News 18 Odia Digital
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ବିଷୟରେ ବର୍ତ୍ତମାନ ସବୁଠୁ ବଡ ଖବର ଆସିଛି । ବର୍ତ୍ତମାନ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ଟ୍ୱିଟ୍ କରିବା ପରେ ଆପଣ ଏଡିଟ୍ କରିବାକୁ ସମର୍ଥ ହେବେ । ଏଥିପାଇଁ ଟ୍ୱିଟର ଏହାର ବ୍ୟବହାରକାରୀଙ୍କ ପାଇଁ ' ଏଡିଟ୍ ବଟନ' ଉପରେ ପରୀକ୍ଷା ଆରମ୍ଭ କରିଛି ।
ପ୍ରାରମ୍ଭରେ କେବଳ ଭେରିଫାଇଡ ଆକାଉଣ୍ଟ ଏହି ସୁବିଧା ପାଇବେ । ତେବେ, ପ୍ରାରମ୍ଭରେ କେବଳ ଭେରିଫାଇଡ ଲୋକଙ୍କୁ ଟ୍ୱିଟ୍ ଏଡିଟ୍ କରିବାକୁ ଅନୁମତି ଦିଆଯିବ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଉପଭୋକ୍ତାମାନେ ଦୀର୍ଘ ସମୟ ଧରି ଟ୍ୱିଟ୍ ଏଡିଟ୍ କରିବାକୁ ଦାବି କରୁଥିଲେ ।
ଏଡିଟ ଫିଚରର ଟେଷ୍ଟିଂ ଆରମ୍ଭମାଇକ୍ରୋବ୍ଲଗିଂ ସାଇଟ୍ ବର୍ତ୍ତମାନ ଏଡିଟ ଫିଚର ପରୀକ୍ଷା ଆରମ୍ଭ କରିଛି । କମ୍ପାନୀ ଟୁଇଟ୍ କରି କହିଛି ଯେ ଯଦି ଆପଣ ନିଜର ଆକାଉଣ୍ଟରେ ଏଡିଟ୍ ବଟନ୍ ଦେଖୁଛନ୍ତି, ତେବେ ଏହା ଟେଷ୍ଟିଂ ପାଇଁ ହେଉଛି ।
୩୦ ମିନିଟ୍ ପର୍ଯ୍ୟନ୍ତ ଏଡିଟ୍ ହୋଇପାରିବ ଟ୍ୱିଟଟ୍ୱିଟ୍ କରିବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଟ୍ୱିଟ୍ ଏଡିଟ୍ ହୋଇପାରିବ । ତେବେ ଟୁଇଟ୍ ଦେଖିବା ପରେ ଜଣା ପଡିବ ଯେ ଏହା ଏଡିଟ୍ ହୋଇଛି । ଟ୍ୱିଟର ଏଡିଟ ହିଷ୍ଟ୍ରି ମଧ୍ୟ ଦୃଶ୍ୟମାନ ହେବ, ପୁରୁଣା ଟ୍ୱିଟ୍ ମଧ୍ୟ ହିଷ୍ଟ୍ରି ରେ ଦୃଶ୍ୟମାନ ହେବ । ଏହା ଦ୍ବାରା ଅନ୍ୟ ଉପଭୋକ୍ତାଙ୍କୁ ଏହା ସ୍ପଷ୍ଟ କରିବ ଯେ ଉପଭୋକ୍ତା ତାଙ୍କର ମୂଳ ଟ୍ୱିଟକୁ ସଂଶୋଧନ କରିଛନ୍ତି । ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ କମ୍ପାନୀ କହିଛି ଯେ ବର୍ତ୍ତମାନ ଟ୍ୱିଟ୍ ଏଡିଟ ପାଇଁ ପରୀକ୍ଷା ଚାଲିଛି । କିଛି ସପ୍ତାହ ମଧ୍ୟରେ, ଏହି ଫିଚରକୁ ବ୍ଲୁ ସସ୍କ୍ରାଇବର୍ସ ମାନଙ୍କ ପାଇଁ ପ୍ରଥମେ ଉପଲବ୍ଧ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଆଜି ପର୍ଯ୍ୟନ୍ତ ଏହା ହେଉଛି ସେମାନଙ୍କର ସର୍ବାଧିକ ଚାହିଦା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।