ଟ୍ରମ୍ପ୍: ‘‘ଆମେ ଭାରତ ତରଫରୁ ଭଲ ବ୍ୟବହାର ପାଇନାହୁଁ, କିନ୍ତୁ ମୁଁ ମୋଦିଙ୍କୁ ବହୁତ ପସନ୍ଦ କରେ’’

ଆମେରିକା-ଭାରତ ବ୍ୟାପାର ସମ୍ବନ୍ଧ ଉପରେ ସ୍ପଷ୍ଟ ଅସନ୍ତୋଷ ଦେଖାଇ ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ଭାରତ ଆମେରିକା ସହିତ ବାଣିଜ୍ୟରେ ଭଲ ବ୍ୟବହାର ପ୍ରଦର୍ଶନ କରୁନାହିଁ । କିନ୍ତୁ ଟ୍ରମ୍ପ ନିଜ ଆଗାମୀ ଭାରତ ଗସ୍ତକୁ ନେଇ ଭାରି ଉତ୍ସାହିତ ଅଛନ୍ତି । ସେ ଫ୍ରେବୃଆରୀ ୨୪/୨୫ ଭାରତ ଗସ୍ତରେ ଆସୁଛନ୍ତି ।

ଟ୍ରମ୍ପ୍: ‘‘ଆମେ ଭାରତ ତରଫରୁ ଭଲ ବ୍ୟବହାର ପାଇନାହୁଁ, କିନ୍ତୁ ମୁଁ ମୋଦିଙ୍କୁ ବହୁତ ପସନ୍ଦ କରେ’’
ଡୋନାଲ୍ଡ ଟ୍ରମ୍ପ୍ ଓ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
  • News18 Odia
  • Last Updated: February 19, 2020, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କୌଣସି ବଡ଼ ଦ୍ୱୈପାକ୍ଷିକ ବାଣିଜ୍ୟ ବୁଝାମଣା ଉପରେ ହସ୍ତାକ୍ଷର ହୋଇ ନ ପାରେ ବୋଲି ସଙ୍କେତ ମିଳିଛି । ଟ୍ରମ୍ପ୍‌ କହିଛନ୍ତି ସେ ଭାରତ ସହିତ ଏକ ବଡ଼ ବୁଝାମଣାକୁ ପରବର୍ତ୍ତୀ ସମୟ ପାଇଁ ସଞ୍ଚି ରଖିବାକୁ ଚ଼ାହୁଁଛନ୍ତି ଓ ସେ ଜାଣିନାହାଁନ୍ତି ଏହି ବୁଝାମଣା ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହେବ କି ନାହିଁ ।

‘‘ଆମେ ଭାରତ ସହିତ ଏକ ବାଣିଜ୍ୟ ବୁଝାମଣା କରିବୁ, କିନ୍ତୁ ବଡ଼ ଧରଣର ଚ଼ୁକ୍ତିଟିକୁ ମୁଁ ପରବର୍ତ୍ତୀ ସମୟ ପାଇଁ ବଞ୍ଚାଇରଖିଛି,’’ ଜଏଣ୍ଟ ବେସ ଆଣ୍ଡ୍ରିୟୁଜ୍‌ରେ ସାମ୍ବାଦିକଙ୍କୁ ଟ୍ରମ୍ପ ମଙ୍ଳବାର ଅପରାହ୍ଣରେ କହିଥିଲେ । ଟ୍ରମ୍ପ ଆସନ୍ତା ଫ୍ରେବୃୟାରୀ ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଗସ୍ତ ସମୟରେ ଆମେରିକା ଓ ଭାରତ ଏକ ବ୍ୟାପାର ସମ୍ବନ୍ଧୀୟ ପ୍ୟାକେଜ୍‌ ସାଇନ କରିବେ । ଟ୍ରମ୍ପଙ୍କୁ ସେ ଗସ୍ତ ପୂର୍ବରୁ ଭାରତ ସହିତ ଏକ ବ୍ୟାପାର ବୁଝାମଣା ହେବାକୁ ଯାଉଛି ବୋଲି ଆଶା କରୁଛନ୍ତି କି ବୋଲି ପଚ଼ରାଯିବାରୁ ସେ କହିଥିଲେ: ‘‘ଆମେ ଭାରତ ସହିତ ଏକ ବହୁତ ବଡ଼ ବ୍ୟାପାର ସୌଦା କରିବାକୁ ଯାଉଛୁ । ଆମେ ଏହା କରିବୁ । ମୁଁ ଜାଣି ନାହିଁ ଏହା ନିର୍ବାଚନ ପୂର୍ବରୁ ହୋଇଯିବ କି ନାହିଁ, କିନ୍ତୁ ଆମେ ଭାରତ ସହିତ ଏକ ବଡ଼ ଚୁକ୍ତି ନିଶ୍ଚିତ କରିବୁ’’ ।

ସୂତ୍ରଙ୍କ ଅନୁସାରେ ଭାରତ ସହିତ ବ୍ୟାପାର ସମ୍ପର୍କ ପାଇଁ ଆମେରିକାର ମୁଖ୍ୟ ବ୍ୟକ୍ତି ତଥା ସେଠାକାର ବ୍ୟାପାର ପ୍ରତିନିଧି ରୋବର୍ଟ ଲାଇଟହାଇଜର ଟ୍ରମ୍ପଙ୍କ ଭାରତ ସହିତ ନ ଆସିବାର ସମ୍ଭାବନା ରହିଛି ।

ଆମେରିକା-ଭାରତ ବ୍ୟାପାର ସମ୍ପର୍କ ବିଷୟରେ ସ୍ପଷ୍ଟ ଅସନ୍ତୋଷ ପ୍ରକାଶ କରି ଟ୍ରମ୍ପ କହିଥିଲେ: ‘‘ଆମେ ଭାରତ ତରଫରୁ ଭଲ ବ୍ୟବହାର ପାଇନାହୁଁ ।’’ କିନ୍ତୁ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି କହିଲେ ଯେ ସେ ନିଜ ଭାରତ ଯାତ୍ରାକୁ ଚ଼ାହିଁ ରହିଛନ୍ତି । ‘‘ମୁଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ବହୁତ ପସନ୍ଦ କରେ,’’ କହିଛନ୍ତି ଟ୍ରମ୍ପ୍‌ ।

‘‘ମୋଦି ମୋତେ କହିଛନ୍ତି ଯେ ଏହି ଗସ୍ତ ସମୟରେ ବିମାନ ବନ୍ଦରରୁ ଜନସଭା ସ୍ଥଳ ମଧ୍ୟରେ ପାଖାପାଖି ୭୦ ଲକ୍ଷ ଲୋକ ରହିବେ । ଏହି ଷ୍ଟାଡିୟମଟି ଅଧା ନିର୍ମିତ ଅବସ୍ଥାରେ ଅଛି ବୋଲି ମୁଁ ଜାଣିଛି, କିନ୍ତୁ ଏହି ବିଶ୍ବର ବୃହତ୍ତମ ଷ୍ଟାଡିୟମ ହେବାକୁ ଯାଉଛି । ତେଣୁ ଏହା (ଭାରତ ଗସ୍ତ) ଭାରି ଦମଦାର୍‌ ହେବ । ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଭାରି ପସନ୍ଦ କରିବେ,’’ ସାମ୍ବାଦିକଙ୍କୁ କହିଥିଲେ ଟ୍ରମ୍ପ ।

ଇତି ମଧ୍ୟରେ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ଏଣ୍ଡ ପାର୍ଟନରସିପ ଫୋରମ (USISPF) ଏକ ରିପୋର୍ଟରେ କହିଛି ତାଜା ତ୍ରୈମାସିକ ଡାଟା ଅନୁସାରେ ଦ୍ବିପାକ୍ଷିକ ବ୍ୟାପାରର ସାମଗ୍ରିକ ଟ୍ରେଣ୍ଡ୍‌ ସକରାତ୍ମକ ରହିଛି ଓ ତୃତୀୟ ତ୍ରୈମାସିକ ଡାଟା ବିକାଶ ଦରରେ ନିମ୍ନ ଗତି ଦର୍ଶାଉଛି ।

‘‘ଏହାର ବହୁତ କାରଣ ହୋଇପାରେ । ଏଥିରେ ଭାରତର ଆର୍ଥିକ ଅଭିବୃଦ୍ଧିରେ ଅପ୍ରତ୍ୟାଶିତ ଆର୍ଥିକ ମାନ୍ଦାବସ୍ଥା,  ୟୁଏସ-ଚ଼ୀନ୍‌ ବ୍ୟାପାର ଯୁଦ୍ଧର ପ୍ରଭାବ, ୟୁଏସ ତରଫରୁ ଜିଏସ କାଢ଼ିନେବା ଓ ଭାରତ ପକ୍ଷରୁ କାତାକ ନିର୍ଦ୍ଦିଷ୍ଟ ଆମେରିକୀୟ ଦ୍ରବ୍ୟ ଉପରେ ଜବାବୀ ଟାରିଫ (ଶୁଳ୍କ) ଲଗାଯିବା ସାମିଲ ଅଛନ୍ତି,’’ ୟୁ.ଏସ୍.ଆଇ.ଏସ୍‌.ପି.ଏଫ୍. କହିଛି ।
First published: February 19, 2020, 4:59 PM IST
corona virus btn
corona virus btn
Loading