News18 Odia Digital
ଅଗରତାଲା: ତ୍ରିପୁରାରେ ଜଣେ ସିପିଆଇ (ଏମ୍) ବିଧାୟକ ନିଜ ପାଇଁ ଓ ଦଳ ପାଇଁ ଭୀଷଣ ସମାଲୋଚନା ଆକର୍ଷଣ କରିଛନ୍ତି । ଏହି ବାମପନ୍ଥୀ ବିଧାୟକ ତଥା ପୂର୍ବ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଶାସକ ଦଳର ‘‘ଗୁଣ୍ଡାମାନଙ୍କଠାରୁ ନିଜ ଆତ୍ମରକ୍ଷା ପାଇଁ’’ ବାଡି଼ ଓ ଲୁହା ପାଇପ୍ ନିଜ ପାଖରେ ରଖନ୍ତୁ । ଏହା ପରେ ସିପିଆଇ (ଏମ୍) ସ୍ଥାନୀୟ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଉଠାଇବାକୁ ଉତ୍ସାହିତ କରି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି ।
ଲୋକଙ୍କୁ ଏମିତି ଅନୁରୋଧ କରିଥିବା ସିପିଆଇ (ଏମ୍) ବିଧାୟକ ଭାନୁ ଲାଲ୍ ଶାହାଙ୍କ (Bhanu Lal Saha) ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆୟିବା ଉଚିତ ବୋଲି ବିଜେପିର ତ୍ରିପୁରା (Tripura) ରାଜ୍ୟ ୟୁନିଟର ସାଧାରଣ ସମ୍ପାଦିକା ପପିଆ ଦତ୍ତା (Papia Datta) କହିଛନ୍ତି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛି‘‘ସିପିଆଇ (ଏମ୍) ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଉଠାଇବାକୁ କହି ଉତ୍ତେଜିତ କରୁଛି ଓ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏମିତି କହିବା ବେଆଇନ ଓ ଉତ୍ତେଜନାମୂଳକ । ଆମେ ଏମିତି କହୁଥିବା ନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପପିଆ ।

ତ୍ରିପୁରା ମୁଖ୍ୟ ମନ୍ତ୍ରୀ ବିପ୍ଳବ କୁମାର ଦେବ
ଅସଲରେ ମଙ୍ଗଳବାର ଦିନ ଫେସବୁକରେ ଭାନୁ ଲାଲ ଶାହା ଲୋକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ‘‘ଆପଣମାନଙ୍କ ବୟସ ଓ ଲିଙ୍ଗ ଯାହା ହେଉ ନା କାହିଁକି, ଆପଣମାନେ ନିଜ ପାଖରେ ବାଡି ଓ ଲୁହା ପାଇପ୍ ଆଦି ରଖନ୍ତୁ । ତାହେଲେ ଯାଇ ଆପଣମାନେ ସେମାନେ ଫିଙ୍ଗୁଥିବା ଇଟା, ଗୋଇଠା ଓ ପେଟ୍ରୋଲ ବୋମାର ପ୍ରତିରୋଧ କରିପାରିବେ । ଆକ୍ରମଣକାରୀଙ୍କ ସାମନା କରିବା ପାଇଁ ସାହସ ସଂଗ୍ରହ କରନ୍ତୁ । ଆତ୍ମରକ୍ଷା ପାଇଁ ଅସ୍ତ୍ର ଉଠାଇବା ଅପରାଧ ନୁହେଁ । ପ୍ରତିରୋଧ ନ କରି ଜୀବନ ଓ ସମ୍ପତ୍ତି ରକ୍ଷା କରିବା ଅସମ୍ଭବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’‘‘ହେ ଯୁବକମାନେ, ନିଆଁରେ ପରିଣତ ହୁଅ। ଶହ ଶହ ହଜାର ହଜାର ସଂଖ୍ୟାରେ ଯୁବକମାନେ ପ୍ରସ୍ତୁତ ହେବା ଉଚିତ । ସାହସ ସହିତ ଶାସକ ଦଳର ଗୁଣ୍ଡାମାନଙ୍କୁ ପ୍ରତିରୋଧ କର । ସ୍ଥାନୀୟ ଲୋକଙ୍କ ସହ ଯୋଗ ଦିଅ ଓ ଦାୟିତ୍ୱ ଗ୍ରହଣ କର,’’ ସେ ଆହୁରି କହିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀ… ‘ୟାସ୍’ ବାତ୍ୟା ପୂର୍ବରୁ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କେମିତି ସ୍ଥାନାନ୍ତର କରାଗଲାପପିଆ ଦତ୍ତା ଦାବି କହିଛନ୍ତି ଯେ ୨୫ ବର୍ଷ ଧରି ରାଜ୍ୟରେ “ହିଂସା ଓ ଆତଙ୍କ”ସୃଷ୍ଟି କରିଥିବା ସିପିଆଇ (ଏମ୍) ଏବେ ସେହି ସମାନ କୌଶଳ ପ୍ରୟୋଗ କରି କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଶିକ୍ଷକ ଭାବରେ କାର୍ଯ୍ୟ କରିଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଏପରି ବିବୃତ୍ତି ଆସିବା ‘‘ଅସମ୍ମାନଜନକ ଓ ଅନ୍ୟାୟପୂର୍ଣ୍ଣ’’ ।
ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ ନାଚିଲେ ନାଗୁଣୀ ନାଚ; ପୋଲିସ୍ ମାମଲା ରୁଜୁ କଲାପପିଆ ଦତ୍ତା ଆହୁରି କହିଛନ୍ତି ଯେ ରାଜ୍ୟରେ ବିଜେପି-ଆଇ.ପି.ଏଫ୍.ଟି. ସରକାର (Tripura BJP-IPFT government) କରୋନା ଭାଇରସ୍ ମହାମାରୀ ସହ ଲଢୁଥିବା ବେଳେ ଓ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସବୁ ଉଦ୍ୟମ କରୁଥିବା ବେଳେ ବିରୋଧୀ ଦଳ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ‘‘ମୁଖ୍ୟ ମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ (Biplab Kumar Deb) ନେତୃତ୍ୱରେ ରାଜ୍ୟ ସରକାର ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ପ୍ରାୟ ସାତ ଲକ୍ଷ ଗରିବ ପରିବାରକୁ ଦୁଇ ମାସ ପାଇଁ ରେସନ୍ ଦିଆଯାଇଛି ଓ ୧,୦୦୦ ଟଙ୍କାର ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର କରାଯାଇଛି । ସରକାର ଅନାଥ ପିଲାମାନଙ୍କ ଶିକ୍ଷା ପାଇଁ ଅର୍ଥ ସାହାଯ୍ୟ ବି ଦେଉଛନ୍ତି,’’ କହିଛନ୍ତି ପପିଆ ।
ସେ ଆହୁରି କହିଛନ୍ତି ଯେ ବିରୋଧୀ ଦଳ ସିପିଆଇ (ଏମ୍) ଶାସକ ବିଜେପିର କାର୍ଯ୍ୟକର୍ତ୍ତା ତଥା କର୍ମୀମାନେ ସେମାନଙ୍କ କ୍ୟାଡର ଉପରେ ଆକ୍ରମଣ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରି ରାଜ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।