News18 Odia Digital
ଭୁବନେଶ୍ୱର : ଓଡ଼ିଶାର ସମ୍ବଲପୁର ସହରରେ ଟ୍ରେଣ୍ଡ୍ସ ମ୍ୟାନ୍ ଏବଂ କେନ୍ଦ୍ରାପଡ଼ା ସହରରେ ଟ୍ରେଣ୍ଡ୍ସ ଓମ୍ୟାନ୍ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋର୍ ଦ୍ୱୟରେ ଯଥାକ୍ରମେ ପୁରୁଷ ଏବଂ ମହିଳାଙ୍କ ପାଇଁ ବ୍ୟାପକ ବର୍ଗର ଫ୍ୟାଶନ ପୋଷାକ ଉପଲବ୍ଧ କରାଯାଇଛି ।
ଟ୍ରେଣ୍ଡ୍ସ ମ୍ୟାନ୍ ଓ ଟ୍ରେଣ୍ଡ୍ସ ଓମ୍ୟାନ୍ ଏହାର ଶାଖା ସଂଖ୍ୟା ବିସ୍ତାର କରିବା ସହ ଗ୍ରାହକଙ୍କ ନିକଟରେ ପହଞ୍ଚି ବାସ୍ତବରେ ଭାରତର ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ଼ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି ।
ସମ୍ବଲପୁର ସହରର ଟ୍ରେଣ୍ଡ୍ସ ମ୍ୟାନ୍ ଓ କେନ୍ଦ୍ରାପଡ଼ା ସହରର ଟ୍ରେଣ୍ଡ୍ସ ଓମ୍ୟାନ୍ ଷ୍ଟୋର୍ ଦ୍ୱୟରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି । ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋର ଦୁଇଟିକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ଉପରୋକ୍ତ ଦୁଇ ସହରର ଗ୍ରାହକମାନେ ଏବେ ଯଥାକ୍ରମେ ଟ୍ରେଣ୍ଡି ମେନ୍ସ ଏବଂ ଟ୍ରେଣ୍ଡି ଓମେନ୍ସ ୱିୟର ସ୍ୱତନ୍ତ୍ର ମୂଲ୍ୟରେ ପାଇବା ସହିତ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ ।
ପଢନ୍ତୁ ଏହି ଖବର :
୩୦ ବର୍ଷରେ ଏହି ଝିଅଙ୍କର ଭାଙ୍ଗିଗଲା ସବୁ ଦାନ୍ତ; କାହିଁକି ଏପରି ଘଟିଲା ଜାଣିଛନ୍ତି କି ?୧୫୦୦ ବର୍ଗଫୁଟ ବିଶିଷ୍ଟ ସ୍ୱତନ୍ତ୍ର ମ୍ୟାନ୍ ଓ ଓମ୍ୟାନ୍ ଷ୍ଟୋର୍ ଯଥାକ୍ରମେ ସମ୍ବଲପୁର ଏବଂ କେନ୍ଦ୍ରାପଡ଼ା ସହରରେ ପ୍ରଥମ । ଷ୍ଟୋର ଦୁଇଟିରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି । ୨୯୯୯ ଟଙ୍କାର କିଣାକିଣି କରିଲେ ବଛାବଛା ସାମଗ୍ରୀରେ ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସଂପୂର୍ଣ୍ଣ ମାଗଣାରେ ମିଳିବ । କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ ।
ପଢନ୍ତୁ ଏହି ଖବର :
ଅବକାରୀ ଦୁର୍ନୀତି ମାମଲା; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ CBIର ସମନତେଣୁ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୂତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ସମ୍ବଲପୁର ସିଟି ସେଂଟର ମଲ୍ରେ ଖୋଲିଥିବା ଟ୍ରେଣ୍ଡ୍ସ ମ୍ୟାନ୍ ଓ କେନ୍ଦ୍ରାପଡ଼ା ସହରରେ ଖୋଲିଥିବା ଟ୍ରେଣ୍ଡ୍ସ ଓମ୍ୟାନ୍ ଷ୍ଟୋର୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।