ଅଖିଳେଶ ଯାଦବଙ୍କ ଦୁର୍ନୀତିର ପ୍ରମାଣ ହେଉଛି ଟ୍ଵିନ ଟାୱାର: ୟୁପି ଉପମୁଖ୍ୟମନ୍ତ୍ରୀ

ଟ୍ୱିନ୍ ଟାୱାର ହେଉଛି ଅଖିଳେଶ ଯାଦବ ଓ ସପା ଶାସନ କାଳରେ ଦୁର୍ନୀତି ଏବଂ ଅରାଜକତା ନୀତିର ଜୀବନ୍ତ ପ୍ରମାଣ: କେଶବ ପ୍ରସାଦ ମୌର୍ଯ୍ୟ

ଟ୍ଵିନ ଟାୱାର (ପ୍ରତୀକାତ୍ମକ ଛବି)

ଟ୍ଵିନ ଟାୱାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ନଏଡାର ସୁପରଟେକ୍ ଟ୍ୱିନ୍ ଟାୱାର ହେଉଛି ଅଖିଳେଶ ଯାଦବ ଓ ସପା ଶାସନ କାଳରେ ଦୁର୍ନୀତି ଏବଂ ଅରାଜକତା ନୀତିର ଜୀବନ୍ତ ପ୍ରମାଣ ବଲ୍ଲୀ କହିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ।

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କ ନେତୃତ୍ୱରେ ବିଜେପି ସରକାରରେ ସପାର ଦୁର୍ନୀତି ଭଙ୍ଗାଯିବ। ଏହା ହେଉଛି ନ୍ୟାୟ, ଏହା ଏକ ଉତ୍ତମ ଶାସନ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଟ୍ଵିନ ଟାୱାର ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି।  ଏହାକୁ ଭାଙ୍ଗିବା ପାଇଁ ବିଲଡର ସବୁ ଖର୍ଚ୍ଚ ବହନ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହାକୁ ଭାଙ୍ଗି ଦିଆଯାଉଛି।  IANS ଅନୁଯାୟୀ, ଏହି ଟାୱାର ନିର୍ମାଣ ହୋଇଥିବା ସ୍ଥାନର ମୂଲ୍ୟ ବର୍ତ୍ତମାନ ୧୦,୦୦୦ ଟଙ୍କା/ବର୍ଗଫୁଟ। ଅର୍ଥାତ୍ ଟ୍ଵିନ ଟାୱାରର ମୂଲ୍ୟ ବର୍ତ୍ତମାନ ସୁଦ୍ଧା ଏକ ହଜାର କୋଟିରୁ ଅଧିକ ଅଟେ। କିନ୍ତୁ ବିବାଦ ହେତୁ, ଯଦି ଆମେ ଟାୱାରର ମୂଲ୍ୟ ବିଷୟରେ କହିବା, ତେବେ ପ୍ରାୟ ୮୦୦ କୋଟି ଟ୍ୱିନ୍ ଟାୱାରର ମୂଲ୍ୟ ଦିଆଯାଇଛି। ଏହାକୁ ତିଆରି କରିବା ପାଇଁ ୨୫୦ ରୁ ୩୦୦ କୋଟି ମଧ୍ୟରେ ଖର୍ଚ୍ଚ ହୋଇଥିଲା। ଏଥିସହିତ କିଛି ଗଣମାଧ୍ୟମର ରିପୋର୍ଟରେ ଏହାକୁ ତିଆରି କରିବାର ଖର୍ଚ୍ଚ ମଧ୍ୟ ୪୦୦ କୋଟି ଟଙ୍କା ବୋଲି କୁହାଯାଉଛି।

ନ୍ୟାସନାଲ ବିଲଡିଂ କୋଡକୁ ଧରି ଟ୍ୱିନ୍ ଟାୱାର ନିର୍ମାଣ କରାଯାଇଥିଲା। ରାତାରାତି ଭିତରେ ବିଲଡିଂ ନିୟମଗୁଡ଼ିକରେ ପରିବର୍ତ୍ତନ କରାଯାଇଥିଲା। ସେଥିପାଇଁ ଦୁର୍ନୀତିର ନିର୍ମାଣ ଏତେ ଦ୍ରୁତ ଗତିରେ ଠିଆ ହେଲା। ୨୦୧୪ ରେ ହାଇକୋର୍ଟ ଏହାକୁ ବେଆଇନ ଘୋଷଣା କରିଥିଲେ। ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। କିନ୍ତୁ ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା।
Published by:Soumya Das
First published: