୨୦୧୨ ଦିଲ୍ଲୀ ଆମ୍ବାସୀ କାର ବ୍ଲାଷ୍ଟ ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିଲା ସୋଲେମାନୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଡ୍ରୋନ ଆକ୍ରମଣରେ ଇରାନ ଶୀର୍ଷ କମାଣ୍ଡର କାସିମ ସୁଲେମାନି ନୂଆ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଲାଗି ଷଡଯନ୍ତ୍ର କରୁଥିଲା ।

ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

  • Share this:
News18 Odia Digital

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକା ଡ୍ରୋନ ଆକ୍ରମଣରେ ମରିଥିବା ଇରାନର ଶୀର୍ଷ କମାଣ୍ଡର କାସିମ ସୁଲେମାନି ନୂଆ ଦିଲ୍ଲୀରେ ୨୦୧୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲା । ଟ୍ରମ୍ପ ସୁଲେମାନିଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ଘଟଣାକୁ ଠିକ୍ କହିବା ସହ ଏବେ ଆତଙ୍କବାଦୀଙ୍କ ଶାସନକାଳ ଶେଷ ହୋଇଯାଇଛି ବୋଲି କହିଛନ୍ତି । ଜେନେରାଲ ସୁଲେମାନି ଇରାନର ଅଲ କୁଦସ ବଳର ପ୍ରମୁଖ ଥିଲେ । ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରୁଥିବାବେଳେ ତାଙ୍କ ଉପରେ ଆମେରିକୀୟ ଡ୍ରୋନ ଦ୍ବାରା କରାଯାଇଥିବା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ଶକ୍ତିଶାଳୀ ହଶଦ ଅଲ ଶାବୀ ଅର୍ଦ୍ଧସୈନିକ ବଳର ଉପ ପ୍ରମୁଖଙ୍କ ସହ ଇରାନ ସମର୍ଥିତ ସ୍ଥାନୀୟ ମିଲିଶିୟା ମାନେ ମଧ୍ୟ ମରିଯାଇଥିଲେ ।

ଟ୍ରମ୍ପ କହିଛନ୍ତି ‘‘ ସୋଲେମାନି ନିର୍ଦ୍ଦୋଷ ଲୋକଙ୍କୁ ମାରିବା ନିଜର ଏକ ଘୃଣ୍ୟ ସଉକ ବୋଲି ଭାବିନେଇଥିଲେ । ନୂଆ ଦିଲ୍ଲୀ ଠାରୁ ଲଣ୍ଡନ ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ଯୋଗଦାନ ରହିଥିଲା । ଟ୍ରମ୍ପ ନିଜର ଫ୍ଲୋରିଡ଼ା ପାମ ବିଚସ୍ଥିତ ମାର-ଏ-ଲାଗୋ ରିର୍ସୋର୍ଟରେ ଏହା କହିଥିଲେ’’ ।

ପରେ ମିଜାଇଲ ଆକ୍ରମଣ ସମ୍ପର୍କରେ କହିବା ସହ ମୁଁ ସୋଲେମାନିଙ୍କୁ ମାରିବାକୁ ଅର୍ଡର ଦେଇଥିଲି ‘‘ ବର୍ତ୍ତମାନ ସୋଲେମାନିଙ୍କ ଦ୍ବରା ଅତ୍ୟାଚାରିତ ହୋଇଥିବା ଲୋକମାନଙ୍କ ସମ୍ମାନ କରୁଛି ଏବଂ ଏହା ଭାବି ଆନନ୍ଦିତ ହେଉଛି କି ଏବେ ଆତଙ୍କବାଦର ସାମ୍ରାଜ୍ୟ ଶେଷ ହୋଇଯାଇଛି ।

ଟ୍ରମ୍ପ ନିର୍ଦ୍ଦିଷ୍ଟ ଭାବେ ଭାରତ କଥା କହିନଥିଲେ ବି ୨୦୧୨ରେ ଇସ୍ରାଇଲର ରକ୍ଷା କାର ଉପରେ ହୋଇଥିବା ଆକ୍ରମଣ ସହ ଯୋଡିଥାଇପାରନ୍ତି ।

ଏହି ଆକ୍ରମଣରେ ୟେହୋଶୁଆ କୋରେନ ଆହତ ହୋଇଯାଇଥିଲେ ଏବଂ ତାଙ୍କର ଚାଳକ ଦ୍ବୟ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ । ୧୩ ଫେବୃୟାରୀ ୨୦୧୨ରେ ହୋଇଥିବା ଏହି ଆକ୍ରମଣରେ ବମର ବ୍ୟବହାର କରାଯାଇଥିଲା ଯାହାକୁ ଚୁମ୍ବ ଦ୍ବାରା କାର ସହ ଯୋଡ଼ାଯାଇଥିଲା ।

ତେବେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହୁ କହିଛନ୍ତି ଯେ, ଏହି ଆକ୍ରମଣ ପଛରେ ଇରାନର ହାତ ରହିଥିଲା ଏବଂ ଜର୍ଜିଆରେ ଏହି ଭଳି ଟେକନିକ ଦ୍ବାରା ଅନ୍ୟଏକ ଆକ୍ରମଣ ଲାଗି ଚେଷ୍ଟା କରାଯାଇଥିଲା । ଭାରତଦ୍ବାରା ଏହି ମାମଲାର ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ କରାଯାଇନାହିଁ ଏବଂ ଏଥିରେ ଇରାନର ଲିଙ୍କଥିବାନେଇ କୌଣସି ସ୍ପଷ୍ଟ କରିନାହିଁ ।

 
Published by:Durgamadhab Rath
First published: