ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୨୫ ମହଲାରୁ ଖସି ପଡ଼ିଲେ ଜାଆଁଳା ଭାଇ: ଘଟଣାସ୍ଥଳେ ଦୁଇ ଭାଇଙ୍କ ମୃତ୍ୟୁ; ତଦନ୍ତ କରୁଛି ପୋଲିସ

୨୫ ମହଲାରୁ ଖସି ପଡ଼ିଲେ ଜାଆଁଳା ଭାଇ: ଘଟଣାସ୍ଥଳେ ଦୁଇ ଭାଇଙ୍କ ମୃତ୍ୟୁ; ତଦନ୍ତ କରୁଛି ପୋଲିସ

ୟୁପିର ଗାଜିଆବାଦର ଏକ ୨୫ତମ ମହଲାରୁ ଖସିପଡ଼ିବା ପରେ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଛି। ତେବେ ରାତି ପ୍ରାୟ ୧ଟା ବେଳେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଅନେକ ଦିଗରୁ ଅନୁସନ୍ଧାନ କରୁଛି। ଏଥି ସହିତ ଏହି ପରିବାର ଚେନ୍ନାଇର ବାସିନ୍ଦା ବୋଲି କୁହାଯାଉଛି।

୨୫ ମହଲାରୁ ଖସି ପଡ଼ିଲେ ଜାଆଁଳା ଭାଇ: ଘଟଣାସ୍ଥଳେ ଦୁଇ ଭାଇଙ୍କ ମୃତ୍ୟୁ; ତଦନ୍ତ କରୁଛି ପୋଲିସ
୨୫ ମହଲାରୁ ଖସି ପଡ଼ିଲେ ଜାଆଁଳା ଭାଇ
  • News18 Odia
  • Last Updated: October 18, 2021, 10:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗାଜିଆବାଦ: ରାଜଧାନୀ ଦିଲ୍ଲୀ ନିକଟରେ ଥିବା ଉତ୍ତର ପ୍ରଦେଶର ଗାଜିଆବାଦର ସୋସାଇଟିର ୨୫ତମ ମହଲାରୁ ଖସିଯିବା ପରେ ଟ୍ୱିନ୍ ବ୍ରଦର୍ସଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଗାଜିଆବାଦର ସିଦ୍ଧାର୍ଥ ବିହାରର ପ୍ରତୀକ ଗ୍ରାଣ୍ଡ ସୋସାଇଟିରେ ଘଟିଛି, ଯାହା ଏକ ଉଚ୍ଚ ଅଟ୍ଟାଳିକା । ନିକଟରେ ଲୋକଙ୍କୁ ଏଠାରେ ପୋଜିଶନ ମିଳିଥିଲା । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରାତିରେ ଘଟିଥିଲା।

ଏହି ପରିପ୍ରେକ୍ଷୀରେ, ଗାଜିଆବାଦର ସିଦ୍ଧାର୍ଥ ବିହାରର ପ୍ରତୀକ ଗ୍ରାଣ୍ଡ ସୋସାଇଟିର ୨୫ତମ ମହଲାରୁ ଖସିପଡ଼ିବା ପରେ ଜାଆଁଳା ଭାଇଙ୍କର ମୃତ୍ୟୁ ହୋଇଛି ବୋଲି ସିଓ ପୋଲିସ ଲାଇନ ମହୀପାଲ ସିଂ କହିଛନ୍ତି। ମୃତ ଦେହର ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଏହା ଏକ ଦୁର୍ଘଟଣା, ବାଲକୋନିର ରେଲିଂ ପାଖରୁ ଗୋଟିଏ ପ୍ଲାଷ୍ଟିକ ଚେୟାର ଉପରେ ଛୋଟ ଷ୍ଟୁଲ ଠାବ କରାଯାଇଛି। ସେମାନେ ଏହା ଉପରେ ଛିଡ଼ା ହୋଇ ଜହ୍ନ ଦେଖିଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା କୁହାଯାଉଛି।

ଉଭୟ ଯାଆଁଳା ଭାଇଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା

ସୂଚନାନୁସାରେ, ପ୍ରତୀକ ଗ୍ରାଣ୍ଡ ସୋସାଇଟିର ଟାୱାର ନମ୍ବର ସିଏ-୫ରେ ୨୫ ମହଲା ଫ୍ଲାଟ ନମ୍ବର ୨୫୦୮ର ବେଡରୁମ ବାଲକୋନିରୁ ଖସିପଡ଼ିବା ପରେ ଦୁଇ ଯାଆଁଳା ଭାଇ (ସତ୍ୟନାରାୟଣ ଓ ସୂର୍ଯ୍ୟନାରାୟଣ) ମୃତ୍ୟୁ ବରଣ କରିଛନ୍ତି। ଉଭୟଙ୍କ ବୟସ ମାତ୍ର ୧୪ ବର୍ଷ ଥିଲା । ସେମାନେ ଡିପିଏସ୍ ସ୍କୁଲରେ ନବମ ଶ୍ରେଣୀରେ ପଠପଢୁ ଥିଲେ | ଏଥିସହ ପଡ଼ୋଶୀଙ୍କ ଅନୁଯାୟୀ, ଦୁର୍ଘଟଣା ସମୟରେ ପିଲାଙ୍କ ମା' ଓ ଭଉଣୀ ଅନ୍ୟ ଏକ ରୁମରେ ଥିଲେ। ଏହି ସମୟରେ ପିଲାମାନଙ୍କର ବାପା କିଛି କାମ ପାଇଁ ମୁମ୍ବାଇ ଯାଇଥିଲେ।

ଦୁର୍ଘଟଣା କିମ୍ବା ଆଉ କିଛି…

ସୂଚନା ଅନୁଯାୟୀ, ଏକ ଚେୟାର ରଖାଯାଇଥିବା ଫ୍ଲାଟ ନମ୍ବର ୨୫୦୮ର ଶୋଇବା ଘରର ବାଲକୋନିରୁ ଖସି ପଡ଼ିବାରୁ ପିଲାମାନଙ୍କର ମୃତ୍ୟୁ ଘଟିଛି। ବାଲକୋନିର ଉଚ୍ଚତା ଠିକ ଅଛି ଓ ପିଲାମାନେ ମଧ୍ୟ ୧୪ ବର୍ଷର, ତେଣୁ ଦୁହେଁ କିପରି ହଠାତ୍ ତଳେ ପଡ଼ିଗଲେ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

ଏହି ପ୍ରଶ୍ନ ପୋଲିସକୁ ହଇରାଣ କରୁଛି। ସେହି ସମୟରେ, ପିଲାମାନେ ରାତି ପ୍ରାୟ ଏକ ଘଣ୍ଟା ମଧ୍ୟରେ କ’ଣ ଖେଳୁଥିଲେ? କେବଳ ଏତିକି ନୁହେଁ, ଯଦି ଏହା ଏକ ଦୁର୍ଘଟଣା ତେବେ ଦୁହେଁ କିପରି ଏକାଠି ପଡ଼ିଗଲେ । ତେବେ ଏହା ମଧ୍ୟ ଚର୍ଚ୍ଚା ହୋଇଛି ଯେ ଛିଡ଼ା ହୋଇ ଜହ୍ନ ଦେଖିଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା କୁହାଯାଉଛି । ଉଲ୍ଲେଖଥାଉ କି, ଗାଜିଆବାଦର ବିଜୟ ନାଗର ପୋଲିସ ଷ୍ଟେସନ ଏହି ଘଟଣାର ତଦନ୍ତ କରୁଛି।

ଗାର୍ଡ଼ ଉପରକୁ ଆସି ଦୁର୍ଘଟଣା ବିଷୟରେ କହିଥିଲେ

ସୂଚନାନୁସାରେ, ଏହି ଦୁର୍ଘଟଣା ବିଷୟରେ ପିଲାଙ୍କର ମା' ସେହି ସମୟରେ ଜାଣିବାକୁ ପାଇଲେ ଯେତେବେଳେ ଗାର୍ଡ଼ ଆସି ଉପରେ ତାଙ୍କୁ କହିଲେ । ଏହା ପରେ, ଯେତେବେଳେ ମା' ପିଲାଙ୍କୁ ଅନ୍ୟ ରୁମରେ ଥିବା କଥା କହି ଦେଖିଲେ ସେତେବେଳେ ପିଲାମାନେ ସେଠାରେ ନଥିଲେ । ଏହା ପରେ ପରିବାର ଲୋକେ ଦୁର୍ଘଟଣା ବିଷୟରେ ଜାଣିଥିଲେ।

ଚେନ୍ନାଇରୁ ପରିବାର

ପୋଲିସର ସୂଚନାନୁସାରେ, ଏହି ପରିବାର ଚେନ୍ନାଇର ବାସିନ୍ଦା ଓ ନିକଟରେ ଏହି ସୋସାଇଟିକୁ ରହିବାକୁ ଆସିଥିଲେ । ଏଥି ସହିତ, ପିଲାମାନଙ୍କର ପିତାଙ୍କର ଫାଇନ୍ସା ବିଜନେସ । ଏହି କାରଣରୁ ସେ ପ୍ରାୟତଃ ବାହାରେ ରହିଥା’ନ୍ତି ।
Published by: Lipina Das
First published: October 18, 2021, 10:30 AM IST