ଚାକିରି ଛାଡ଼ିବେ କି ପରାଗ ଅଗ୍ରୱାଲ News18 Odia Digital
Twitter CEO Parag Agrawal: ଟ୍ୱିଟର ବିକ୍ରୟ ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଚାଲିଯିବେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଏକ ବଡ଼ କଥା କହିଛନ୍ତି।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, କମ୍ପାନୀ ବିକ୍ରି ହେବା ପରେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ କର୍ମଚାରୀଙ୍କୁ କହିଛନ୍ତି ଯେ କମ୍ପାନୀର ଭବିଷ୍ୟତ ଅନିଶ୍ଚିତ। ସେ କହିଛନ୍ତି ଯେ ଏଲୋନ୍ ମସ୍କଙ୍କ ନେତୃତ୍ୱରେ ଟ୍ୱିଟରର ଭବିଷ୍ୟତ ଅନ୍ଧକାରମୟ। କମ୍ପାନୀ ବର୍ତ୍ତମାନ କେଉଁ ଦିଗକୁ ଯିବ ତାହା କେହି ଜାଣି ନାହାଁନ୍ତି। ପରାଗ ଅଗ୍ରୱାଲଙ୍କ ଏହି ବିବୃତ୍ତି ପରେ କଳ୍ପନାଜଳ୍ପନାର କାରଣ ହୋଇଛି ଯେ ସେ କମ୍ପାନୀ ଛାଡ଼ିପାରନ୍ତି।
ଏଲୋନ୍ ମସ୍କଙ୍କ ନେତୃତ୍ୱରେ ଟ୍ୱିଟରର ଭବିଷ୍ୟତ ଅନ୍ଧକାରମୟ: ଅଗ୍ରୱାଲ୍
ପରାଗ ଅଗ୍ରୱାଲ କହିଛନ୍ତି ଯେ ବିଲିୟନେୟାର ଏଲୋନ ମସ୍କଙ୍କ ଅଧୀନରେ ହୋଇଥିବା ବ୍ୟକ୍ତିଗତ ଚୁକ୍ତି ପରେ ସୋସିଆଲ ମିଡ଼ିଆ ଫାର୍ମର ଭବିଷ୍ୟତ ଅନିଶ୍ଚିତ। ସେ ଟାଉନ ହଲ ସଭାରେ ଭାଷଣ ଦେଉଥିଲେ। ସେ କହିଛନ୍ତି ଯେ ଚୁକ୍ତି ସରିବା ପରେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କେଉଁ ଦିଗକୁ ଯିବ ତାହା ଆମେ ଜାଣି ନାହୁଁ। ତେବେ ମସ୍କ ଟ୍ୱିଟର କିଣିବା ପରେ ପରାଗ ମଧ୍ୟ ତାଙ୍କ ଦଳକୁ ପ୍ରଶଂସା କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଟ୍ୱିଟରର ଏକ ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ଅଛି ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ। ଆମ ଦଳ ପାଇଁ ଗର୍ବିତ।
୪୪ ବିଲିୟନ ଡ଼ଲାର୍ ଡିଲ୍
ପ୍ରକାଶ ଥାଉକି ସୋସିଆଲ ମିଡ଼ିଆ କମ୍ପାନୀ ଟ୍ୱିଟରକୁ ଟେସଲା ମାଲିକ ତଥା ବିଲିୟନେୟାର ଏଲୋନ ମସ୍କ ୪୪ ବିଲିୟନ ଡଲାରରେ କିଣିଛନ୍ତି। ୨୦୨୧ ନଭେମ୍ବରରେ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଅନୁସନ୍ଧାନ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଯଦି ପରାଗ ଅଗ୍ରୱାଲଙ୍କୁ ୧୨ ମାସ ପୂର୍ବରୁ ଏହି ପଦବୀରୁ ହଟାଇ ଦିଆଯାଏ, ତେବେ କମ୍ପାନୀ ତାଙ୍କୁ ୪୨ ମିଲିୟନ୍ ଡଲାର୍ ଅର୍ଥାତ୍ ୩୨୧ କୋଟି ଟଙ୍କା ଦେବାକୁ ପଡ଼ିବ। ଯଦିଓ ପରାଗ ଗତ ୧୦ ବର୍ଷ ଧରି ଟ୍ୱିଟରର ଏକ ଅଂଶ ଓ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ମୁଖ୍ୟ ବୈଷୟିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ।
Published by: Lipina Das
First published: April 26, 2022, 10:13 IST