ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା

VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା

Tribal man tied, dragged behind pick-up truck, dies, video viral | ଏହି ନିନ୍ଦନୀୟ ଓ ଜଘନ୍ୟ ଘଟଣାର ଅଭିଯୁକ୍ତମାନେ ନିଜେ ହିଁ ପୋଲିସକୁ ଏହି ଘଟଣାର ସୂଚନା ଦେଇଥିଲେ । ସେମାନେ ଜଣେ ଚୋରକୁ ଧରିଛନ୍ତି ବୋଲି ପୋଲିସକୁ କହିଥିଲେ । ଭାଇରାଲ୍ ଭିଡିଓ ସାମନାକୁ ଆସିବା ପରେ ସତ୍ୟ ପ୍ରକାଶ ପାଇଥିଲା ।

VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା
ଭାଇରାଲ୍ ଭିଡିଓରୁ ଦୁଇଟି ଦୃଶ୍ୟ
  • News18 Odia
  • Last Updated: August 29, 2021, 8:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଦୟତା ଓ ନୃଶଂସତାର ସୀମା ବାହାରେ ଥିଲା ଏହି ଘଟଣା । ଜଣେ ଆଦିବାସୀ ଯୁବକଙ୍କ ଉପରେ କିଛି ଲୋକ ମିଶି ଏମିତି ବର୍ବର ଢଙ୍ଗରେ ଅତ୍ୟାଚାର କଲେ ଯେ ତାଙ୍କର ମୃତ୍ୟୁ ହୋଇଗଲା । ତାଙ୍କୁ ବାଡ଼ିରେ ପିଟିବା ପରେ ଏକ ଚଳନ୍ତା ଟ୍ରକ୍‌ ପଛରେ ଦଉଡ଼ିରେ ବାନ୍ଧି ଛାଡ଼ିଦେଲେ । ଏହି ଘଟଣାର ଭିଡିଓ ଭାଇରାଲ୍‌ ହେଉଛି ଓ ଏମିତି କୁକର୍ମ ଖିଲାପରେ ଦେଶ ସାରା ସ୍ୱର ଉତ୍ତୋଳିତ ହେଉଛି ।

ଏହି ନିନ୍ଦନୀୟ ଓ ଜଘନ୍ୟ କାଣ୍ଡ ଘଟିଛି ମଧ୍ୟ ପ୍ରଦେଶର ନୀମଚରେ (Madhya Pradesh tribal lynching video)। ସେଠାରେ ଏକ ସାମାନ୍ୟ ବିବାଦ ପରେ କିଛି ଲୋକ ପ୍ରଥମେ ସେହି ଆଦିବାସୀ ଯୁବକଙ୍କୁ ଖୁବ୍‌ ପିଟିବା ପରେ ଏକ ଦଉଡ଼ିରେ ତାଙ୍କୁ ବାନ୍ଧି ଗୋଟେ ଚଳନ୍ତା ଟ୍ରକ୍‌ ପଛରେ ଟାଙ୍ଗିଦେଇଥିଲେ । ଚିକିତ୍ସା ସମୟରେ ଆହତ ଯୁବକଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

ନ୍ୟୁଜ୍ ଏଜେନ୍ସି ANI ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରିପୋର୍ଟ ଦେଇ ଲେଖିଛି ଯେ ଜଣେ ବ୍ୟକ୍ତିଙ୍କୁ ଚୋରୀ ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଛି । ଏହି ଘଟଣା ଉପରେ ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗୋଟିଏ ଗାଡି଼ ପଛରେ ବାନ୍ଧି ଟାଣି ଟାଣି ନିଆଯାଇଥିଲା । ଏହି ମାମଲାରେ ଆଠ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ବାକି ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

ସୋସିଆଲ୍ ମିଡ଼ିଆରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।


ଏହି ଘଟଣାର ଭିଡିଓ ସୋସିଆଲ ମିଡି଼ଆରେ ଭୟଙ୍କର ଭାବେ ଭାଇରାଲ ହେବାରେ ଲାଗିଥିଲା (viral video of Madhya Pradesh tribal lynching)। ଏହି ପ୍ରସଙ୍ଗରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ (Kamal Nath) ସେଠାକାର ଶିବରାଜ ସିଂ ଚୌହାନଙ୍କ (Shivraj Singh Chauhan) ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ସମାଲୋଚନା କରି ରାଜ୍ୟରେ କ’ଣ ଚାଲିଛି ବୋଲି ପ୍ରଶ୍ନ ପଚାରିଛନ୍ତି । ସେ ଏହି ଘଟଣାର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ।

ଏହା ବି ପଢ଼ନ୍ତୁ | ଖୋର୍ଦ୍ଧାରେମାନବବାଦ ସଙ୍ଗଠନ ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍ହେଲା

ଏଇଠି ଦେଖନ୍ତୁ ସେହି ଦୁଃଖଦ ଭାଇରାଲ୍‌ ଭିଡିଓ:



ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମୃତ୍ୟୁ ବରଣ କରିଥିବା ଆଦିବାସୀ ଯୁବକଙ୍କ ନାମ ହେଉଛି କହ୍ନୈୟା ଲାଲ୍‌ ଭୀଲ୍‌ । ସେ ତାଙ୍କର ଜଣେ ସାଙ୍ଗ ସହ କାଲାନ ଗାଁ ଦେଇ ଯାଉଥିଲେ । ସେତିକି ବେଳେ ଗୁର୍ଜର୍‌ ସମାଜର ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ବାଇକର ସାମାନ୍ୟ ଧକ୍କା ହୋଇଥିଲା । ତା’ପରେ ଗୁର୍ଜର୍‌ ସମାଜର ଲୋକେ ଏହି ଆଦିବାସୀ ଯୁବକ ଦ୍ୱୟଙ୍କୁ ବାଡ଼ି଼ରେ ପିଟିଥିଲେ । ତା’ପରେ କୃରତାର ସବୁ ସୀମା ଅତିକ୍ରମ କରି ସେମାନେ ଆଦିବାସୀ ଯୁବକ ଦୁଇ ଜଣଙ୍କୁ ଗୋଟି ଦଉଡ଼ିରେ ଗୋଟେ ପିକ୍‌-ଅପ୍ ଟ୍ରକ୍‌ ପଛରେ ବାନ୍ଧି ବହୁ ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲେ । ଏହି ଘଟଣା ଘଟୁଥିବା ବେଳେ ସେମାନେ ନିଜେ ଏହାର ଏକ ଭିଡିଓ ବନାଇଥିଲେ ।

ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ

ଏହି ଘଟଣା ଅଗଷ୍ଟ ୨୬ ତାରିଖର ବୋଲି କୁହାଯାଉଛି । ଏହି ମାମଲାରେ ପୋଲିସ ଆଯ ଜଣଙ୍କ ନାମରେ ଏତାଲା ଦେଇଛି । ଚିତ୍ରରାମ ଗୁର୍ଜର ଓ ମହେନ୍ଦ୍ର ଗୁର୍ଜର ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣା ସମୟରେ ପିକ୍‌-ଅପ୍ ଟ୍ରକ୍‌ ଚଳାଉଥିବା ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । ଖୁବ୍‌ ଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ନିଜେ ହିଁ ପୋଲିସକୁ ଏହି ଘଟଣାର ସୂଚନା ଦେଇଥିଲେ । ସେମାନେ ଆହତ ହୋଇଥିବା ଜଣେ ଚୋରକୁ ଧରିଛନ୍ତି ବୋଲି ପୋଲିସକୁ କହିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଆଦିବାସୀ ଯୁବକ କହ୍ନୈୟା ଲାଲ୍‌ ଭୀଲଙ୍କୁ ନୀମଚ୍‌ ଡାକ୍ତରଖାନାକୁ ନେଇଥିଲା । ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।



ତା’ ପରେ ଭାଇରାଲ ଭିଡିଓ ସାମନାକୁ ଆସିବା ପରେ ସତ୍ୟ ପ୍ରକାଶ ପାଇଥିଲା । ପୋଲିସ ଅଧିକାରୀମାନେ ଚକିତ ହୋଇଥିଲେ ଯେ ସେହି ଆଦିବାସୀ ଯୁବକଙ୍କ ହାତ ଓ ଗୋଡ଼ ବାନ୍ଧି ରାସ୍ତାରେ ଚଳନ୍ତା ଟ୍ରକ୍‌ ସାହାଯ୍ୟରେ ଟାଣି ଟାଣି ନିଆଯାଇଥିଲା ।
Published by: Anand S.T. Das
First published: August 28, 2021, 11:27 PM IST