Tripura Assembly Polls: ତ୍ରିପୁରାରେ ମତଦାନ ଜାରି; ୬୦ ଆସନ ପାଇଁ ହେବ ଭୋଟ ଗ୍ରହଣ

Tripura Assembly Polls: ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛି ତ୍ରିପୁରା । ମୋଟ ୩ ହଜାର ୩୨୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।

ତ୍ରିପୁରାରେ ମତଦାନ ଜାରି

ତ୍ରିପୁରାରେ ମତଦାନ ଜାରି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅଗରତାଲା: ଆଜି ସକାଳ ୭ଟାରେ ୬୦ ଆସନବିଶିଷ୍ଟ ତ୍ରିପୁରା ବିଧାନସଭା(Tripura Assembly Poll) ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଅଗରତାଲା ଆସନରେ ଶାସକ ‘ବିଜେପି’ର ପ୍ରାର୍ଥିନୀ ପପିୟା ଦତ୍ତ କଂଗ୍ରେସ ପ୍ରାର୍ଥୀ ସୁଦୀପ୍ତ ରାୟ ବର୍ମନ୍‌ଙ୍କ ସହିତ ନିର୍ବାଚନ ଲଢୁଛନ୍ତି।

ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛି ତ୍ରିପୁରା । ମୋଟ ୬୦ ଆସନ ପାଇଁ କଡା ସୁରକ୍ଷାରେ ୩ ହଜାର ୩୨୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସେଥି ମଧ୍ୟରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଛି । ତ୍ରିପୁରାର ୨୮ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରା ଜନାଦେଶ କାହାକୁ ମିଳୁଛି । ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେଉଛି । ବିଜେପି ଓ ଆଇପିଏଫଟି, କଂଗ୍ରେସ ଓ ବାମ ଦଳ ମେଣ୍ଟ ସହ ଆଞ୍ଚଳିକ ଦଳ ଟିପରା ମୋଥା ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

ମୋଟ ୬୦ ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ସହ ମେଣ୍ଟରେ ଥିବା ଇଣ୍ଡିଜେନିଅସ ପିପୁଲସ ଫ୍ରଣ୍ଟ ଅଫ ତ୍ରିପୁରା ବା ଆଇପିଏଫଟି ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମେଣ୍ଟରେ ଥିବା ସିପିଆଇ, ଆରଏସପି ୪୭ଟି ଆସନରେ ଲଢେଇ କରୁଛନ୍ତି । ସେହିପରି ଆଞ୍ଚଳିକ ଦଳ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଦେଶର ନିର୍ବାଚନରେ ତ୍ରିପୁରା ହେଉଛି ପ୍ରଥମ ରାଜ୍ୟ। ଏହାଛଡ଼ା, ଚଳିତ ଫେବ୍ରୁଆରି ୨୭ରେ ନାଗାଲାଣ୍ଡ୍‌ ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ।
Published by:Soumya Das
First published: