ମାଟିରେ ମିଶିଲା ଟ୍ଵିନ ଟାୱାର; ୯ ସେକେଣ୍ଡରେ ଭୁଶୁଡ଼ିଲା ୮୦୦ କୋଟିର ସମ୍ପତ୍ତି

ଭାଙ୍ଗିଲା ନୋଏଡାର ସେକ୍ଟର ୯୩-ଏ ସ୍ଥିତ ଟ୍ୱିନ୍ ଟାୱାର । ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗାଗଲା । ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଥିଲା। ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିଥିଲେ ଗ୍ରାହକ ।

ଟ୍ଵିନ ଟାଓ୍ଵାର

ଟ୍ଵିନ ଟାଓ୍ଵାର

  • Share this:
News 18 Odia Digital

ନୋଏଡା:  ଭାଙ୍ଗିଲା ନୋଏଡାର ସେକ୍ଟର ୯୩-ଏ ସ୍ଥିତ ଟ୍ୱିନ୍ ଟାୱାର। ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗାଗଲା। ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଥିଲା। ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩୨ ମହଲା ବିଶିଷ୍ଟ ଏହି ବିଲିଡିଂକୁ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସ କରାଗଲା। ବ୍ଲାଷ୍ଟ ହେବା ସମୟରେ ଆଖପାଖରେ ଥିବା ଆପାର୍ଟମେଣ୍ଟକୁ ଖାଲି କରାଯାଇଥିଲା।



ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ। ଏଠାରେ ସୁରକ୍ଷା ଦାୟିତ୍ୱ ପାଇଁ ୫୦୦ରୁ ଅଧିକ ପୋଲିସ, ଆମ୍ବୁଲାନ୍ସ, ଡାକ୍ତରୀ ଟିମ୍‌ ଉପସ୍ଥିତ ରହିଥିଲେ। ଟ୍ଵିନ ଟାଓ୍ଵାର ପାଖରେ ୪୫ଟି କୋଠା ରହିଛି। ଯାହାକୁ ପୂର୍ବରୁ ସତର୍କ ସୂଚନା ଦଆଯାଇ ଖାଲି କରାଯାଇଛି । ଆଖପାଖରେ ଥିବା ୭ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।



ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହେଇଥିଲା। ଏହି ଖର୍ଚ୍ଚ ଟାଓ୍ଵାର ତିଆରି କରୁଥିବା ସୁପରଟେକ କମ୍ପାନୀ ଦେବ। ଟାଓ୍ଵାର ଭାଙ୍ଗିବା ଦ୍ୱାରା ୩ ହଜାର ଟ୍ରକ ଧ୍ୱଂସବିଶେଷ ମିଳିବ। ଯାହାର ଦାମ୍‌ ପାଖାପାଖି ୧୩ କୋଟି ଟଙ୍କା।
Published by:Soumyashree Mishra
First published: