ଟ୍ରେନ ଯାତ୍ରା ସମୟରେ ଖାଇବା-ପିଇବାରେ କେତେ GST ଲାଗିବ ଜାଣନ୍ତୁ
News18 Odia Digital
Train Food GST: ଆଡଭାନ୍ସ ନିୟମ ପାଇଁ ଦିଲ୍ଲୀର ଅପିଲେଟ ଅଥରିଟି ସ୍ପଷ୍ଟ କରିଛି ଯେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଖାଦ୍ୟ ଓ ପାନୀୟ ସାମଗ୍ରୀ ଉପରେ ଯାତ୍ରୀମାନଙ୍କୁ କେତେ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ।
ଏ ସମ୍ପର୍କରେ ଚାଲିଥିବା ବିବାଦ ବର୍ତ୍ତମାନ ଶେଷ ହେବ କାରଣ AAAR କହିଛି ଯେ ଟ୍ରେନ୍ କିମ୍ବା ରେଲୱେ ପ୍ଲାଟଫର୍ମରେ ଦିଆଯାଇଥିବା ଖାଦ୍ୟ ଓ ପାନୀୟ ଉପରେ ଜିଏସଟି ବର୍ତ୍ତମାନ ୫ ପ୍ରତିଶତ ହାରରେ ଆଦାୟ କରାଯିବ। ଏଥି ସହିତ ଟ୍ରେନରେ ନ୍ୟୁଜ୍ ପେପର ଯୋଗାଣ ଉପରେ ଜିଏସଟି ଆଦାୟ କରାଯିବ ନାହିଁ।
ଜିଏସଟି ଉପରେ ବିବାଦ ସମାପ୍ତ ହେଲା
ଆଡଭାନ୍ସ ନିୟମ ପାଇଁ ଅପିଲେଟ ଅଥରିଟି ଅର୍ଥାତ୍ AAAR କହିଛି ଯେ ରେଳବାଇର ଲାଇସେନ୍ସ ଥିବା କ୍ୟାଟେରିଙ୍ଗ ଦ୍ବାରା ଖାଦ୍ୟ ପରିବେଷଣ କରାଯାଉ କିମ୍ବା ଯଦି ଲାଇସେନ୍ସପ୍ରାପ୍ତ କ୍ୟାଟେରିଙ୍ଗ ଖାଦ୍ୟ ପ୍ରଦାନ କରନ୍ତି, ତେବେ ଜିଏସଟି ହାର ୫ ପ୍ରତିଶତ ଲାଗୁ ହେବ। ଜିଏସଟି ହାରରେ ଚାଲିଥିବା ବିବାଦକୁ ଶେଷ କରିବା ଦିଗରେ ଏହା ଏକ ବଡ଼ ନିଷ୍ପତ୍ତି।
ସାଧାରଣ ମେସ୍-ରେଷ୍ଟୁରାଣ୍ଟ ହାର ପ୍ରୟୋଗ ହୋଇନପାରେ- AAAR
AAAR ତରଫରୁ ମଲ୍ଲିକା ଆର୍ଯ୍ୟ ଓ ଅଙ୍କୁର ଗର୍ଗଙ୍କ ଦୁଇ ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ନିଷ୍ପତ୍ତି ଦେଇଛନ୍ତି। ଆଉ କହିଛନ୍ତି ଯେ ଟ୍ରେନ ପରିବହନର ଏକ ମାଧ୍ୟମ, ତେଣୁ ଏହାକୁ ରେଷ୍ଟୁରାଣ୍ଟ, ମେସ୍ କିମ୍ବା କ୍ୟାଣ୍ଟିନ କୁହାଯାଇପାରିବ ନାହିଁ। ତେଣୁ, ସେମାନଙ୍କର ହାର ଏହା ଉପରେ ପ୍ରୟୋଗ ହୋଇପାରିବ ନାହିଁ। ଏକ ମେନୁରେ ଖାଦ୍ୟ ଓ ପାନୀୟଜଳ ଯୋଗାଣ (ରନ୍ଧା,ଏମଆରପି, ପ୍ୟାକ୍) ଓ IRCTC ତରଫରୁ IRCTC ଓ ଯାତ୍ରୀମାନଙ୍କୁ ରାଜଧାନୀ ଓ ଦୁରୋନ୍ତ ଏକ୍ସପ୍ରେସ ଟ୍ରେନରେ ଶୁଳ୍କ ବର୍ଗୀକୃତ କରାଯାଇଛି ବୋଲି AAAR ନିଷ୍ପତ୍ତି ନେଇଛି।
ପୂର୍ବରୁ AAAR ଏହି ମାମଲାରେ କହିଥିଲେ ଯେ ସେମାନଙ୍କ ପ୍ରଯୁଜ୍ୟ ହାର ଅନୁଯାୟୀ ବିଭିନ୍ନ ଜିନିଷ ଉପରେ ଜିଏସଟି ଆଦାୟ କରାଯିବ। ଏହା ବ୍ୟତୀତ ଟ୍ରେନ କିମ୍ବା ପ୍ଲାଟଫର୍ମରେ ସେବା ଉପରେ ନିର୍ଭର କରି ବିଭିନ୍ନ ଜିଏସଟି ହାର ପ୍ରଯୁଜ୍ୟ ହୋଇପାରେ ଯେଉଁଥିପାଇଁ ରେଳବାଇକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।