News18 Odia Digital
ନୂଆ ଦିଲ୍ଲୀ: ଦେଶର ନୂଆ ପ୍ରଯୁକ୍ତି ବିଦ୍ୟା (ଆଇ.ଟି.) ଆଇନ୍ ମାନିବା ପାଇଁ କେନ୍ଦ୍ର ସରକାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ (Twitter) ‘ଅନ୍ତିମ ଚେତାବନୀ’ ଦେଇଛନ୍ତି । ଟ୍ୱିଟରକୁ ଭାରତ ପାଇଁ ଜଣେ ଅଧିକାରୀ ନିଯୁକ୍ତ କରିବାର ଶେଷ ସୁଯୋଗ ଦେଇ ସରକାର ସ୍ପଷ୍ଟ କହିଛନ୍ତି ଯେ ଯଦି ଟ୍ୱିଟର୍ ଏହା ନ କରେ ତେବେ ଏହାର ପରିଣାମ ପାଇଁ କମ୍ପାନୀ ପ୍ରସ୍ତୁତ ରହିବା ଉଚିତ ।
କେନ୍ଦ୍ର ସରକାର ଓ ଟ୍ୱିଟର୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ଶନିବାର ଦିନ ଆହୁରି ବଢ଼ିଯାଇଥିଲା । ଟ୍ୱିଟର୍ ଭାରତର ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ (Vice-President M Venkaiah Naidu) ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ବ୍ୟାଜ୍ (Twitter blue tick badge) ହଟାଇ ଦେଇଥିଲା । ଅବଶ୍ୟ କିଛି ଘଣ୍ଟା ପରେ ଏହାକୁ ପୁନରୁଦ୍ଧାର କରିଥିଲା କମ୍ପାନୀ । କୁହାଯାଉଥିଲା ଯେ ଏହି ଏକାଉଣ୍ଟ୍ ମାସ ମାସ ଧରି ନିଷ୍କ୍ରିୟ ଥିବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛି । ଏହା ପରେ ଦେଶ ସାରା ବିଭିନ୍ନ ନେତା ଏହାକୁ ବିରୋଧ କରିଥିଲେ । କିଛି ଦିନ ପୂର୍ବରୁ ଟ୍ୱିଟରରେ କିଛି ବିଜେପି ନେତାଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟକୁ ‘ମାନିପ୍ୟୁଲେଟେଡ୍’ ବୋଲି ବର୍ଣ୍ଣନା କରି ସେଥିରେ ଏକ ବ୍ୟାଜ୍ ଲଗାଇଥିଲା ଟ୍ୱିଟର୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛିଉପରାଷ୍ଟ୍ରପତିଙ୍କ ବ୍ୟତୀତ ଟ୍ୱିଟର୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍.ଏସ୍.ଏସ୍.) ମୁଖ୍ୟ ମୋହନ ଭାଗବତଙ୍କ (RSS Chief Mohan Bhagwat) ଆକାଉଣ୍ଟରୁ ବି ବ୍ଲୁ ଟିକ୍ ହଟାଇ ଦେଇଥିଲା । ଏହି ପ୍ରସଙ୍ଗରେ ସଙ୍ଘ (RSS) ପକ୍ଷରୁ ତୀବ୍ର ଆପତ୍ତି କରାଯାଇଥିଲା । ସଙ୍ଗଠନର ଜଣେ ମୁଖପାତ୍ର ଟ୍ୱିଟର ପକ୍ଷରୁ ଏହା ଏକ ଭଲ ପଦକ୍ଷେପ ନୁହେଁ ବୋଲି କହିଥିଲେ । କୁହାଯାଇଥିଲା ଯେ ଭାଗବତଙ୍କର ଟ୍ୱିଟରରେ ଦୁଇ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି, ମାତ୍ର ଏହି ପ୍ଲାଟଫର୍ମରେ ଯୋଗଦେବା ପରଠାରୁ ସେ କୌଣସି ଟ୍ୱିଟ୍ କରିନାହାଁନ୍ତି ।

ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ
ହେଲେ କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର୍ ଶନିବାର ମୋହନ ଭଗବତଙ୍କ ସମେତ ଅନ୍ୟ ଅନେକ ଆର୍.ଏସ୍.ଏସ୍. ନେତାଙ୍କ ବ୍ୟକ୍ତିଗତ ଟ୍ୱିଟର୍ ଆକାଉଣ୍ଟରୁ ହଟାଯାଇଥିବା ନୀଳ ଟିକ୍ ପୁଣି ଥରେ ଲଗାଇଦେଇଛି । RSS ମୁଖ୍ୟଙ୍କ ବ୍ୟତୀତ ଅନ୍ୟ RSS ନେତା ଅରୁଣ କୁମାର, ସୁରେଶ ଯୋଶୀ ଓ କୃଷ୍ଣଗୋପାଲଙ୍କ ଟ୍ୱିଟର ଆକାଉଣ୍ଟରୁ ହଟାଯାଇଥିବା ବ୍ଲୁ ଟିକ୍ ପୁଣି ଥରେ ଫେରିଆସିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’ଉପରାଷ୍ଟ୍ରପତି ଏମ୍. ଭେଙ୍କେୟାନାଇଡୁଙ୍କ ସଚିବାଳୟର ଅଧିକାରୀମାନେ କହିଛନ୍ତି ଯେ ଟ୍ୱିଟରରେ ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଦୀର୍ଘ ଦିନ ଧରି ନିଷ୍କ୍ରିୟ ରହିଥିବାରୁ ଟ୍ୱିଟରର ଆଲଗୋରିଦମ (Twitter algorithm) ବ୍ଲୁ ଟିକ୍ ହଟାଇ ଦେଇଥିଲା । ଏହା ପୂର୍ବରୁ ଅଧିକାରୀମାନେ କହିଥିଲେ ଯେ ଟ୍ୱିଟର୍ ପରିଚୟ ଯାଞ୍ଚ ପ୍ରକ୍ରିୟା ଚାଲୁ ରଖିଛି । ଉପରାଷ୍ଟ୍ରପତିଙ୍କ ଏହି ବ୍ୟକ୍ତିଗତ ଆକାଉଣ୍ଟରୁ ଗତ ବର୍ଷ ୨୩ ଜୁଲାଇରେ ଶେଷ ପୋଷ୍ଟ କରାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’ଅଧିକାରୀମାନେ କହିଛନ୍ତି ଯେ ଶନିବାର ସକାଳେ ନାଇଡୁଙ୍କ ଟ୍ୱିଟର୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବା ବିଷୟରେ ଟ୍ୱିଟର୍ ସହ ଯୋଗାଯୋଗ କରାଯାଇଥିଲା ଏବଂ ତା’ ପରେ ବ୍ଲୁ ଟିକ୍ ପୁନଃସ୍ଥାପିତ ହୋଇଥିଲା । ଟ୍ୱିଟର କହିଛି ଯେ ଏହି ଆକାଉଣ୍ଟ ଜୁଲାଇ ୨୦୨୦ଠାରୁ ନିଷ୍କ୍ରିୟ ଥିଲା । ଏବେ ଏହାକୁ ଯାଞ୍ଚ କରି ନୀଳ ଟିକକୁ ପୁନଃସ୍ଥାପିତ କରାଯାଇଛି ବୋଲି କହିଛି କମ୍ପାନୀ । ଉପରାଷ୍ଟ୍ରପତି ସାଧାରଣତଃ ଟ୍ୱିଟ୍ କରିବାକୁ ନିଜ ଅଫିସିଆଲ୍ ଆକାଉଣ୍ଟ୍ ବ୍ୟବହାର କରନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀ… ‘ୟାସ୍’ ବାତ୍ୟା ପୂର୍ବରୁ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କେମିିତି ସ୍ଥାନାନ୍ତର କରାଗଲାମେ ୨୦୧୯ରୁ ଟ୍ୱିଟରରେ ଥିବା ଆର୍.ଏସ୍.ଏସ୍. ମୁଖ୍ୟ ମୋହନ ଭାଗବତଙ୍କୁ ଟ୍ୱିଟରରେ ୨.୧୪ ଲକ୍ଷରୁ ଅଧିକ ଲୋକ ଅନୁସରଣ କରୁଥିବା ବେଳେ ଭାଗବତ କେବଳ RSSର ଟ୍ୱିଟର୍ ହ୍ୟାଣ୍ଡେଲକୁ ଅନୁସରଣ କରନ୍ତି । ଭାଗବତ ତାଙ୍କର ଏହି ଆକାଉଣ୍ଟରୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଟ୍ୱିଟ୍ କରିନାହାଁନ୍ତି ।
ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ ନାଚିଲେ ନାଗୁଣୀ ନାଚ; ପୋଲିସ୍ ମାମଲା ରୁଜୁ କଲାଟ୍ୱିଟରର ନିୟମ ଅନୁଯାୟୀ ଆକାଉଣ୍ଟର ଉପଯୋଗକର୍ତ୍ତା ନିଜ ନାମ ବଦଳାଇଲେ, ଆକାଉଣ୍ଟ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହୃତ ନ ହେଲେ, ବ୍ଲୁ ଟିକ୍ ପାଇଥିବା ବ୍ୟକ୍ତି ସେହି ପଦରେ ନ ରହିଲେ କିମ୍ବା ବ୍ଲୁ ଟିକ୍ ପାଇବାକୁ ଅନୁପଯୋଗୀ ହେଲେ ସେହି ଟିକ୍ ଯେକୌଣସି ଆକାଉଣ୍ଟରୁ ହଟାଯାଇପାରିବ ।
‘‘ଆଇୟଟି. ନିୟମକୁ ତୁରନ୍ତ ପାଳନ କରିବା ପାଇଁ ଟ୍ୱିଟରକୁ ଅନ୍ତିମ ନୋଟିସ ଦିଆଯାଉଛି ।ଏହା ନ କଲେ IT ଆକ୍ଟ ୨୦୦୦ର ଧାରା 7୯ ଅନୁଯାୟୀ ଏହି କମ୍ପାନୀ ପାଉଥିବା ଛାଡଟକୁ ବାତିଲ୍ କରାଯିବ ଓ ଆଇ.ଟି. ଆକ୍ଟ ଏବଂ ଅନ୍ୟ ନିୟମ ଅନୁଯାୟୀ ଟ୍ୱିଟର୍ ବିରୁଦ୍ଧରେ ଦଣ୍ଡବିଧାନ କରାଯିବ,’’ ସରକାରଙ୍କ ତରଫରୁ କୁହାଯାଇଥିଲା । ଏହା ପୂର୍ବରୁ ମଧ୍ୟ ସରକାର ଟ୍ୱିଟରକୁ ଜଣେ ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରି ସେହି ସୂଚନା ସରକାରଙ୍କୁ ଦେବାକୁ କହିଛନ୍ତି । ଇତି ମଧ୍ୟରେ ଗୁଗୁଲ ଓଫେସବୁକ୍ ଭଳି ଅନ୍ୟ କମ୍ପାନୀମାନେ ସରକାରଙ୍କୁ ଏହି ସୂଚନା ଦେଇଥିବା ଖବର ଆସିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।