VIDEO: ମଦ ବୋତଲ ବୋଝେଇ ଟ୍ରକ୍ ଓଲଟିଲା; ପୋଲିସ୍ ମାଡ଼ ସତ୍ତ୍ୱେ ଲୁଟିନେଲେ ଲୋକେ

ଟ୍ରକରେ ବିଦେଶୀ ମଦ ବୋତଲ ସବୁ ଲୋଡ୍ ଥିଲା । ଟ୍ରକର ଚକ ପଙ୍କଚର୍ ହେବା ଯୋଗୁଁ ଏହା ରାସ୍ତାରେ ଓଲଟି ପଡ଼ିଥିଲା ଓ ସବୁ ମଦ ବୋତଲ କ୍ଷେତରେ ପଡ଼ିଯାଇଥିଲା ।

ଲୋକେ ମଦ ବୋତଲ ଲୁଟୁଥିବାର ଏକ ଦୃଶ୍ୟ

ଲୋକେ ମଦ ବୋତଲ ଲୁଟୁଥିବାର ଏକ ଦୃଶ୍ୟ

  • Share this:
News18 Odia Digital

ରାୟପୁର: ରାସ୍ତାରେ ଏକ ମଦ ବୋତଲ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଟ୍ରକରୁ ମଦ ବୋତଲ ଲୁଟିବା ପାଇଁ ସେଠାରେ ସଙ୍ଗେ ସଙ୍ଗେ ଜନସମାଗମ ହୋଇଥିଲା ଓ ଲୋକେ ମଦବୋତଲ ସବୁ ଲୁଟି ନେଇଥିଲେ ।

ଏହି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା ଛତିଶଗଡ଼ର କୱର୍ଦ୍ଧାରେ (Kawardha) । ଟ୍ରକରେ ୨୦୦ କାର୍ଟୁନ୍ ମଦ ବୋତଲ ଲୋଡ୍ ଥିଲା, ଯାହାର ମୂଲ୍ୟ ପାଖପାଖି ୨୦ ଲକ୍ଷ ଟଙ୍କା ଥିଲା । ଟ୍ରକଟି ଓଲଟି ପଡ଼ିବାରୁ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ବୋଲି କୱର୍ଦ୍ଧାର (Kawardha) ଏକ୍ସାଇଜ୍ ଅଫିସର କହିଛନ୍ତି ।

ଦେଖନ୍ତୁ ଭିଡିଓ: (Watch VIDEO)



ଟ୍ରକରେ ବିଦେଶୀ ମଦ ବୋତଲ ସବୁ ଲୋଡ୍ ଥିଲା । ଟ୍ରକଟି ଓଲଟି ପଡ଼ିବା ପରେ ସ୍ଥାନୀୟ ଲୋକେ ସେଠାରେ ଏକତ୍ରିତ ହୋଇ ବୋତଲଗୁଡ଼ି ଉଠାଇ ଦୌଡ଼ି ପଳାଇଯାଇଥିଲେ। ଏହି ସମୟରେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବାଡ଼ିରେ ପିଟି ଘଉଡ଼ାଇବାକୁ ଚେଷ୍ଟା କରିଥିଲା । ହେଲେ ଲୋକେ ସେଥି ପ୍ରତି ଧ୍ୟାନ ଦେଇ ନ ଥିଲେ। ଏହି ଦୁର୍ଘଟଣା ରାୟପୁର-ଜବଲପୁର ଜାତୀୟ ରାଜପଥରେ ମଧ୍ୟରେ ଘଟିଥିଲା ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ଅସରନ୍ତି ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ | ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ସୂଚନା ଅନୁସାରେ ଏକ ମଦ ଦୋକାନକୁ ଯୋଗାଣ ପାଇଁ ଷ୍ଟକ୍ ଟ୍ରକରେ ପଠାଯାଉଥିଲା, କିନ୍ତୁ ଜାତୀୟ ରାଜପଥରେ ଥିବା ରାନୀ ସାଗର ଗ୍ରାମରେ ଟ୍ରକର ଚକ ପଙ୍କଚର୍ ହେବା ଯୋଗୁଁ ଏହା ରାସ୍ତାରେ ଓଲଟି ପଡ଼ିଥିଲା ​​ଓ ସବୁ ମଦ ବୋତଲ କ୍ଷେତରେ ପଡ଼ିଯାଇଥିଲା ।
Published by:Anand Shankar Thankur Das
First published: