ତ୍ରିପୁରାର ଅଣ୍ଡର୍-୧୯ ମହିଳା କ୍ରିକେଟର୍ ଆୟନ୍ତୀ ରେଙ୍ଗଙ୍କ ମୃତ ଦେହ ତାଙ୍କ ଘରେ ମିଳିଲା

ଏହି ୧୬ ବର୍ଷୀୟା ଉଦୀୟମାନ କ୍ରିକେଟ୍ ଖେଳାଳି ୧୬ ବର୍ଷରୁ କମ୍ ଥିବା ସମୟରୁ ତ୍ରିପୁରା ରାଜ୍ୟ କ୍ରିକେଟ୍ ଦଳର ଅଂଶ ଥିଲେ । ତାଙ୍କ ଖେଳ ପ୍ରତିଭାରୁ ରାଜ୍ୟ ବହୁତ କିଛି ଆଶା କରୁଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତ୍ରିପୁରାର ଅଣ୍ଡର୍-୧୯ ମହିଳା କ୍ରିକେଟର୍ ଆୟନ୍ତୀ ରେଙ୍ଗଙ୍କ ମୃତ ଦେହ ତାଙ୍କ ଘରେ ମିଳିଲା
ଆୟନ୍ତୀ ରେଙ୍ଗ (ଫେସବୁକ୍)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ତ୍ରିପୁରାର (Tripura) ଅଣ୍ଡର୍‌-୧୯ ମହିଳା କ୍ରିକେଟ୍ ଦଳର ଖେଳାଳି ଆୟନ୍ତୀ ରେଙ୍ଗଙ୍କ (Ayanti Reang) ମୃତ ଦେହ ତାଙ୍କ ବାସଭବନରେ ମିଳିଛି । ପ୍ରାନ୍ତୀୟ ଖବରକାଗଜ 'ସ୍ୟାନ୍ଦାନ୍' ଅନୁଯାୟୀ ଏହି ୧୬ ବର୍ଷିୟା ଖେଳାଳିଙ୍କ ମୃତ ଦେହ ମଙ୍ଗଳବାର ରାତିରେ (ଜୁନ୍ ୧୬) ତାଙ୍କ କୋଠରୀର ଛାତରୁ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଆୟନ୍ତୀଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ଆଧିକାରିକ ସୂଚନା ମିଳି ନାହିଁ । ଚାରି ଭାଇ ଭଉଣୀଙ୍କ ମଧ୍ୟରୁ ସବୁ ଠୁ ସାନ ଆୟନ୍ତୀ ଗତ ବର୍ଷେ ଧରି ତ୍ରିପୁରାର ଅଣ୍ଡର-୧୯ କ୍ରିକେଟ୍‌ ଦଳର ସଦସ୍ୟା ଥିଲେ ଓ U-୨୩ ବୟସ ବର୍ଗରେ ରାଜ୍ୟ ପାଇଁ ଏକ ଟି-୨୦ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳିଥିଲେ ।

ଆୟନ୍ତୀ ତ୍ରିପୁରାର ରାଜଧାନୀ ଅଗରତାଲା (Agartala) ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଉଦୟପୁର ସବ୍-ଡିଭିଜନ୍ ଅନ୍ତର୍ଗତ ତୈନାନି ଗାଁର ରେଙ୍ଗ୍‌ ଜନଜାତିର ଥିଲେ । ତାଙ୍କ ମୃତ୍ୟୁରେ ସମବେଦନା ଜଣାଇ ତ୍ରିପୁରା କ୍ରିକେଟ୍ ଆସୋସିଏସନ୍ ସଚିବ ତିମିର ଚନ୍ଦା କହିଛନ୍ତି ଯେ ରାଜ୍ୟ ଏକ ଆଗକୁ ବଢ଼ୁଥିବା ପ୍ରତିଭା ହରାଇଛି ।

ଆୟନ୍ତୀ ରେଙ୍ଗ (ଫେସବୁକ୍)


‘‘ସେ ୧୬ ବର୍ଷରୁ କମ୍ ଥିବା ସମୟରୁ ହିଁ ରାଜ୍ୟ କ୍ରିକେଟ୍‌ ଦଳର ଅଂଶ ଥିଲେ । ତାଙ୍କ ଖେଳ ପ୍ରତିଭାରୁ ବହୁତ କିଛି ଆଶା କରାଯାଉଥିଲା । ଏହି ଖବର (Ayanti Reang suicide) ଆମକୁ ଗଭୀର ଶୋକରେ ପକାଇ ଦେଇଛି,’’ ଖବର ଏଜେନ୍ସି ପିଟିଆଇକୁ ଚନ୍ଦା ଅଗରତାଲାରୁ କହିଛନ୍ତି ।

ଆୟନ୍ତୀ କୌଣସି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ କି ବୋଲି ପ୍ରଶ୍ନର ଉତ୍ତରରେ ଚନ୍ଦା କହିଛନ୍ତି: ‘‘ସେ ଗତ କ୍ରକେଟ୍‌ ଋତୁ ପର୍ଯ୍ୟନ୍ତ ଖୁବ୍‌ ଭଲ ପ୍ରଦର୍ଶନ କରିଥିଲେ । ତା’ପରେ ଲକଡାଉନ୍‌ ଥିବାରୁ ସବୁ କିଛି ବନ୍ଦ ହୋଇଯାଇଥିଲା । ଆମେ କିଛି ଅନଲାଇନ୍ କ୍ଲାସ୍ କରିଥିଲୁ । ତାଙ୍କକ କୌଣସି ପାରିବାରିକ ସମସ୍ୟା ଥିବା ବିଷୟରେ ଆମେ ଜାଣିନାହୁଁ ।’’

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 17, 2020, 6:18 PM IST
corona virus btn
corona virus btn
Loading