ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Train Accident: ଚଳନ୍ତା ଟ୍ରେନ୍ ଉପରେ ପଡ଼ିଲା ପଥର, ଛିଟକି ପଡ଼ିଲେ ୫ଟି ଡବା; ବଡ଼ ଦୁର୍ଘଟଣା ଟଳିଲା

Train Accident: ଚଳନ୍ତା ଟ୍ରେନ୍ ଉପରେ ପଡ଼ିଲା ପଥର, ଛିଟକି ପଡ଼ିଲେ ୫ଟି ଡବା; ବଡ଼ ଦୁର୍ଘଟଣା ଟଳିଲା

Train accident averted in Tamil Nadu as rocks fall on train | ଏମିତି ରେଳ ଦୁର୍ଘଟଣା ପୂର୍ବରୁ ଖୁବ୍ କମ୍ ଦେଖାଯାଇଛି । ଏହି ଦୁର୍ଘଟଣା ସତ୍ତ୍ୱେ ଟ୍ରେନରେ ଥିବା ସବୁ ୨,୦୦୦ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେହି ଆହତ ହୋଇନାହାଁନ୍ତି ବୋଲି କହିଛି ଦକ୍ଷିଣ ରେଳବାଇ ।

Train Accident: ଚଳନ୍ତା ଟ୍ରେନ୍ ଉପରେ ପଡ଼ିଲା ପଥର, ଛିଟକି ପଡ଼ିଲେ ୫ଟି ଡବା; ବଡ଼ ଦୁର୍ଘଟଣା ଟଳିଲା
ହଠାତ୍ ଟ୍ରେନ୍ ଉପରେ ପଥର ଖସି ପଡ଼ିଥିଲା । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 10:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଧର୍ମପୁରୀ: ଗୋଟିଏ ବଡ଼ ରେଳ ଦୁର୍ଘଟଣା ହେଉଁ ହେଉଁ ଅଟକିଯାଇଛି । ଶୁକ୍ରବାର ଦିନ ତାମିଲ ନାଡୁର ଧର୍ମପୁରୀ ନିକଟରେ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସ୍‌ ଟ୍ରେନର ପାଞ୍ଚଟି କୋଚ୍ ରେଳ ଧାରଣାରୁ ଛିଟକି ପଡ଼ିଥିଲା । ଦକ୍ଷିଣ ରେଳବାଇ କହିଛି ଯେ ଏହି ଚଳନ୍ତା ଟ୍ରେନ୍‌ ଉପରେ ପଥର ଖସି ପଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଛି (train accident)।

ଦୁର୍ଘଟଣା ସତ୍ତ୍ୱେ ଟ୍ରେନରେ ଥିବା ସବୁ ୨,୦୦୦ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେହି ଆହତ ହୋଇନାହାଁନ୍ତି ବୋଲି କହିଛି ଦକ୍ଷିଣ ରେଳବାଇ । କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଗୁରୁବାର ସନ୍ଧ୍ୟା ୬ଟା ୫ରେ କେରଳର କନ୍ନୁର ଷ୍ଟେସନରୁ ଛାଡି଼ଥିଲା । ବେଙ୍ଗାଲୁରୁ ଯାଉଥିବା ଏହି ଟ୍ରେନ୍‌ ତାମିଲ ନାଡୁର ଧର୍ମପୁରୀ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ।



ଏହା ବି ପଢ଼ନ୍ତୁ | ବାପାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ୍ ସହ ଯାଉଥିବା ଦେଖିଲେ ଦୁଇ ଝିଅ; ଗର୍ଲଫ୍ରେଣ୍ଡକୁ ରାସ୍ତାରେ ପିଟିଲେ

ରେଳବାଇର ଏକ ବିବୃତିରେ କହିଛି, “ନଭେମ୍ବର ୧୨ ତାରିଖ ଭୋର୍‌ ୩ଟା ୫୦ ମିନିଟରେ ୦୭୩୯୦ କନ୍ନୁର୍‌-ବେଙ୍ଗାଲୁରୁ ଏକ୍ସପ୍ରେସର ପାଞ୍ଚଟି କୋଚ୍ ରେଳ ଧାରଣାରୁ ଛିଟକି ପଡି଼ଥିଲା । ହଠାତ୍ ଚଳନ୍ତା ଟ୍ରେନ୍ ଉପରେ ଉପରୁ ପଥର ଖସି ପଡ଼ିଥିଲା । ବେଙ୍ଗାଲୁରୁ ଡିଭିଜନର ଟପ୍ପୁରୁ ସିଭାଡିରେ (ବେଙ୍ଗାଲୁରୁ-ସାଲେମ ଡିଭିଜନ୍‌) ଏହି ଦୁର୍ଘଟଣା ଘଟିଥିଲା ।’’ ଟ୍ରେନରେ ଥିବା ସବୁ ୨,୩୪୮ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ କେହି ଆହତ ହୋଇନାହାଁନ୍ତି ବୋଲି ରେଳବାଇ କହିଛି ।

ଏହା ବି ପଢ଼ନ୍ତୁ | ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

ବେଙ୍ଗାଲୁରୁ ଡିଭିଜନାଲ୍‌ ରେଲୱେ ମ୍ୟାନେଜର୍‌ (ଡିଆରଏମ) ଶ୍ୟାମ ସିଂଙ୍କ ନେତୃତ୍ୱରେ ଅଧିକାରୀମାନଙ୍କ ଏକ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଟିମ୍ ସହିତ ଏକ ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ଓ ମେଡିକାଲ୍ ଇଞ୍ଜିଜିନିୟରିଂ ଭ୍ୟାନ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । DRMଙ୍କ ନେତୃତ୍ୱରେ ଅନ୍ୟ ଏକ ଦଳ ସାଲେମ୍‌ ଏରୋଡରୁ ଆଉ ଏକ ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ସହିତ ପହଞ୍ଚିଥିଲେ । ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ରେଳବାଇ ସୂତ୍ରରୁ କୁହାଯାଇଛି ।
Published by: Anand S.T. Das
First published: November 12, 2021, 10:36 PM IST