ମୋତେ $୧୦୦୦ ଦିଅ, ମୁଁ $୨,୦୦୦ ଦେବି: ବିଲ୍ ଗେଟ୍ସ ଓ ଏଲନ୍ ମସ୍କଙ୍କ ଟ୍ୱିଟର୍ ଅକାଉଣ୍ଟ ହ୍ୟାକ୍ ହେଲା

ଏଲନ୍ ମସ୍କଙ୍କ ପ୍ରୋଫାଇଲରୁ ହୋଇଥିବା ପୋଷ୍ଟ ନକଲି ବୋଲି ଜଣାପଡ଼ିଯାଇଥିଲା । ଏଥିରେ ଇଂରାଜୀ ବ୍ୟାକରଣଗତ ତ୍ରୁଟି ଥିଲା । ଏଥିରେ କୁହାଯାଇଥିଲା ଯିଏ ତାଙ୍କୁ ୧,୦୦୦ ଡଲାର୍ ବିଟ୍ କଏନ୍ ପଠେଇବ ସେ ୨,୦୦୦ ଡଲାର୍ ବିଟ୍ କଏନ୍ ପାଇବ ।

ମୋତେ $୧୦୦୦ ଦିଅ, ମୁଁ $୨,୦୦୦ ଦେବି: ବିଲ୍ ଗେଟ୍ସ ଓ ଏଲନ୍ ମସ୍କଙ୍କ ଟ୍ୱିଟର୍ ଅକାଉଣ୍ଟ ହ୍ୟାକ୍ ହେଲା
ଟ୍ୱିଟର୍ ସ୍କାମର ଶିକାର: ଓବାମା, କିମ୍ ଓ ଏଲନ୍ ମସ୍କ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ମାଇକ୍ରୋସଫ୍ଟ କମ୍ପାନୀର (Microsoft) ମାଲିକ ବିଲ୍ ଗେଟ୍ସ (Bill Gates) ଓ ଟେସଲା କମ୍ପାନୀର (Tesla) ମାଲିକ ଏଲନ୍ ମସ୍କଙ୍କ (Elon Musk) ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍ କରାଯାଇଛି ବା କ୍ରିପ୍ଟୋ କରେନ୍ସି ସମ୍ବନ୍ଧୀୟ ସ୍କାମର ଶୀକାର ହୋଇଥିବା ଜଣାପଡ଼ିଥିଲା । ମାତ୍ର ଖୁବ୍‌ ଶୀଘ୍ର ଜଣାପଡ଼ିଲା ଯେ କେବଳ ଏହି ଦୁଇଟି ଆକାଉଣ୍ଟ ନୁହେଁ, ବରଂ ତା’ ସହିତ ବାରାକ ଓବାମା (Barack Obama), ଜେଫ ବେଜୋସ (Jeff Bezos), ଜୋ ବାଇଡେନ (Jo Biden), କିମ୍‌ କରଦାସିୟାନ ୱେଷ୍ଟ (Kim Kardashian West), ୱାରେନ ବଫେଟ (Warren Buffet) ଓ ଅନ୍ୟାନ୍ୟ କେତେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ ବି ହ୍ୟାକ୍‌ ହୋଇଛି (Twitter accounts hacked)।

ହ୍ୟାକରମାନେ ଗେଟ୍ସ ଓ ମସ୍କଙ୍କ ତରଫରୁ ଟୁଇଟ୍ ପୋଷ୍ଟ କରି କହିଛନ୍ତି ଯେ ଯଦି ଜଣେ ଉପଭୋକ୍ତା ପ୍ରଥମେ ନିର୍ଦ୍ଦିଷ୍ଟ ବିଟ୍‌ କଏନ୍ ୱାଲେଟକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପଠାନ୍ତି ତେବେ ସେ ଦୁଇ ଗୁଣ ଟଙ୍କା ଫେରସ୍ତ ପାଇବେ । ଏହି ସ୍କାମ ଦୁଇଟି ରାଉଣ୍ଡରେ ଘଟିଛି । ସ୍କାମରମାନେ ପ୍ରଥମ ଥର ଉଭୟ ଗେଟ୍ସ ଓ ମସ୍କଙ୍କ ଆକାଉଣ୍ଟରୁ କରିଥିବା ପୋଷ୍ଟ୍‌ ଡିଲିଟ୍ ହୋଇଯିବା ପରେ ଦ୍ବିତୀୟ ଥର ପାଇଁ ସମାନ ବିଟକଏନ୍-ସ୍କାମିଂ ଟୁଇଟ୍ ପୋଷ୍ଟ କରିଥିଲେ।

