ତ୍ରିପୁରାର ୩ଟି ବିଧାନସଭା ଆସନରେ ଫୁଟିଲା ପଦ୍ମ, କଂଗ୍ରେସକୁ ଗୋଟିଏ!

ତ୍ରିପୁରାର ଚାରିଟି ବିଧାନସଭା ଆସନରେ ଜୁନ୍ ୨୩ ରେ ହୋଇଥିବା ଭୋଟ୍ ଫଳାଫଳ ଘୋଷଣା ହୋଇଛି । ବିଜେପି ୪ଟି ଆସନ ମଧ୍ୟରୁ ୩ଟିରେ ବାଜିମାରିଛି ।

ତ୍ରିପୁରାର ୩ଟି ବିଧାନସଭା ଆସନରେ ଫୁଟିଲା ପଦ୍ମ, କଂଗ୍ରେସକୁ ଗୋଟିଏ

ତ୍ରିପୁରାର ୩ଟି ବିଧାନସଭା ଆସନରେ ଫୁଟିଲା ପଦ୍ମ, କଂଗ୍ରେସକୁ ଗୋଟିଏ

  • Share this:
NEWS 18 ODIA DIGITAL

ଭୁବନେଶ୍ୱର : ତ୍ରିପୁରାର ୩ଟି ବିଧାନସଭା ଆସନରେ ଫୁଟିଲା ପଦ୍ମ, କଂଗ୍ରେସକୁ ଗୋଟିଏ , ଜାଣନ୍ତୁ କିଏ ପାଇଛନ୍ତି କେତେ ଭୋଟ୍ ।

ତ୍ରିପୁରାର ବାର୍ଡ଼ୱାଲି ଆସନରେ ବିଜେପି ମୁଖ୍ୟମନ୍ତ୍ରୀ ମାନିକ୍ ବିପୁଳ ଭୋଟରେ ଜିତିଛନ୍ତି । ସେ ୬୧୪୦ ଭୋଟରେ ଜିତିଛନ୍ତି । ଦେଶର ୩ ଲୋକସଭା ଏବଂ ୭ ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଆଜି ଅର୍ଥାତ୍ ଜୁନ୍ ୨୬ରେ ଭୋଟ୍ ଗଣନା ସକାଳ ୮ ଟାରୁ ଆରମ୍ଭ ହୋଇଥିଲା ।

ଏହି ପର୍ଯ୍ୟାୟରେ, ତ୍ରିପୁରାର ଚାରିଟି ବିଧାନସଭା ଆସନରେ ଜୁନ୍ ୨୩ ରେ ହୋଇଥିବା ଭୋଟ୍ ଫଳାଫଳ ଘୋଷଣା ହୋଇଛି । ବିଜେପି ୪ ଟି ଆସନ ମଧ୍ୟରୁ ୩ ଟିରେ ବାଜିମାରିଛି । ଅନ୍ୟପକ୍ଷରେ କଂଗ୍ରେସ ହାତକୁ ଯାଇଛି ଗୋଟିଏ ଆସନ । ଟିଏମସି ଏହି ଚାରିଟି ଆସନରେ ଚତୁର୍ଥ ସ୍ଥାନରେ ରହିଛି । ତ୍ରିପୁରାର ସହର ବାର୍ଡୱାଲି ଆସନରୁ ବିଜେପି ପ୍ରାର୍ଥୀ ତଥା ସିଏମ ମାନିକ ସାହା ୬୧୦୪ ଭୋଟରେ ଜିତିଛନ୍ତି । ମାଣିକ ସାହା ୧୭୧୮୧ ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ଶାହା ୧୧୦୭୭ ଭୋଟ୍ ପାଇଛନ୍ତି । ଟିଏମସି ପ୍ରାର୍ଥୀ ୯୮୬ ଭୋଟ୍ ପାଇଛନ୍ତି ।

ଅନ୍ୟପକ୍ଷରେ ସୁରମା ବିଧାନସଭା ଆସନରେ ବି ​​ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି । ବିଜେପିର ପ୍ରାର୍ଥୀ ସ୍ଵପ୍ନା ଦାସ (ପାଁଲ) ୧୬୬୭୭ ଭୋଟ୍ ପାଇଛନ୍ତି । ଯେଉଁଠାରେ କଂଗ୍ରେସ ପ୍ରାର୍ଥୀ ପାଇଛନ୍ତି ୮୪୧୫ ଭୋଟ୍ । ଟିଏମସି ପ୍ରାର୍ଥୀ ୧୩୪୧ ଭୋଟ୍ ପାଇଛନ୍ତି । ଅନ୍ୟପକ୍ଷରେ, ଯୁବରାଜନଗର ବିଧାନସଭା ଆସନରେ ଉପ-ନିର୍ବାଚନରେ ​​ସିପିଆଇ (ମାର୍କ୍ସ) ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମଲିନା ଦେବନାଥ ଜିତ୍ ହାସଲ କରିଛନ୍ତି । ମଲିନା ଦେବନାଥଙ୍କୁ ୧୮୭୬୯ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ୧୪୪୦ ଭୋଟ୍ ମିଳିଥିବା ବେଳେ ସିପିଆଇ(ଏମ୍) ୧୪୧୯୭ ଭୋଟ୍ ପାଇଛି । ଟିଏମସିକୁ ମିଳିଛି ୧୦୮୦ ଭୋଟ୍ ।

ସେହିଭଳି ଅଗରତାଲାରେ କଂଗ୍ରେସ ପ୍ରାର୍ଥୀ ବିଜୟ ହାସଲ କରିଛି । ବିଜେପି ପ୍ରାର୍ଥୀ ଅଶୋକ ସିହ୍ନା ପାଇଛନ୍ତି ୧୪୨୬୮ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ସୁଦୀପ ରୟ ବର୍ମନ ୧୭୨୪୧ ଭୋଟ ପାଇଛନ୍ତି । ଟିଏମସିର ପ୍ରାର୍ଥୀ ପନ୍ନା ଦେବଙ୍କୁ ମିଳିଛି ମାତ୍ର ୮୩୦ ଭୋଟ । ଏହି ଚାରୋଟି ବିଧାନସଭାର ଭୋଟ୍ ପ୍ରତିଶତ ବିଷୟରେ କହିବାକୁ ଗଲେ ବିଜେପି ୪୪.୯୦ ପ୍ରତିଶତ ଭୋଟ୍ ପାଇଛି । କଂଗ୍ରେସ ୨୦.୧୦ ପ୍ରତିଶତ ପାଇଥିବାବେଳେ ସିପିଆଇ (ଏମ) ୧୯.୭୫ ପ୍ରତିଶତ ଏବଂ ଟିଏମସି ୨.୮୫ ପ୍ରତିଶତ ଭୋଟ୍ ପାଇଛି ।
Published by:Soubhagya Mishra
First published: