ସୁଶୀଲ ମୋଦୀଙ୍କ ଟ୍ୱିଟକୁ ଡିଲିଟ କଲା ଟ୍ୱିଟର; ଲାଲୁଙ୍କ ଯାଦବଙ୍କୁ ନେଇ କରିଥିଲେ ଟ୍ବିଟ୍
ସୁଶୀଲ କୁମାର ମୋଦୀ (Sushil Kumar Modi) ଟ୍ୱିଟରରେ ଏକ ମୋବାଇଲ୍ ନମ୍ବର ସେୟାର କରି ରାଞ୍ଚି ଜେଲରେ ସଜ୍ଜା କାଟୁଥିବା ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ଉପରେ ଅଭିଯୋଗ ଆଣି କହିଥିଲେ ଯେ ସେ ଫୋନ କରି ଏନଡିଏ ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।

ସୁଶୀଲ ମୋଦୀଙ୍କ ଟ୍ୱିଟକୁ ଡିଲିଟ କଲା ଟ୍ୱିଟର
- News18 Odia
- Last Updated: November 26, 2020, 3:23 PM IST
ପାଟନା: ବିହାରର ପୂର୍ବତନ ଉପ ମୁଖ୍ୟ ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ (Sushil Kumar Modi) ଲାଲୁ ପ୍ରସାଦ ଯାଦବଙ୍କୁ ବିଜେପି ବିଧାୟକ ଲଲାନ ପାସୱାନଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ କରିଛନ୍ତି । ଏହା ପରେ ସେ ଏକ ଟ୍ବିଟ୍ କରି ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ନମ୍ବର ସେୟାର କରିଥିଲେ । ଖବର ଆସୁଛି ଯେ ଟ୍ୱିଟର ବିଜେପି ନେତାଙ୍କ ଦ୍ୱାରା କରାଯାଇଥିବା ଏହି ଟ୍ୱିଟକୁ ଡିଲିଟ କରିଦେଇଛି । ଟ୍ୱିଟର ଅନୁଯାୟୀ ଏହି ଟ୍ୱିଟରେ ଥିବା ନମ୍ବର ସାଧାରଣ ଟିକସ ନିୟମକୁ ଉଲ୍ଲଂଘନ କରିଛି ତେଣୁ ଏହାକୁ ହଟାଇ ଦିଆଯାଇଛି ।

ସୁଶୀଲ ମୋଦୀଙ୍କ ଦ୍ୱାରା କରାଯାଇଥିବା ଟ୍ବିଟ୍
ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ପୂର୍ବରୁ ବୁଧବାର ସୁଶୀଲ କୁମାର ମୋଦୀ ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସେ ସେହି ନମ୍ବରକୁ କଲ କରିଥିଲେ ସେତେବେଳେ ଲାଲୁ ପ୍ରସାଦ ଯାଦବ ଫୋନ୍ ଉଠାଇଥିଲେ । ଏହା ପରେ ସେ ଉତ୍ତର ଦେଇଛନ୍ତି ଯେ ଏହି ଖରାପ ଖେଳ ସଫଳ ହେବ ନାହିଁ ।
ସୂଚନାଯୋଗ୍ୟ ଏହା ବ୍ୟତୀତ ସୁଶୀଲ କୁମାର ମୋଦୀ ମଧ୍ୟ ଏକ ଟ୍ୱିଟ କରି ଏକ ଅଡିଓ ରିଲିଜ୍ କରିଛନ୍ତି । ଟୁଇଟ୍ରେ ସୁଶୀଲ ମୋଦୀ ଦାବି କରିଛନ୍ତି ଯେ ଲାଲୁ ପ୍ରସାଦ ଯାଦବ ବିଧାୟକଙ୍କୁ ବାଚସ୍ପତି ନିର୍ବାଚନରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି ଓ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି ।
ଏଥି ସହ ବିଜେପି ବିଧାୟକ ଲାଲାନ ପାସୱାନ ଲାଲୁ ଯାଦବଙ୍କଠାରୁ କଲ ପାଇଥିବା ଦାବି କରିଛନ୍ତି । ଭାଗଲପୁରର ପିରପେଣ୍ଟି ଆସନରୁ ନିର୍ବାଚିତ ହୋଇଥିବା ଲାଲାନ ପାସୱାନ ଅଡିଓ ଆଧାରରେ ଦାବି କରିଛନ୍ତି ଯେ ଲାଲୁ ଯାଦବ ତାଙ୍କୁ ଡାକି ମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ଓ ସରକାରଙ୍କୁ ଭଙ୍ଗିଦେବା କଥା କହିଛନ୍ତି । ତେବେ ଆରଜେଡି ଏହି ଦାବିକୁ ମିଥ୍ୟା ବୋଲି ପ୍ରତ୍ୟାଖ୍ୟାନ କରିଛି । ଟ୍ୱିଟରରୁ ସେହି ଟୁଇଟ୍ ଏବେବି ଡିଲିଟ୍ ହୋଇନାହିଁ ।