ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅତ୍ୟଧିକ ଅବସାଦ ଯୋଗୁଁ ଜୀବନ ହାରିଲେ କିନ୍ନର ପଲକ୍‌; ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

ଅତ୍ୟଧିକ ଅବସାଦ ଯୋଗୁଁ ଜୀବନ ହାରିଲେ କିନ୍ନର ପଲକ୍‌; ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

୨୬ ବର୍ଷୀୟ ପଲକ୍‌ ଗତ ୮ ବର୍ଷ ତଳେ ମନ୍ଦିରରେ ବିବାହ କରିଥିଲେ । ତା’ ପୂର୍ବରୁ ସେ ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ କରାଇଥିଲେ ଓ ବନିଥିଲେ ଜଣେ ମହିଳା । ନିଜ ସ୍ବାମୀଙ୍କ ସହ ଏକାଠି ରହୁଥିବା ବେଳେ ହଠାତ୍‌ ତାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ମଧ୍ୟ ପ୍ରଦେଶ ପୋଲିସ ।

ଅତ୍ୟଧିକ ଅବସାଦ ଯୋଗୁଁ ଜୀବନ ହାରିଲେ କିନ୍ନର ପଲକ୍‌; ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ
ପ୍ରତୀକାତ୍ମକ ଚିତ୍ର
  • News18 Odia
  • Last Updated: January 6, 2020, 10:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇନ୍ଦୋର: ମଧ୍ୟ ପ୍ରଦେଶର ଇନ୍ଦୋରରେ ଏକ ଘରୁ ଜଣେ ବିବାହିତା କିନ୍ନରଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର ପୂରା କାରଣ ଖୋଜିବାକୁ ପୋଲିସ ତଦନ୍ତ ଚ଼ଳାଇଥିବା ବେଳେ ଅତ୍ୟଧିକ ଅବସାଦ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବା କହିଛି ।

୨୬ ବର୍ଷୀୟ ପଲକ୍‌ ଗତ ୮ ବର୍ଷ ତଳେ ମନ୍ଦିରରେ ବିବାହ କରିଥିଲେ । କିନ୍ନର ପଲକ୍‌ ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ କରାଇଥିଲେ । ପରେ ସେ ବନିଥିଲେ ଜଣେ ମହିଳା । ତାଙ୍କ ସ୍ବାମୀଙ୍କ ସହ ଏକାଠି ରହୁଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ନେଇ କାରଣ ଖୋଜୁଛି ପୋଲିସ ।

ସବ୍‌ ଇନ୍ସିପେକ୍ଟର ସୁରେଶ ବଙ୍କର ପିଟିଆଇକୁ ସୂଚନା ଦେଇ କହିଛନ୍ତି, ‘ଇନ୍ଦୋରର ଚନ୍ଦନନଗର ଅଞ୍ଚଳରୁ ଶନିବାର ରାତିରେ ପୋଲିସ ମୃତଦେହ ଉଦ୍ଧାର କରିଛି’ ।

ପୋଲିସ ଏକଥା ମଧ୍ୟ କହିଛି, ‘ମୃତଦେହ ନିକଟରୁ ଆମେ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ କରିନାହୁଁ । ତେବେ ପଲକ୍‌ ସର୍ଜରୀ କରିବା ପରେ ଶାରୀରିକ ସମସ୍ୟା ଭୋଗୁଥିଲେ । ସର୍ଜରୀ ବିଫଳ ହେବାରୁ ଗତ କିଛି ଦିନ ହେଲା ସେ ମାନସିକ ଚାପରେ ମଧ୍ୟ ଥିଲେ’ ।

ଘଟଣାରେ କୌଣସି ଏତଲା ଦାୟର ହୋଇନାହିଁ । ତେବେ ଶବକୁ ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।
Published by: Sibanava Panda
First published: January 6, 2020, 10:38 AM IST