଟୁଇଟର୍ ମଧ୍ୟ ଏହାର ନୂତନ 'ବ୍ଲୁ ଫର୍ ବିଜିନେସ୍' ସେବା ଘୋଷଣା କରିଛି, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ବ୍ୟବସାୟ ଏବଂ ସେମାନଙ୍କ ସହଭାଗୀମାନଙ୍କ ପାଇଁ ନିଜକୁ ଭିନ୍ନ ଏବଂ କିଛି ଅଲଗା କରିବା ପାଇଁ ଏକ ନୂତନ ଉପାୟ । ଟୁଇଟର ନିଜ ପୋଷ୍ଟରେ କହିଛି, ଟୁଇଟର 'ବ୍ଲୁ ଫର୍ ବିଜିନେସ୍' ସବସ୍କ୍ରାଇବ ରୂପରେ ଆସିଛି, କୌଣସି କମ୍ପାନୀ ବ୍ୟକ୍ତିବିଶେଷ, ବ୍ୟବସାୟ ଏବଂ ବ୍ରାଣ୍ଡଗୁଡ଼ିକୁ ନିଜ ଆକାଉଣ୍ଟ ସହିତ ଲିଙ୍କ୍ କରିପାରିବେ ।
ଯେତେବେଳେ ସେମାନେ ଏହା କରିବେ, ସମ୍ପୃକ୍ତ ପ୍ରୋଫାଇଲରେ ନୀଳ କିମ୍ବା ଗୋଲ୍ଡ ଟିକ ମାର୍କ ପାଖରେ ସେମାନଙ୍କ ମୂଳ କମ୍ପାନୀର ପ୍ରୋଫାଇଲ୍ ପିକ୍ଚରର ଏକ ଛୋଟ ବ୍ୟାଚ ପାଇବେ । ଏହି ସଂଯୋଗ ବ୍ୟବସାୟଗୁଡ଼ିକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ନିଜ ନିଜ ସଂସ୍ଥା ଭିତରେ ନେଟୱାର୍କ ବନାଇବାରେ ସାହାଯ୍ୟ କରିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।