ନୟାଗଡ଼ରେ ଖୋଲିଲା ଟ୍ରେଣ୍ଡସ୍ ମ୍ୟାନ୍‌ ନୂଆ ଷ୍ଟୋର୍

ନୟାଗଡ଼ ସହରର ଗ୍ରାହକମାନେ ଏଠାରୁ ଟ୍ରେଣ୍ଡି ମେନ୍ସ ୱିୟର ଅତି ସ୍ୱତନ୍ତ୍ର ମୂଲ୍ୟରେ କିଣିବା ସହିତ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ ।

ନୟାଗଡ଼ରେ ଖୋଲିଲା ଟ୍ରେଣ୍ଡସ୍ ମ୍ୟାନ୍‌ ନୂଆ ଷ୍ଟୋର୍

ନୟାଗଡ଼ରେ ଖୋଲିଲା ଟ୍ରେଣ୍ଡସ୍ ମ୍ୟାନ୍‌ ନୂଆ ଷ୍ଟୋର୍

  • News18 Odia
  • Last Updated :
  • Nayagarh, India
  • Share this:
News 18 Odia Digital

ନୟାଗଡ଼;  ଟ୍ରେଣ୍ଡ୍‌ସ ମ୍ୟାନ୍ ପକ୍ଷରୁ ଓଡ଼ିଶାର ନୟାଗଡ଼ ସହରରେ ନୂଆ ମ୍ୟାନ୍ ଷ୍ଟୋର୍ ଖୋଲାଯାଇଛି । ଏଠାରେ କେବଳ ପୁରୁଷ ଫେସନ୍ ସାମଗ୍ରୀ ଉପଲବ୍ଧ କରାଯାଇଛି । ଭାରତରେ ଟ୍ରେଣ୍ଡ୍‌ସ ପ୍ରକୃତରେ ଫେସନକୁ ସବୁ ଲୋକଙ୍କ ନିକଟରେ ପହଞ୍ଚାଇଛି ।

ଭାରତରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର୧, ୨ ସହର ଏବଂ ତାଠାରୁ ଆଗକୁ ଯାଇ ନିଜର ଶାଖାକୁ ବିସ୍ତାର କରିବା ସହିତ ଗ୍ରାହକଙ୍କ ସହିତ ଯୋଡ଼ି ହୋଇଛି । ଟ୍ରେଣ୍ଡ୍‌ସ ମ୍ୟାନ୍ ପୁରୁଷ ଲୋକଙ୍କ ପ୍ରିୟ ଫେସନ୍ ସପିଂ ସ୍ଥାନରେ ପରିଣତ ହୋଇଛି ।

ନୟାଗଡ଼ରେ ଟ୍ରେଣ୍ଡ୍‌ସ ମ୍ୟାନ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ନୟାଗଡ଼ ସହରର ଗ୍ରାହକମାନେ ଏଠାରୁ ଟ୍ରେଣ୍ଡି ମେନ୍ସ ୱିୟର ଅତି ସ୍ୱତନ୍ତ୍ର ମୂଲ୍ୟରେ କିଣିବା ସହିତ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ ।

୧୭୪୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି ସ୍ୱତନ୍ତ୍ର ମ୍ୟାନ ଷ୍ଟୋର ନୟାଗଡ଼ରେ ପ୍ରଥମ ଷ୍ଟୋର । ଗ୍ରାହକଙ୍କୁ ଉଚ୍ଚମାନର ଫେସନ ଚମତ୍କାର ମୂଲ୍ୟରେ ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ଲଂଚ୍ ଅଫର ମଧ୍ୟ ରହିଛି । କେତେକ ବଛାବଛା ସାମଗ୍ରୀ ୨୯୯୯ ଟଙ୍କାର ସପିଂ କରିଲେ ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସଂପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି କରିଲେ ଗ୍ରାହକ ୧୫୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ ।

ତେଣୁ ଫେସନ ସାମଗ୍ରୀ କିଣାକିଣିର ମଜାଦାର ଅଭିଜ୍ଞତା ନୟାଗଡ଼ରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ମ୍ୟାନ ଷ୍ଟୋରକୁ ଆସି ଗ୍ରାହକମାନେ ନେଇପାରିବେ ।
Published by:Soubhagya Mishra
First published: