ଟ୍ରମ୍ପ୍: ‘‘ମୁଁ ଫେସବୁକରେ ଲୋକପ୍ରିୟତାରେ ନମ୍ବର୍ ୧ ରେ ଅଛି, କିନ୍ତୁ ମୋଦିଙ୍କ ପାଇଁ ଏହା ସହଜ’’

ବର୍ତ୍ତମାନ ଭାରତର ଜନସଂଖ୍ୟା ପାଖାପାଖି ୧୩୦ କୋଟି ଓ ଆମେରିକାର ଜନସଂଖ୍ୟା ୩୨.୫ କୋଟି । ଫେସବୁକରେ ମୋଦିଙ୍କୁ ୪.୪ କୋଟି ଲୋକ ଫଲୋ କରୁଥିବା ବେଳେ ଡ଼ୋନାଲଡ଼ ଟ୍ରମ୍ପଙ୍କୁ ୨.୭ କୋଟି ଲୋକ ଫଲୋ କରୁଛନ୍ତି ।

ଟ୍ରମ୍ପ୍: ‘‘ମୁଁ ଫେସବୁକରେ ଲୋକପ୍ରିୟତାରେ ନମ୍ବର୍ ୧ ରେ ଅଛି, କିନ୍ତୁ ମୋଦିଙ୍କ ପାଇଁ ଏହା ସହଜ’’
ଟ୍ରମ୍ପ୍‌ ଓ ମୋଦି (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 21, 2020, 5:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ: ସୋସିଆଲ ନେଟୱର୍କିଙ୍ଗ ୱେବସାଇଟ ଫେସବୁକରେ ଥିବା ଅନୁଗାମୀ (ଫଲୋଅର୍)ଙ୍କ ସଂଖ୍ୟା ବିଷୟରେ କହି ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ‘‘୧.୫ ବିଲିୟନ (୧୫୦ କୋଟି)’’ ଭାରତୀୟଙ୍କର ପ୍ରତିନିଧିତ୍ବ କରୁଥିବା ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫେସବୁକରେ ସଫଳତା ପାଇବା ସହଜ ହେଉଛି ।

ଆସନ୍ତା ସପ୍ତାହରେ ଭାରତ ଭ୍ରମଣରେ ଆସୁଥବା ଟ୍ରମ୍ପ କହିଛନ୍ତି ଯେ ଫେସବୁକରେ ଅନୁଗାମୀ ମାମଲାରେ ମୋଦି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ସେ (ଟ୍ରମ୍ପ୍‌) ନିଜେ ଅଛନ୍ତି ବୋଲି ତାଙ୍କୁ ଫେସବୁକର ସି.ଇ.ଓ. ମାର୍କ ଜୁକରବର୍ଗ ସିଧା ସଳଖ କହିଛନ୍ତି ।

‘‘ମୁଁ ଆସନ୍ତା ସପ୍ତାହରେ ଭାରତ ଯାଉଛି, ଏବଂ ଆମେ ଏହି ବିଷୟରେ କଥା ହେଉଛୁ । ଆପଣ ଜାଣିଛନ୍ତି ଯେ ତାଙ୍କ (ଭାରତ) ପାଖରେ ୧.୫ ବିଲିୟନ ଲୋକ ଅଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀ ଫେସବୁକରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଦ୍ୱିତୀୟ ସ୍ଥାନରେ । ଆପଣ ସେ କଥା ଭାବନ୍ତୁ । ଆପଣ ଜାଣନ୍ତି କି ପ୍ରଥମ ସ୍ଥାନରେ କିଏ ଅଛନ୍ତି? ଟ୍ରମ୍ପ୍‌ । ତାହା ଆପଣ ବିଶ୍ବାସ କରନ୍ତି ତ? ପ୍ରଥମ ସ୍ଥାନ । ମୋତେ ଏବେ ଜଣା ପଡ଼ିଲା,’’ ଲାସ ଭେଗାସରେ ହୋପ୍‌ ଫର ପ୍ରିଜନର୍ସର ଗ୍ରାଜୁଏସନ ସେରିମନି ସଭାର ଅଭିଭାଷଣ ପ୍ରାରମ୍ଭରେ କହିଛନ୍ତି ଟ୍ରମ୍ପ ।

ଅଧିକାରିକ ଅନୁମାନ ଅନୁସାରେ ବର୍ତ୍ତମାନ ଭାରତର ଜନସଂଖ୍ୟା ୧.୩ ବିଲିୟନ (୧୩୦ କୋଟି) । ଗୁରୁବାର ଫେସବୁକ୍‌ ପେଜରୁ ଜଣା ପଡ଼ିଛି ଯେ ମୋଦିଙ୍କୁ ୪୪ ମିଲିୟନ (୪.୪ କୋଟି) ଲୋକ ଫଲୋ କରୁଥିବା ବେଳେ ଡ଼ୋନାଲଡ଼ ଟ୍ରମ୍ପଙ୍କୁ ୨୭ ମିଲିୟନ (୨.୭ କୋଟି) ଲୋକ ଫଲୋ କରୁଛନ୍ତି । ଆମେରିକାର ଜନସଂଖ୍ୟା ୩୨୫ ମିଲିୟନ ଅନୁମାନ କରାଯାଇଛି ।

ସମ୍ବୋଧନରେ ଟ୍ରମ୍ପ୍‌ କହିଛନ୍ତି ଯେ ଫେସବୁକରେ ପ୍ରଥମ ସ୍ଥାନରେ ଥିବା ଯୋଗୁ୍ଁ ଜୁକରବର୍ଗଙ୍କ ତାଙ୍କୁ ନିକଟରେ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

‘‘ଫେସବୁକର ମୁଖ୍ୟ ଜୁକରବର୍ଗ ତିନି ସପ୍ତାହ ପୂର୍ବରୁ ଆସିଥିଲେ । ସେ ମୋତେ ଶୁଭେଚ୍ଛା ଜଣାଇଲେ । ମୁଁ ପଚାରିଥିଲି କେଉଁଥି ପାଇଁ? ସେ କହିଥିଲେ ଆପଣ ଫେସବୁକରେ ପ୍ରଥମ ସ୍ଥାନରେ ଅଛନ୍ତି । ମୁଁ କହିଥିଲି, ‘ବାଃ, ଖୁବ୍‌ ଭଲ’’ । ମୁଁ ଟ୍ବିଟରରେ ବି ପ୍ରଥମରେ ଅଛି,’’ ଦର୍ଶକମାନଙ୍କ ହାସ୍ୟରୋଳ ମଧ୍ୟରେ କହିଥିଲେ ଟ୍ରମ୍ପ୍‌ ।

ସେ ପୁଣି କହିଛନ୍ତି: ‘‘ଏହା ସତ୍ୟ । ଯଦି ମୁଁ ପ୍ରଥମରେ ନ ଥାନ୍ତି, ମୁଁ ଏ କଥା କହିପାରି ନ ଥାନ୍ତି, ନହେଲେ ଏଇ କଥାଟା  ବ୍ରେକିଂ ନ୍ୟୁଜ ହେଇ ଥା’ନ୍ତା ଯେ ଟ୍ରମ୍ପ ମିଛ କହିଲେ । ନା, ନା, ମୁଁ ପ୍ରଥମ ସ୍ଥାନରେ ହିଁ ଅଛି ।’’ ସେ ମୋଦିଙ୍କୁ ଏ ବିଷୟରେ ଶୁଭେଚ୍ଛା ବି ଜଣାଇଛନ୍ତି ।

‘‘ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲି । ମୁଁ କହିଥିଲି, ‘କିନ୍ତୁ ଆପଣ ଜାଣନ୍ତି ଯେ ଆପଣଙ୍କ ପାଖରେ (ଭାରତରେ) ୧.୫ ବିଲିୟନ (୧୫୦ କୋଟି) ଲୋକ ଅଛନ୍ତି । ମୋ’ ପାଖରେ (ଆମେରିକାରେ) ୩୫୦ ମିଲିୟନ (୩୫ କୋଟି) ଅଛନ୍ତି । ଆପଣଙ୍କ ପାଇଁ ଟିକେ ସହଜ ହେଉଛି,’’ ମୋଦିଙ୍କ ସହ ଏକ ବାର୍ତ୍ତାଳପ ବିଷୟରେ କହି ନିଜ ସମ୍ବୋଧନରେ କହିଛନ୍ତି ‘ଟ୍ରମ୍ପ୍‌।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସବୁକରେ ଲୋକପ୍ରିୟତାରେ ସେ ନିଜେ ପ୍ରଥମ ଓ ପ୍ରଧାନ ମନ୍ତ୍ରୀ ମୋଦି ଦ୍ବିତୀୟ ବୋଲି ଆଗରୁ ବି କହିଛନ୍ତି । ଗତ ସପ୍ତାହରେ ଟ୍ରମ୍ପ୍‌ ଟ୍ବିଟରରେ ଜୁକରବର୍ଗଙ୍କୁ ଉଦ୍ଧୃତ କରି ସେ ନିଜେ ଫେସବୁକରେ ପ୍ରଥମ ସ୍ଥାନରେ ଅଛନ୍ତି ବୋଲି କହିଥିଲେ ।

ଗତ ମାସ ଦାବୋସରେ ହୋଇଥିବା ୱାର୍ଲଡ଼ ଇକୋନୋମିକ ଫୋରମ ଅବସରରେ CNCB TV କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ: ‘‘ମୁଁ ଫେସବୁକରେ ପ୍ରଥମ ସ୍ଥାନରେ ଅଛି । ଆପଣ ଜାଣନ୍ତି ଦ୍ୱିତୀୟ ସ୍ଥାନରେ କିଏ ଅଛନ୍ତି? ଭାରତର ମୋଦି ।’’ (ପି.ଟି.ଆଇ.)
First published: February 21, 2020, 5:57 PM IST