ଆସନ୍ତା କାଲି ଜାତୀୟ ଦଳ ଲଞ୍ଚ କରିବେ KCR; ଖୁସିରେ ତାଙ୍କ କର୍ମୀ ବାଣ୍ଟିଲେ ମଦ ସହ କୁକୁଡ଼ା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ ତାଙ୍କର ବହୁ ପ୍ରତିକ୍ଷିତ ଜାତୀୟ ଦଳ ଆସନ୍ତା କାଲି ଦ୍ବିପହର ୧.୧୯ରେ ଶୁଭ ବିଜୟ ଦଶମୀ ଅବସରରେ ଘୋଷଣା କରିବେ।

ଆସନ୍ତା କାଲି ଜାତୀୟ ଦଳ ଲଞ୍ଚ କରିବେ KCR

ଆସନ୍ତା କାଲି ଜାତୀୟ ଦଳ ଲଞ୍ଚ କରିବେ KCR

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ହାଇଦ୍ରାବାଦ: ଆସନ୍ତାକାଲି ତେଲେଙ୍ଗାନା ସିଏମ କେସିଆରଙ୍କ ଦ୍ୱାରା ନ୍ୟାସନାଲ ପାର୍ଟି ଆରମ୍ଭ କରାଯିବ। ଏହାପୂର୍ବରୁ ମଙ୍ଗଳବାର ଦିନ ଟିଆରଏସ ନେତା ରାଜନାଲା ଶ୍ରୀହରି ପାର୍ଟି ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମଦ ବୋତଲ ସହ ଜଅନ୍ତା କୁକୁଡ଼ା ବାଣ୍ଟିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଟିଏମସି ନେତା ତେଲେଙ୍ଗାନା ସିଏମ କେସିଆରଙ୍କ ବଡ଼ ପୋଷ୍ଟର ଲଗାଇଥିଲେ। ଯେଉଁଥିରେ ଫୁଲମାଳ ଲଗାଯାଇଥିଲା। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଶ୍ରୀହରି ବଜାର ମଝିରେ ଠିଆ ହୋଇ ଲୋକଙ୍କୁ କୁକୁଡ଼ା ଓ ମଦ ବୋତଲ ବଣ୍ଟୁଥିବାର ନଜର ଆସୁଛନ୍ତି। ସେପଟେ ଲୋକେ ମଧ୍ୟ କୁକୁଡ଼ା ଓ ମଦ ନେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାର ଦେଖାଯାଇଛନ୍ତି।



ମୁଖ୍ୟମନ୍ତ୍ରୀ ଓ ଟିଆରଏସ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ ତାଙ୍କର ବହୁ ପ୍ରତିକ୍ଷିତ ଜାତୀୟ ଦଳ ଆସନ୍ତାକାଲି ଦ୍ବିପହର ୧.୧୯ରେ ଶୁଭ ବିଜୟ ଦଶମୀ ଅବସରରେ ଘୋଷଣା କରିବେ। ସୂଚନାନୁସାରେ, ଟିଆରଏସର ନାମ ପରିବର୍ତ୍ତନ କରାଯିବ।

ଆସନ୍ତାକାଲି ଅପରାହ୍ନରେ କେସିଆର ଏକ ଉଚ୍ଚ ସ୍ତରୀୟ ପାର୍ଟି ବୈଠକ ମଧ୍ୟ ଡାକିଛନ୍ତି। ଏହି ବୈଠକରେ କ୍ୟାବିନେଟ ସହକର୍ମୀଙ୍କ ବ୍ୟତୀତ ତେଲେଙ୍ଗାନାର ଦଳର ଜିଲ୍ଲା ୟୁନିଟ୍ ମୁଖ୍ୟମାନେ ଯୋଗଦେବେ। ବୁଧବାର ସକାଳ ୧୧ଟାରେ ଦଳ ସବୁ ସ୍ତରରେ ବିଧାୟକ, ସାଂସଦ ଓ କାର୍ଯ୍ୟାଳୟ ଧାରଣକାରୀଙ୍କ ବୈଠକରେ ଆଲୋଚନା କରିବେ।
Published by:Lipina Das
First published: