ପୁତିନଙ୍କୁ ଗୋଡ଼ାଉଛି ମୃତ୍ୟୁ ! ରୁଷିଆ ରାଷ୍ଟ୍ରପତିଙ୍କୁ ସଫା କରିବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Russia Ukraine War: ରୁଷିଆ ରାଷ୍ଚ୍ରପତି ଭ୍ଲାଦିମିର ପୁତିନ (Putin)ଙ୍କ ପ୍ରାଣ ବିପଦରେ ! ହତ୍ୟା କରିବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର । ଜୀବନରୁ ମାରି ଦେବା ପାଇଁ ଡ୍ରୋନ୍ ପଠାଇଥିଲା ୟୁକ୍ରେନ୍ । ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏଭଳି ଭୟଙ୍କର ତଥ୍ୟ । କେବଳ ତଥ୍ୟ ନୁହେଁ, ଏହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ରୁଷିଆ ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟାଳୟ କ୍ରେମଲିନ୍ ଉପରେ ଏକ ଡ୍ରୋନ୍ ଆଟାକ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯଦି କ୍ରେମିଲନର ଅଭିଯୋଗ ସତ ହୁଏ ତେବେ ୟୁକ୍ରେନ୍‌କୁ ଦେବାକୁ ପଡ଼ିବ ବହୁମୂଲ୍ୟ । ବିଶ୍ବ ଦେଖିପାରେ ତୃତୀୟ ବିଶ୍ବଯୁଦ୍ଧ (Third World war) ।...

୧୪ ମାସ ଧରି ଚାଲିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ୟୁକ୍ରେନ୍‌ର ଭୟଙ୍କର ପ୍ଲାନ୍ । କ୍ରେମଲିନର ଅଭିଯୋଗ ଅନୁସାରେ, ପୁତିନଙ୍କୁ ହତ୍ୟା କରିବା ପାଇଁ ଭୟଙ୍କର ପ୍ଲାନ୍ କରିଥିଲା ୟୁକ୍ରେନ୍ । ଏଥି ପାଇଁ ପଠାଇଥିଲା ଦୁଇଟି ଡ୍ରୋନ୍ । ହେଲେ ଏ ବିଷୟରେ ମିଳିଥିଲା ଗୁଇନ୍ଦା ଖବର । ତତକ୍ଷଣାତ ଆକଟିଭ୍ ହୋଇଥିଲା ରୁଷିଆର ଓ୍ବାର ରୁମ୍ । ଆଉ ନିର୍ଦ୍ଦେଶକ୍ରମେ ୟୁକ୍ରେନର ଦୁଇଟି ଡ୍ରୋନ୍ ମାରି ଖସାଇଛନ୍ତି ମସ୍କୋ ସେନା...

ରୁଷିଆର ଅଭିଯୋଗ, ପୁତିନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଦୁଇଟି ଡ୍ରୋନ୍ । ଯାହାକୁ ଠିକ୍ ସମୟରେ ଆକାଶ ମାର୍ଗରୁ ଖସାଯାଇଛି । ଯଦି ଭବିଷ୍ୟତରେ ଏଭଳି କିଛି ନିଷ୍ପତ୍ତି ନିଏ ୟୁକ୍ରେନ୍, ତେବେ କିଭ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ମସ୍କୋ । ରୁଷିଆ ନିଜର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କ୍ରେମଲିନ୍ କହିଛି । ୟୁକ୍ରେନର ସମସ୍ତ ଷଡ଼ଯନ୍ତ୍ର ଫେଲ୍ ମାରିଛି । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ପୁତିନ୍ ସୁରକ୍ଷିତ ଥିବା କହିଛି ରୁଷିଆ । ସେହି ସମୟରେ ପ୍ରେସିଡେଣ୍ଟ ପୁତିନ୍ ସେଠାରେ ନଥିବା କୁହାଯାଉଛି । ଯେତେବେଳେ ଆକାଶରେ ଡ୍ରୋନ୍ ଉଡୁଥିଲା ସେହି ସମୟରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମସ୍କୋ ସେନା । ଯାହାଫଳରେ ଆକାଶରେ ବିସ୍ଫୋରଣ ହେବା ସହ କିଛି ସମୟ ପାଇଁ ଧୂଆଁ ଉଠିଥିଲା .ୟୁକ୍ରେନର ଏଭଳି ପ୍ରୟାସକୁ ସମାଲୋଚନା କରିଛି ରୁଷିଆ । ଆଗକୁ ଏହା ଯୁଦ୍ଧର ମୋଡ଼ ବଦଳାଇବା ନେଇ ଅନୁମାନ କରାଯାଉଛି...

ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ଆସିଛି ଏଭଳି ଖବର । ଯାହାକୁ ନେଇ ଏବେ ଚିନ୍ତାରେ ବିଶ୍ବ । ଯଦି ରୁଷିଆର ଅଭିଯୋଗ ସତ, ଯଦି ପୁନିତଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ ଜେଲେନ୍ସକି, ତେବେ ଏଥି ପାଇଁ ୟୁକ୍ରେନକୁ ବହୁମୂଲ୍ୟ ଦେବାକୁ ହେବ ସେଥିରେ କୌଣସି ସନ୍ଦେହ ନାହିଁ । ଜେଲେନ୍ସକି ସମସ୍ତ ଠିକଣା ପୁତିନଙ୍କୁ ଜଣା ଥିଲେ ମଧ୍ୟ, କେବେ ବି ଏଭଳି ଆଟାକ୍ କରିନଥିଲେ ରୁଷିଆ ସେନା । ହେଲେ ଏବି ପୁତିନଙ୍କ ପ୍ରତି ଏଭଳି ବିପଦ, ୟୁକ୍ରେନ୍ ପାଇଁ ଅଡୁଆ ସୃଷ୍ଟି କରିପାର । ଡ୍ରୋନ୍ ଆଟାକରେ କୌଣସି କ୍ଷତି ହୋଇ ନ ଥିବା ମସ୍କୋ ପକ୍ଷରୁ କୁହାଯାଉଥିବା ବେଳେ ଡ୍ରୋନ୍ ଆକ୍ରମଣକୁ ଖଣ୍ଡନ କରିଛି ୟୁକ୍ରେନ ।
Published by:nihar panda
First published: