News18 Odia Digital
ନୂଆ ଦିଲ୍ଲୀ: ଏବେ ଲୋକେ ଶସ୍ତା ଦରରେ ଏସି ଟ୍ରେନରେ (AC Train) ଯାତ୍ରା କରିବାର ସୁବିଧା ପାଇବେ । ସାଧାରଣ AC3 ଟାୟାର୍ କୋଚ୍ ତୁଳନାରେ AC3 ଇକୋନୋମି କ୍ଲାସ୍ (AC3 Economy Class) କୋଚଗୁଡିକରେ ଯାତ୍ରା ଶସ୍ତା ହେବାକୁ ଯାଉଛି । ଭାରତୀୟ ରେଳବାଇ (Indian Railways) ନୂଆ ଏସି-3 ଇକୋନୋମି ଶ୍ରେଣୀ ପାଇଁ ଭଡ଼ା ସ୍ଥିର କରିଛି । ସୂଚନା ଅନୁସାରେ ଏହାର ଭଡା ଏସି-3 ଶ୍ରେଣୀର ଭଡ଼ାଠାରୁ ୮ ପ୍ରତିଶତ କମ୍ ହେବ ।
ଗରିବ ରଥ ଟ୍ରେନଗୁଡ଼ିକରେ ବି ଲାଗିବ ଏସି୩ ଇକୋନୋମି କୋଚ୍AC3 ଇକୋନୋମି ଶ୍ରେଣୀ କୋଚଗୁଡ଼ିକରେ କିଛି ବିଶେଷ ସୁବିଧା ରଖାଯାଇଛି । ରେଳବାଇ ଏଭଳି କୋଚଗୁଡ଼ିକୁ ଟ୍ରେନରେ ଲଗାଇବାକୁ ଯାଉଛି । ଏଥି ପାଇଁ ଟ୍ରେନଗୁଡ଼ିକରେ ସ୍ଲିପର୍ ଶ୍ରେଣୀର କୋଚ୍ ସଂଖ୍ୟା କମ୍ କରାଯିବ । ଭବିଷ୍ୟତରେ ଗରିବ ରଥ ଟ୍ରେନଗୁଡ଼ିକରେ ବି କେବଳ ଏସି-3 ଇକୋନୋମି କୋଚ୍ ବ୍ୟବହାର କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ସ୍ଲିପର୍ କ୍ଲାସ୍ ଯାତ୍ରୀମାନଙ୍କୁ କମ୍ ଦରରେ ଏସି କ୍ଲାସରେ ଯାତ୍ରା କରିବାର ସୁଯୋଗ ଦେବା ।
ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲାକପୁରତାଲାରେ ଥିବା ରେଳ କୋଚ୍ କାରଖାନାରେ AC3 ଇକୋନୋମି କ୍ଲାସର ୫୦ଟି କୋଚ୍ ତିଆରି କରାଯାଇଛି । ଏହି କୋଚଗୁଡିକୁ ଦେଶର ବିଭିନ୍ନ ରେଳ ଜୋନକୁ ପଠାଯାଇଛି । ସେଗୁଡ଼ିକୁ ବିଭିନ୍ନ ଟ୍ରେନରେ ଲଗାଇବା ପାଇଁ ବର୍ତ୍ତମାନ ଏକ ଯୋଜନା ପ୍ରସ୍ତୁତ ହେଉଛି । ରେଳବାଇ ଚଳିତ ବର୍ଷ ଏସି-3 ଇକୋନୋମି କ୍ଲାସର ୮୦୦ଟି କୋଚ୍ ତିଆରି କରିବାକୁ ଯାଉଛି । ସେଥି ମଧ୍ୟରୁ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଚେନ୍ନାଇରେ ୩୦୦ଟି କୋଚ୍, ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି ରାଏବରେଲିରେ ୨୮୫ଟି କୋଚ୍ ଓ ରେଳ କୋଚ୍ କାରଖାନା କପୁରତାଲାରେ ୧୭୭ଟି କୋଚ୍ ତିଆରି କରାଯିବ ।
ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତଏସି ୩ ଟାୟାର୍ (AC3 Tier) ଇକୋନୋମି କ୍ଲାସରେ ୮୩ଟି ବର୍ଥ ରହିବ । ଏଥି ପାଇଁ ସାଇଡରେ ଦୁଇଟି ଜାଗାରେ ୩ଟି ବର୍ଥ ଲଗାଯାଇଛି, ଯଦିଓ AC3ରେ ୭୨ଟି ବର୍ଥ ରହେ । ଅର୍ଥାତ୍ AC3 ତୁଳନାରେ AC-3 ଇକୋନୋମି କ୍ଲାସରେ ପ୍ରାୟ ୧୫ ପ୍ରତିଶତ ଅଧିକ ବର୍ଥ ଅଛି । ଏହାର ଅର୍ଥ ହେଉଛି ଏହା ଯେ ରେଳବାଇ ଏସି-3 ଇକୋନୋମି କ୍ଲାସ୍ କୋଚରୁ ଅଧିକ ଲାଭ କରିବାକୁ ଯାଉଛି ।

AC3 ଇକୋନୋମି କ୍ଲାସ୍ କୋଚ୍ ଭିତରର ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ସମୟରେ ବି ପାର୍ଶ୍ୱରେ ଥିବା ତିନିଟି ବର୍ଥ ସହିତ ଗରିବ ରଥ ଟ୍ରେନ୍ ଆରମ୍ଭ ହୋଇଥିଲା । ତେବେ ଗରିବ ରଥ ଟ୍ରେନର ଭଡ଼ା AC3 ଭଡାଠାରୁ ୧୫ ପ୍ରତିଶତ କମ୍ ରଖାଯାଇଥିଲା । ଦେଶରେ ଏବେ ବି ୨୬ଟି ଗରିବ ରଥ ଟ୍ରେନ୍ ଅପ୍ ଡାଉନ୍ ଚାଲିଛି । ଅର୍ଥାତ୍ ସମୁଦାୟ ୫୨ଟି ଗରିବ ରଥ ଟ୍ରେନ୍ ଏବେ ସେବାରେ ଅଛି । ଏହି ଟ୍ରେନଗୁଡ଼ିକ ପାଇଁ ରେଳବାଇରେ ୨୫ଟି ରେକ୍ ଅଛି । ରେଳବାଇ ଏହି ରେକଗୁଡିକୁ ଗୋଟିଏ ପରେ ଗୋଟିଏ ହଟାଇବାକୁ ଓ ସେମାନଙ୍କ ସ୍ଥାନରେ AC-3 ଇକୋନୋମି କୋଚ୍ ଲଗାଇବାକୁ ଯୋଜନା କରିଛି । ଯଦି ସେହି ଟ୍ରେନଗୁଡିକରେ ବି AC-3 ଇକୋନୋମି କ୍ଲାସ୍ ଭଡ଼ା ଲାଗୁ କରାଯାଏ, ତେବେ ଆଗାମୀ ସମୟରେ ଗରିବ ରଥ ଟ୍ରେନର ଭଡ଼ା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତଏସି-୩ କ୍ଲାସରେ ହିଁ ରେଳବାଇକୁ ଲାଭ ହୁଏସୂତ୍ରଙ୍କ ଅନୁଯାୟୀ କେବଳ AC କ୍ଲାସରୁ ହିଁ ରେଳବାଇକୁ ଲାଭ ମିଳେ । ସାଧାରଣତଃ ରେଳବାଇ AC3 କ୍ଲାସରୁ ୭ ପ୍ରତିଶତ ଲାଭ ପାଇଥାଏ । ରେଳବାଇ ସବର୍ବାନ ଟ୍ରେନଗୁଡିକରେ ୬୪ ପ୍ରତିଶତ କ୍ଷତି ସହେ । ଅଣ-ସବର୍ବାନ୍ ଟ୍ରେନଗୁଡିକର କୋଚ୍ ଉପରେ ୪୦ ପ୍ରତିଶତ କ୍ଷତି ହୋଇଥାଏ ।
ରେଳବାଇକୁ ଏସି-୧ରେ ପ୍ରାୟ ୨୪ ପ୍ରତିଶତ କ୍ଷତି, ଏସି-୨ରେ ପ୍ରାୟ ୨୭ ପ୍ରତିଶତ କ୍ଷତି, ସ୍ଲିପର୍ କ୍ଲାସରୁ ପ୍ରାୟ ୩୪ ପ୍ରତିଶତ କ୍ଷତି ଓ ଚେୟାର କାରରୁ ପ୍ରାୟ ୧୬ ପ୍ରତିଶତ କ୍ଷତି ହୋଇଥାଏ । ଏହାର ଅର୍ଥ ହେଉଛି ରେଳବାଇ କେବଳ ଏସି-୩ ଶ୍ରେଣୀର ଯାତ୍ରୀମାନଙ୍କୁ ପରିବହନ କରି ଲାଭବାନ ହୁଏ । ତେଣୁ ଏସି କୋଚ୍ ବୃଦ୍ଧି କଲେ ରେଳବାଇର କ୍ଷତି ହ୍ରାସ ପାଇବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।