ମସ୍କଙ୍କ ପ୍ରୋଫାଇଲରୁ ପୋଷ୍ଟ ହୋଇଥିବା ସ୍କାମ୍‌ ବାର୍ତ୍ତା ନକଲି ବୋଲି ସ୍ପଷ୍ଟ ଜଣାପଡ଼ିଯାଇଥିଲା । ଏଥିରେ ଇଂରାଜୀ ବ୍ୟାକରଣଗତ ତ୍ରୁଟି ରହିଥିଲା । ଅନ୍ୟ ପୋଷ୍ଟଗୁଡ଼ିକ ପରି ଏହି ପୋଷ୍ଟରେ କୁହାଯାଇଥିଲା ଯେ ଯିଏ ବି ତାଙ୍କ ଠିକଣାକୁ ୧,୦୦୦ ଡଲାର୍‌ ବିଟ୍‌ କଏନ୍ ପଠେଇବ ସେ ତାଙ୍କ ଠାରୁ ୨,୦୦୦ ଡଲାର୍‌ ବିଟ୍‌ କଏନ୍‌ ପାଇବ ।

ହ୍ୟାକରମାନେ ଲୋକଙ୍କୁ ଦୁଇ ଗୁଣା ବିଟ୍ କଏନ୍ ଦେବେ ବୋଲି କହିଥିଲେ ।


‘‘ତୁମ ପରିବାର ଓ ସାଙ୍ଗମାନଙ୍କୁ କୁହ! ଏହି ସୁବିଧା କେବଳ ୩୦ ମିନିଟ୍ ପାଇଁ ଉପଲବ୍ଧ ଅଛି,” ମସ୍କଙ୍କ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା ଟ୍ୱିଟରେ କୁହାଯାଇଥିଲା । ଠିକ୍‌ ଏମିତି ଟ୍ୱିଟ୍‌ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ଆକାଉଣ୍ଟରୁ ବି ପଠାଯାଇଥିଲା ।

ଯଦିଓ ଏମିତି ସ୍କାମ୍‌ ପ୍ରାୟତଃ ସାଧାରଣ କଥା, ସ୍କାମରମାନେ କିପରି ଗେଟ୍ସ ଓ ମସ୍କଙ୍କ ଭଳି ଉଚ୍ଚ ବ୍ୟକ୍ତି ବିଶେଷଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରବେଶ କରିପାରିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦିଓ ଏ ପର୍ଯ୍ୟନ୍ତ ଆଧିକାରିକ ବିବୃତ୍ତି ଆସିନାହିଁ, ଟ୍ୱିଟଗୁଡ଼ିକର ଗଠନ ଓ ସେଥିରେ କୁହାଯାଇଥିବା କଥାରୁ ଅନୁମାନ କରାଯାଇଛି ଯେ ଏହା ପଛରେ ଜଣେ ହିଁ ଲୋକର ହାତ ଅଛି ।



ଏହି ହ୍ୟାକିଂ ଘଟଣା କେବଳ ଏହି ଦୁଇଟି ଆକାଉଣ୍ଟରେ ହୋଇ ନାହିଁ । ଏଭଳି ଘଟଣା ବ୍ୟାପକ ବୋଲି ଜଣାପଡିଛି । ଆପଲ୍ ଓ ଜେଫ୍ ବେଜୋସଙ୍କ ଆକାଉଣ୍ଟକୁ ମଧ୍ୟ ଟାର୍ଗେଟ କରାଯାଇଛି । ଏହି ପ୍ରସଙ୍ଗରେ ସର୍ବସାଧାରଣରେ ଉପଲବ୍ଧ ତଥ୍ୟକୁ ଦର୍ଶାଇ କେତେକ କହିଛନ୍ତି ଯେ ଏହି ସ୍କାମରେ ୧୬୦ଟିରୁ ଅଧିକ କାରବାର (ଟ୍ରାଞ୍ଜେକ୍ସନ୍‌) ଜରିଆରେ ୪୦,୦୦୦ ଡଲାରରୁ ଅଧିକର ବିଟ୍ କଏନ୍ (୩୦ ଲକ୍ଷ ଟଙ୍କା) ସଂଗ୍ରହ ହୋଇଛି ।

ଏହା ବି ପଢ଼ନ୍ତୁ: ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ଟ୍ୱିଟର୍‌ ଏହି ଘଟଣା ବିଷୟରେ ଅବଗତ ହେବା ସହ ଘଟଣାର ତଦନ୍ତ ଚାଲିଛି ବୋଲି କହିଛି । ଟ୍ୱିଟର ବ୍ୟବହାରକାରୀମାନେ ହ୍ୟାକରଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ଅଛନ୍ତି । ଯାଞ୍ଚ ହୋଇଥିବା ଆକାଉଣ୍ଟରୁ (verified accounts) ଟ୍ୱିଟର ଅସ୍ଥାୟୀ ଭାବରେ ପୋଷ୍ଟିଂକୁ ସ୍ଥଗିତ ରଖିଥିଲା ଓ ତା’ପରେ ସେବା ପୁନଃ ଆରମ୍ଭ କରିଥିଲା । ତାଜା ସୂଚନା ଦେଇ ଟ୍ୱିଟର୍‌ କହିଛି ଯେ ଏହି ଘଟଣା ଉପରେ ଦୃଷ୍ଟି ରଖାଯାଉଛି ।
Published by: Anand Shankar Thankur Das
First published: July 17, 2020, 1:57 AM IST
corona virus btn
corona virus btn
Loading