News18 Odia Digital
ନୂଆଦିଲ୍ଳୀ : ଆସନ୍ତା ମଙ୍ଗଳବାର ଗିରଫ ହେବେ କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ( Donald Trump ) ! ଏ କଥା, ଆଉ କେହି ନୁହଁନ୍ତି, ନିଜେ ଟ୍ରମ୍ପ ସାହେବ, ଆଶଙ୍କା କରିଛନ୍ତି । ଟ୍ରୁଥ୍ ସୋସିଆଲରେ ଏମିତି ଲେଖିଛନ୍ତି ସେ । ଜଣେ ଆଗଧାଡ଼ିର ରିପବ୍ଲିକାନ୍ ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆସନ୍ତା ସପ୍ତାହର ମଙ୍ଗଳବାର ଗିରଫ ହେବା ସମ୍ଭାବନା ରହିଛି ବୋଲି ଲେଖିଛନ୍ତି ଟ୍ରମ୍ପ । ତେଣୁ ଏଭଳି ସ୍ଥିତିରେ ତାଙ୍କ ସମର୍ଥକମାନେ ଆଗକୁ ଆସିବାକୁ ଆହ୍ବାନ ଦେଇଛନ୍ତି ସେ ।
ତାଙ୍କ ସମ୍ଭାବ୍ୟ ଗିରଫଦାରୀକୁ ଭଣ୍ଡୁର କରିବା ସହ ଆମେରିକାକୁ ଫେରାଇ ଆଣିବାକୁ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ କେଉଁଠୁ ନିଜ ସମ୍ଭାବ୍ୟ ଗିରଫଦାରୀର ସୂଚନା ପାଇଲେ ଡୋନାଲ୍ଡ ଟ୍ରମ୍ପ ? ମନହଟନ୍ ଜିଲ୍ଲା ଆଟର୍ଣ୍ଣିଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଏହି ସୂଚନା ଗୁପ୍ତରେ ମିଳିଥିବା କହିଛନ୍ତି ଟ୍ରମ୍ପ । ୨୦୧୬ରେ ଯେତେବେଳେ ଟ୍ରମ୍ପ, ରାଷ୍ଟ୍ରପତି ନିର୍ବାଚନ ଲଢୁଥିଲେ, ସେତେବେଳେ ତାଙ୍କ ବ୍ୟକ୍ତିଗତ ଓକିଲ ମାଇକେଲ କୋହେନ, ପର୍ଣ୍ଣ ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କୁ ଲକ୍ଷେ ୩୦ ହଜାର ଡଲାର ଦେଇଥିବା ଅଭିଯୋଗ ହୋଇଥିଲା ।
ପଢନ୍ତୁ ଏହି ଖବର :
http://DJ ଆଜେକ୍ସଙ୍କ ମୃତ୍ଯୁ ପଛରେ ତ୍ରିକୋଣୀୟ ପ୍ରେମ?ପୂର୍ବରୁ ଷ୍ଟର୍ମି ଡାନିଏଲ୍ସଙ୍କ ସହ ଟ୍ରମ୍ପ, ଅନେକ ଥର ଅନୈତିକ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି । ତେବେ ନିର୍ବାଚନ ବେଳେ ଷ୍ଟର୍ମି ଯେମିତି ସେ ବାବଦରେ ମୁହଁ ନଖୋଲନ୍ତି, ସେଥିପାଇଁ ନିଜ ଓକିଲଙ୍କ ଜରିଆରେ ଟ୍ରମ୍ପ, ତାଙ୍କୁ ଲକ୍ଷେ ୩୦ ହଜାର ଡଲାର୍ ଦେଇଥିବା କୁହାଯାଉଛି । ଚଳିତବର୍ଷ ଆରମ୍ଭରେ ମନହଟନ୍ ଆଟର୍ଣ୍ଣି କୋର୍ଟ, ସେହି ମାମଲାର ଶୁଣାଣି ଆରମ୍ଭ କରିଥିବା ବେଳେ ଟ୍ରମ୍ପଙ୍କ ବିରୋଧରେ ଦଫା ରୁଜୁ କରିବାକୁ ଷ୍ଟର୍ମିଙ୍କ ଓକିଲ ଦାବି କରି ଆସୁଥିଲେ ।
ପଢନ୍ତୁ ଏହି ଖବର :
http://ସରକାରଙ୍କ ବଡ଼ ଉପହାର; ବିବାହରେ ଝିଅଙ୍କୁ ସାମଗ୍ରୀ ବଦଳରେ ମିଳିବ ଟଙ୍କାଏହି ମାମଲାରେ ସେ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ ଯଦି ୭୬ ବର୍ଷୀୟ ଟ୍ରମ୍ପ ଗିରଫ ହୁଅନ୍ତି, ତେବେ ଏହା ମଧ୍ୟ ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ହେବ । କାରଣ ବର୍ତ୍ତମାନ ସୁଦ୍ଧା ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କୌଣସି ବି ମାମଲାରେ ଗିରଫ ହୋଇ ନାହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।